32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଭୟଙ୍କର ଦୁର୍ଘଟଣା: ଜିଅନ୍ତା ଜଳିଗଲେ ୯ ଜଣ

ଭୟଙ୍କର ଦୁର୍ଘଟଣା: ଜିଅନ୍ତା ଜଳିଗଲେ ୯ ଜଣ

ମୁମ୍ବାଇ: ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ପେଟ୍ରୋଲ ଭର୍ତ୍ତି ଟ୍ୟାଙ୍କର ଏବଂ ଏକ କାଠ ବୋଝେଇ ଟ୍ରକ୍ ମଧ୍ୟରେ ଭୀଷଣ ଧକ୍କା ପରେ ହଠାତ୍ ଦୁଇ ଗାଡ଼ିରେ ନିଆଁ ଲାଗିଯାଇଥିଲା । ଫଳରେ ଏଥିରେ ୯ ଜଣ ଲୋକ ଘଟଣାସ୍ଥଳରେ ଜୀଅନ୍ତା ଜଳିଯାଇଛନ୍ତି । ପୋଲିସ ସୂଚନା ମୁତାବକ, ଦୁର୍ଘଟଣା ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ ଗାଡ଼ି ମଧ୍ୟରେ ମୁହାଁମହିଁ ଧକ୍କା ଫଳରେ ୯ ଜଣ ଲୋକ ପ୍ରାଣ ହରାଇଛନ୍ତି । ସ୍ଥାନୀୟ ବନ ବିଭାଗର କହିବା ହେଲା, ଦୁର୍ଘଟଣାର ପାଖାପାଖି ୧ ଘଣ୍ଟା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ କିଛି ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।

ପରେ ପୀଡ଼ିତଙ୍କ ମୃତଦେହକୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା । ଏହି ଭୀଷଣ ଦୁର୍ଘଟଣା ପରେ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ୍ ରହିଥିଲା । ରାସ୍ତାର ଉଭୟ ପଟେ ଯାନବାହନଗୁଡ଼ିକର ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା । ନିଆଁର ଭୟବହତା ଏତେ ମାତ୍ରାରେ ଥିଲା ଯେ ପାଖ ଜଙ୍ଗଲକୁ ନିଆଁ ବ୍ୟାପିଯାଇଥିଲା । ପୋଲିସର ସୂଚନା ଅନୁସାରେ, ପ୍ରଥମେ କାଠ ବୋଝେଇ ଟ୍ରକର ଟାୟାର ଫାଟି ଯାଇଥିଲା । ଫଲରେ ତାହା ନିୟନ୍ତ୍ରଣ ହରାଇ ପେଟ୍ରୋଲ ଭର୍ତ୍ତି ଟ୍ୟାଙ୍କର ସହିତ ଧକ୍କା ହୋଇଥିଲା । ଏହା ପରେ ପରେ ଉଭୟ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ଦୁର୍ଘଟଣା ପରେ ପେଟ୍ରୋଲ ଚାରିଆଡ଼େ ବିସ୍ତାର ହୋଇ ଯିବାରୁ ପାଖ ଜଙ୍ଗଲର କିଛି ଗଛ ମଧ୍ୟ ଜଳିଯାଇଛି । ତେବେ ଶୁକ୍ରବାର ୧୦ଟା ପର୍ଯ୍ୟନ୍ତ ଜଙ୍ଗଲରେ ଲାଗିଥିବା ନିଆଁକୁ କାବୁ କରାଯିବାକୁ ଚେଷ୍ଟା ଜାରି ରହିଥିଲା । କୁହାଯାଉଛି ଯେ ପେଟ୍ରୋଲ କାଠ ସଂସ୍ପର୍ଶରେ ଆସିବାରୁ ଦୁଇ ଗାଡ଼ିରେ ନିଆଁ ଲାଗିଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking