34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଜଡିବୁଟି ଔଷଧ ଖାଇ ମହିଳାଙ୍କର ମୃତ୍ୟୁ

ଜଡିବୁଟି ଔଷଧ ଖାଇ ମହିଳାଙ୍କର ମୃତ୍ୟୁ

ରାଞ୍ଚି: ପେଟରବାର୍ ବ୍ଲକର ଜଗୁଡିହ ଗାଁର ଧବାଇଗଜାର ଟୋଲାର ଜଣେ ମହିଳା ବୈଦ୍ୟ ଦେଇଥିବା ଜଡିବୁଟି ଖାଇବା ପଡିଲା ମହଙ୍ଗା । ଜଡିବୁଟି ଖାଇବା ପରେ ମହିଳାଙ୍କର ମୃତ୍ୟୁ ହୋଇଛି । ଏହା ସହିତ ମହିଳାଙ୍କ ସ୍ୱାମୀ ଏବଂ ଦୁଇ ଜଣ ଜଡିବୁଟି ବନାଉଥିବା ବ୍ୟକ୍ତିଙ୍କ ମଧ୍ୟ ଅବସ୍ଥା ଗୁରୁତର ରହିଛି । କୁହାଯାଉଛି ଯେ ଅସୁସ୍ଥ ମହିଳା ଏବଂ ତାଙ୍କ ସ୍ୱାମୀଙ୍କୁ ଭରସା କରାଇବା ପାଇଁ ଉଭୟ ବୈଦ୍ୟ ସେହି ଜଡିବୁଟି ଖାଇଥିଲେ । ଯାହା ପରେ ବୈଦ୍ୟ ଙ୍କ ସ୍ୱାସ୍ଥ୍ୟ ମଧ୍ୟ ଅସୁସ୍ଥ ହୋଇଥିଲା । ଏନେଇ ଘଟଣା ସ୍ଥଳରେ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ବୋକାରୋ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ହେଲେ ମହିଳା ଜଣକ ଚିକିତ୍ସାଧୀନ ଅବସ୍ଥାରେ ମହିଳା ଜଣଙ୍କ ମୃତ୍ୟୁବରଣ କରିଛନ୍ତି । ସେହିପରି ଅନ୍ୟପଟେ ୨ ଜଣ ବୈଦ୍ୟ ମଧ୍ୟ ଗୁରୁତର ଅବସ୍ଥାରେ ଥିବା ଜଣାପଡିଛି । ଜଗୁଡିହ ଗାଁର ବାସିନ୍ଦା ଲଘନୁ ବେଡିଆ ଏବଂ ରାଧେଶ୍ୟାମ୍ ସୋରେନ୍ ନିଜକୁ ଡାକ୍ତର ବୋଲି କହି ଆୟୁର୍ବେଦ ଔଷଧ ସାହାଯ୍ୟରେ ରୋଗୀଙ୍କୁ ଚିକିତ୍ସା କରନ୍ତି ।

ଏନେଇ ଧବାଇଗଜାର ଟୋଲାର ବାସିନ୍ଦା ରାମଚରନ୍ ମଝୀ ତାଙ୍କ ପତ୍ନୀ ଉପାସୀ ଦେବୀଙ୍କୁ ନେଇ ଗଣ୍ଠି ଜନିତ ରୋଗର ଚିକିତ୍ସା ପାଇଁ ଆସିଥିଲେ । ଏନେଇ ଉଭୟ ବୈଦ୍ୟ ତାଙ୍କୁ ଜଡିବୁଟିରେ ପ୍ରସ୍ତୁତ ଔଷଧ ଖାଇବାକୁ ଦେଇଥିଲେ । ଯାହାପରେ ମହିଳା ଜଣକ ବାନ୍ତି କରିଥିଲେ । ଏଥିସହ ବୈଦ୍ୟ ତାଙ୍କର ସ୍ୱାମୀଙ୍କୁ ମଧ୍ୟ ଜଡିବୁଟିର ଉପକାରିତା ବିଷୟରେ କହି ଖାଇବାକୁ କହିଥିଲେ । ହେଲେ ରାମଚରଣ ଖାଇବାକୁ ମନା କରି ଦେଇଥିଲେ । ଏନେଇ ୨ଜଣ ବୈଦ୍ୟ ନିଜେ ସେହି ଜଡିବୁଟି ଖାଇଥିଲେ ଯାହା ପରେ ସେମାନଙ୍କୁ ଦେଖି ରାମଚରଣ ମଧ୍ୟ ସେହି ଔଷଧ ଖାଇଥିଲା । ତେବେ ଔଷଧ ଖାଇବାର ଅଧ ଘଣ୍ଟା ପରେ ହିଁ ସେମାନେ ଅସୁସ୍ଥ ହୋଇ ପଡିଥିଲେ । ରାମଚରଣ ସହିତ ବୈଦ୍ୟ ୨ ଜଣଙ୍କର ମଧ୍ୟ ବାନ୍ତି ହୋଇଥିଲା । ଏନେଇ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଘଟଣାର ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking