33.1 C
Bhubaneswar
Tuesday, May 21, 2024
Homeସ୍ୱାସ୍ଥ୍ୟନିୟମିତ ତୁଳସୀପତ୍ର ସେବନ ଦ୍ୱାରା ନିୟନ୍ତ୍ରଣ ହେବ ଉଚ୍ଚ ରକ୍ତଚାପ ଓ ମଧୁମେହ

ନିୟମିତ ତୁଳସୀପତ୍ର ସେବନ ଦ୍ୱାରା ନିୟନ୍ତ୍ରଣ ହେବ ଉଚ୍ଚ ରକ୍ତଚାପ ଓ ମଧୁମେହ

ଭୁବନେଶ୍ୱର : ହିନ୍ଦୁ ଧର୍ମରେ ତୁଳସୀ ଖୁବ ପବିତ୍ର ବୋଲି ମାନ୍ୟତା ରହିଛି। ଅଧିକାଂଶ ଲୋକେ ନିଜ ଘର ଅଗଣାରେ ତୁଳସୀ ବୃକ୍ଷକୁ ରଖି ପୂଜାର୍ଚ୍ଚନା କରନ୍ତି। ପୂଜାପାଠ ବ୍ୟତୀତ ତୁଳସୀ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ତୁଳସୀପତ୍ର ଔଷଧୀୟ ଗୁଣରେ ଭରପୁର। ଆୟୁର୍ବେଦ ଅନୁଯାୟୀ, ନିୟମିତ ରୂପରେ ସକାଳେ ଖାଲି ପେଟରେ କିଛି ତୁଳସୀପତ୍ର ଚୋବାଇ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଚମତ୍କାରୀ ଲାଭ ମିଳିଥାଏ। ଅନେକ ଅଧ୍ୟୟନରୁ ଜଣାପଡିଛି, ତୁଳସୀପତ୍ରରେ ଭିଟାମିନ୍ ଏ,ଭିଟାମିନ୍ ଡି, ଆଇରନ ଓ ଫାଇବର ଭଳି ପୋଷକ ତତ୍ତ୍ୱ ରହିଛି। ନିୟମିତ ଖାଲି ପେଟରେ ତୁଳସୀପତ୍ର ସେବନ କରିବା ଲାଭ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ।

ରିପୋର୍ଟ ଅନୁଯାୟୀ, ତୁଳସୀପତ୍ର ହୃଦୟ ଓ ମସ୍ତିଷ୍କ ଉଭୟ ପାଇଁ ବେଶ ଲାଭଦାୟକ। ଏହା ମାନସିକ ଦୁଃଶ୍ଚିନ୍ତା ଦୂର କରିଥାଏ। ତୁଳସୀ ପତ୍ର ସେବନ କରିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା କମ୍ କରିବା ସହ ଔଷଧ ଭଳି କାମ କରେ। ମନ ଓ ମସ୍ତିଷ୍କ ଶାନ୍ତ ରହେ।
ତୁଳସୀପତ୍ର ସେବନ କରିବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ। ମଧୁମେହକୁ ନିୟନ୍ତ୍ରଣ କରିଥାଏ।
ମଧୁମେହ ରୋଗରେ ଆକ୍ରାନ୍ତ ହୋଇନଥିଲେ ମଧ୍ୟ ତୁଳସୀପତ୍ର ସେବନ କରନ୍ତୁ। ନିୟମିତ ତୁଳସୀପତ୍ର ସେବନ କରିବା ଦ୍ୱାରା କଦାପି ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ଆକ୍ରାନ୍ତ ହେବେ ନାହିଁ। ନିୟମିତ ୫ରୁ ୧୦ଟି ତୁଳସୀପତ୍ର ସେବନ କଲେ, ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ପେଟ ଜନିତ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଥଣ୍ଡାକାଶରୁ ମଧ୍ୟ ଶରୀରକୁ ରକ୍ଷା କରିଥାଏ।
ତୁଳସୀପତ୍ର ଆଣ୍ଟି-ଅକ୍ସିଡାଣ୍ଟଗୁଣରେ ଭରପୁର। ଏଥିରେ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ମଧ୍ୟ ରହିଛି। ତୁଳସୀପତ୍ର ସେବନ କରିବା ଦ୍ୱାରା ତ୍ୱଚା ଚମକିବା ସହ ତ୍ୱଚାର ସମସ୍ୟା ଦୂର ହୋଇଥାଏ। ନିୟମିତ ତୁଳସୀପତ୍ର ସେବନ କରିବା ଦ୍ୱାରା ଓଜନ ହ୍ରାସ ହୋଇଥାଏ। ଅନେକ ରୋଗ ମଧ୍ୟ ଦୂର କରିଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking