34.1 C
Bhubaneswar
Friday, March 29, 2024
Homeଅପରାଧଯୁବତୀଙ୍କ ବେକ କାଟି ଦେଲା ପାଗଳ ପ୍ରେମିକ

ଯୁବତୀଙ୍କ ବେକ କାଟି ଦେଲା ପାଗଳ ପ୍ରେମିକ

ନୂଆଦିଲ୍ଲୀ: ଏକତରଫା ପ୍ରେମକୁ କେନ୍ଦ୍ର କରି ଏକ ଅଭାବନୀୟ କାଣ୍ଡ ଘଟିଛି । ଏକତରଫା ପ୍ରେମ ନିବେଦନ କରି ବିଫଳ ହେବା ପରେ ଜଣେ ଯୁବକ ସଂପୃକ୍ତ ଯୁବତୀଙ୍କ ତଣ୍ଟି କାଟି ଦେଇଛନ୍ତି । ପୀଡ଼ିତା ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଏସ୍‌ସିବିରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଅଭିଯୁକ୍ତ ଯୁବକକୁ ପୁଲିସ ଧରିଆଣି ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।

ମିଳିଥିବା ସୂଚନା ଅନୁସାରେ ଜଣେ ଯୁବତୀ ଓ ତାଙ୍କ ପରିବାର ବର୍ଷେ ପୂର୍ବେ ବକ୍ସିବଜାର ବଢ଼େଇ ସାହିରେ ଭଡ଼ାରେ ରହୁଥିଲେ । ତେବେ ସେହି ସାହିର ଶୋଭିତ ମହାରଣା ନାମକ ଯୁବକ ଉକ୍ତ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ । ଶୋଭିତ ବିବାହିତ ଓ ତା’ର ଦୁଇଟି ପିଲା ମଧ୍ୟ ଅଛି । ଶୋଭିତର ପ୍ରେମ ନିବେଦନକୁ ଯୁବତୀ ଜଣକ ଦୀର୍ଘ ଦିନ ହେବ ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି । ଯୁବତୀ ଜଣକ ଦୋଳମୁଣ୍ଡାଇ ଛକ ନିକଟ ଏକ ଡ୍ରେସ୍‌ ଦୋକାନରେ ସେଲ୍ସ ଗାର୍ଲ ଭାବେ କାମ କରନ୍ତି । ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ଆଠଟା ହେବ । ଯୁବତୀ ଜଣକ ଦୋକାନରେ ଡ୍ୟୁଟି କରୁଥାନ୍ତି । ଏହି ସମୟରେ ଅଭିଯୁକ୍ତ ଶୋଭିତ ସେଠାରେ ପହଞ୍ଚି ପ୍ରଥମେ ଯୁବତୀଙ୍କୁ ଡାକିଥିଲା ।

ମାତ୍ର ଶୋଭିତର କଥାକୁ ଯୁବତୀ ଜଣକ ଗୁରୁତ୍ୱ ଦେଇନଥିଲେ । ଫଳରେ ଶୋଭିତ୍‌ ଉକ୍ତ ଦୋକାନରେ ପଶି ସୋ’କେସ୍‌ରେ ଲାଗିଥିବା କାଚକୁ ବିଧା ମାରି ଭାଙ୍ଗି ଦେଇଥିଲା । ଆଉ ଉକ୍ତ ଭଙ୍ଗା କାଚରୁ ଖଣ୍ଡେ ନେଇ ଯୁବତୀଙ୍କ ବେକକୁ କାଟି ଦେଇଥିଲା । ଯୁବତୀ ଜଣକ ଗୁରୁତର ଆହତ ହୋଇଥିଲେ । ଏହି ସମୟରେ ଦୋକାନରେ ଉପସ୍ଥିତ ଥିବା ଅନ୍ୟ ସେଲ୍‌ସ୍‌ମ୍ୟାନ୍‌ ଓ ଗ୍ରାହକମାନେ ଅଭିଯୁକ୍ତ ଶୋଭିତ୍‌କୁ ଧରିନେଇ ନିର୍ଧୁମ ଛେଚିଥିଲେ । ତତ୍‌କ୍ଷଣାତ ଦୋକାନର କିଛି କର୍ମଚାରୀ ଆହତ ଯୁବତୀଙ୍କୁ ଉଦ୍ଧାର କରି ଏସ୍‌ସିବି ନେଇଯାଇଥିଲେ । ସେଠାରେ ଯୁବତୀଙ୍କର ଚିକିତ୍ସା ଚାଲିଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଖବର ପାଇ ବାଦାମବାଡ଼ି ଥାନା ଅଧିକାରୀ ରଶ୍ମୀରଂଜନ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚିବାରୁ ଅଭିଯୁକ୍ତ ଶୋଭିତକୁ ସ୍ଥାନୀୟ ଲୋକେ ପୁଲିସ ଜିମା ଦେଇଥିଲେ । ଘଟଣା ପରେ ଯୁବତୀଙ୍କ ପରିବାର ପକ୍ଷରୁ ଏକ ଏତଲା ଦାଏର ହୋଇଛି । ପୁଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking