30.1 C
Bhubaneswar
Friday, May 3, 2024
Homeଓଡିଶାସକାଳ ସାଢେ ୮ଟା ସୁଦ୍ଧା ୩୦ ଡିଗ୍ରୀ ପାର

ସକାଳ ସାଢେ ୮ଟା ସୁଦ୍ଧା ୩୦ ଡିଗ୍ରୀ ପାର

ଭୁବନେଶ୍ବର : ରାଜ୍ୟରେ ଆଜି ସକାଳ ସାଢେ ୮ଟା ସୁଦ୍ଧା ୧୪ ସହରର ତାପମାତ୍ରା ୩୦ ଡିଗ୍ରୀ ପାର କରିଛି । ଏହା ସହ ୩୫ ଡିଗ୍ରୀ ଉପରେ ରହିଛି ୨ ସହରର ପାରଦ । ଭଦ୍ରକରେ ସର୍ବାଧିକ ୩୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ବାଲେଶ୍ବରରେ ୩୫.୪, ଫୁଲବାଣୀରେ ୩୪.୬, ଭୁବନେଶ୍ବରରେ ୩୪.୪, କଟକରେ ୩୪.୨, କେନ୍ଦୁଝର ଓ ବାରିପଦାରେ ୩୪, କେନ୍ଦ୍ରାପଡ଼ା ଓ ରାଉରକେଲାରେ ୩୩.୪, ଚାନ୍ଦବାଲିରେ ୩୩.୨, ପୁରୀରେ ୩୩, ସୋନପୁର ଓ ଟିଟିଲାଗଡ଼ରେ ୩୨.୪ ଓ ଜଗତସିଂହପୁରରେ ୩୨.୨ ଡିଗ୍ରୀ ତାତି ରେକର୍ଡ ହୋଇଛି । ତେବେ ଆଜି ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବା ସମ୍ଭାବନା ରହିଛି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କଳାବୈଶାଖୀ ବର୍ଷା ସହ ଦିନତାପମାତ୍ରା ରେ ବିଭିନ୍ନ ସ୍ଥାନରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ହ୍ରାସ ସମ୍ଭାବନା ରହିଛି । କାଳବୈଶାଖୀ ବର୍ଷା ପାଇଁ ୧୯ ଜିଲ୍ଲାକୁ ସତର୍କତା ଜାରି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking