33.1 C
Bhubaneswar
Sunday, June 26, 2022
Homeଦେଶ ବିଦେଶକର୍ଣ୍ଣାଟକରେ ଭୀଷଣ ବର୍ଷା, ୯ ମୃତ

କର୍ଣ୍ଣାଟକରେ ଭୀଷଣ ବର୍ଷା, ୯ ମୃତ

ବ୍ୟୁରୋ: କର୍ଣ୍ଣାଟକରେ ଭୀଷଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ପାଇଁ ଏଯାଏଁ ପ୍ରାୟ ୯ ଜଣଙ୍କର ମୃତ୍ୟୁ ଘଟିଛି । ହୁବଲୀ ସମେତ ଅନେକ ଜିଲା ଜଳମଗ୍ନ ଥିବାରୁ ଲୋକଙ୍କ ସମସ୍ୟା ବୃଦ୍ଧି ପାଇଛି । ଉଦ୍ଧାରକାର୍ଯ୍ୟ ପାଇଁ ଏନଡିଆରଏଫର ୪ଟି ଦଳକୁ ଘଟଣା ସ୍ଥଳକୁ ପଠାଯାଇଛି । ସୁରକ୍ଷା ଦୃଷ୍ଟିରୁ ସ୍କୁଲ, କଲେଜକୁ ଆଦିକୁ ବନ୍ଦ ରଖାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଜଳମଗ୍ନ ସ୍ଥାନକୁ ପରିଦର୍ଶନ କରିଛନ୍ତି ।

ଏହି ବର୍ଷା କାରଣରୁ ୨୦୪ ହେକ୍ଟର ଚାଷ ଜମି ଓ ୪୩୧ ହେକ୍ଟର ଉଦ୍ୟାନ କୃଷି ଫସଲର କ୍ଷୟକ୍ଷତି ହୋଇଛି । ୨୩ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଚିକମଗଲୁର,ଦକ୍ଷିଣ କନ୍ନଡ,ଉଡୁପି,କୋଡାଗୁ,ଶିବମୋଗା,ଦାବଣଗେରେ, ହସନ ଓ ଉତ୍ତର କନ୍ନଡ ଜିଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking