38.1 C
Bhubaneswar
Wednesday, May 1, 2024
Homeଅପରାଧ୧୯୬୦୦ ଟାବଲେଟ୍ ଜବତ

୧୯୬୦୦ ଟାବଲେଟ୍ ଜବତ

ରାୟଗଡ଼ା : ନିର୍ବାଚନ ପୂର୍ବରୁ ରାୟଗଡ଼ାକୁ ଏକ କଣ୍ଟେନରରେ ଆସିଥିବା ୧୯୬୦୦ ଟାବଲେଟ୍ ଜବତ ହୋଇଛି । ସ୍ଥାନୀୟ ଲୋକେ ଧରି ପୁଲିସ୍ ଜିମା ଦେଇଛନ୍ତି । ଶିକ୍ଷକଙ୍କୁ ବାଣ୍ଟିବା ପାଇଁ ଏହା ଆସିଥିବା ଜଣାପଡ଼ିଛି । ତେବେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଟାବ୍‌ଲେଟ୍ କେମିତି ବଣ୍ଟା ହେବାକୁ ଆସିଲା? ଏହାକୁ ନେଇ ନାନା ଆଲୋଚନା ଆରମ୍ଭହୋଇଛି । ଭୁବନେଶ୍ୱରରୁ ଟାବଲେଟ୍ ବୋଝେଇ କରି ଏକ କଣ୍ଟେନର ରାୟଗଡା ରେଳ ଷ୍ଟେସନ ରୋଡ୍‌ର ନିଛାଟିଆ ସ୍ଥାନରେ ଠିଆହୋଇଥିଲା । ସେଠାରେ ପେଟି ପେଟି ଟାବଲେଟ୍ ବୋଲେରୋରେ ଲୋଡ୍ ହେଉଥିଲା । ଏହା ଦେଖି ସ୍ଥାନୀୟ ଲୋକେ ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଟାବଲଟ୍ ଓ ଗାଡ଼ିକୁ ଥାନାକୁ ନେଇ ତଦନ୍ତ କରୁଛି । ସ୍ଥାନୀୟ କଂଗ୍ରେସ ନେତା ଏହାକୁ ନେଇ ହୋ-ହଲ୍ଲା କରିଛନ୍ତି । ଟାବ୍‌ଲେଟ ଚାଲାଣ କରୁଥିବା ବ୍ୟକ୍ତି ଲେଖାର୍ଥ କୁମାର କହିଛନ୍ତି, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଶିକ୍ଷକମାନଙ୍କୁ ଟାବଲେଟ୍ ଦେବା ପାଇଁ ଆସିଛୁ । ସେହି ଟାବ୍‌ଲେଟ ମାଧ୍ୟମରେ ଶିକ୍ଷକମାନେ ନିଜର ପ୍ରତିଦିନର ଅଫିସିଆଲ୍ କାମ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking