29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବିଶ୍ୱର ସବୁଠୁ ଦାମୀ କାର୍

ବିଶ୍ୱର ସବୁଠୁ ଦାମୀ କାର୍

ଷ୍ଟଟ୍‌ଗାର୍ଟ  : ୬୭ବର୍ଷ ପୁରୁଣା ଗୋଟିଏ ମର୍ସିଡିଜ୍ ବେଞ୍ଜ୍ କୋଟି କୋଟି ଟଙ୍କାରେ ବିକ୍ରି ହୋଇଛି । ପୁରୁଣା କାଳର କିଛି ବିରଳ ଗାଡି ମୂଲ୍ୟ ଆଜି ବି କୋଟି କୋଟି ଟଙ୍କା । କାନାଡାର ନିଲାମୀ କମ୍ପାନୀ ଆରଏମ୍ ସୋଥବୀ କହିଛି ଯେ, ଚଳିତ ମାସ ଆରମ୍ଭରେ ୧୧୦୦ କୋଟି ଡଲାର ଡଲାର ଏହା ନିଲାମ ହୋଇଛି । ଏହି ନିଲାମ ସହ ବର୍ତ୍ତମାନ ପର୍ଯ୍ୟନ୍ତ ଦୁନିଆର ସବୁଠୁ ଦାମୀ କାର୍ ବିକ୍ରି ହୋଇଛି । କମ୍ପାନୀ କହିଛି ଯେ, ୧୯୯୫ର ଏକ ମର୍ସିଡିଜ୍ ବେଞ୍ଜ୍ ୩୦୦ ଏସଏଲଆର ଉହଲେନହାଟ୍ କୁପେ ଏକ କାର୍ କଲେକ୍ଟରକୁ ୧୩୫,୦୦୦,୦୦୦ ୟୁରୋ ରେକର୍ଡ ମୂଲ୍ୟରେ ନିଲାମୀରେ ବିକ୍ରି କରାଯାଇଥିଲା । ନିଲାମୀରେ ବିକ୍ରି ହୋଇଥିବା ଏହି କାରଟି ସବୁ କ୍ଷେତ୍ରରେ ବହୁତ ବଡ ।  ଯାହାକୁ ଏକ ଗୁପ୍ତ ଏବଂ ଅସାମାନ୍ୟ ନିଲାମୀ କୁହାଯାଉଛି । ରେକର୍ଡ ବିକ୍ରି ମେ’ ୫ରେ ଜର୍ମାନୀର ଷ୍ଟଟ୍ଗାର୍ଟରେ ମର୍ସିଡିଜ୍ ବେଞ୍ଜ୍ ସଂଗ୍ରହାଳୟରେ ଏକ ଗୁପ୍ତ ନିଲାମୀ ସମୟରେ କରାଯାଇଥିଲା । ଏହାକୁ ମର୍ସିଡିଜ୍ ବେଞ୍ଜ୍ ଚେୟାରମ୍ୟାନ୍ ଓଲା କାଲେନିୟସ୍ ସ୍ପଷ୍ଟ କରିଥିଲେ । ଜଣେ ଏଜେଣ୍ଟ ଷ୍ଟିଫନ୍ ସିରିୟୋ କହିଛନ୍ତି, ସେହି କାର୍ଟି ୧୦୦ ପ୍ରତିଶତ ଭାଲ୍ୟୁର ଅଟେ । କିଛି ଲୋକ ଆପଣଙ୍କୁ କହିବେ ଯେ ଏହି କାରଟି କମ୍ ମୂଲ୍ୟରେ ବିକ୍ରି ହୋଇଛି । କେହି କେବେ ବାବିନଥିଲେ ଯେ, ମର୍ସିଡିଜ୍ ଏହାକୁ ବିକ୍ରି କରିଦେବ । ମର୍ସିଡିଜ୍ କ୍ରେତାଙ୍କ ନାମ କହିବାକୁ ମନା କରିଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking