32.1 C
Bhubaneswar
Friday, April 26, 2024
Homeରାଶିଫଳକର୍କଟ ରାଶିର ୨୦୨୦ ମସିହାର ବାର୍ଷିକ ରାଶିଫଳ

କର୍କଟ ରାଶିର ୨୦୨୦ ମସିହାର ବାର୍ଷିକ ରାଶିଫଳ

ଦୈନିକ ରାଶିଫଳ ଚନ୍ଦ୍ରଙ୍କଠାରୁ, ମାସିକ ରାଶିଫଳ ରବିଙ୍କଠାରୁ ଏବଂ ବାର୍ଷିକ ରାଶିଫଳ ମୁଖ୍ୟତଃ ରାହୁ, କେତୁ, ବୃହସ୍ପତି ଓ ଶନିଙ୍କଠାରୁ ଗଣନା କରାଯାଏ । ଚଳିତବର୍ଷ ଜାନୁୟାରୀ ୨୪ ତାରିଖ ପର୍ଯ୍ୟନ୍ତ ଶନି ଧନୁରେ ଓ ତା’ପରେ ମକରରେ, ବର୍ଷ ଆରମ୍ଭରେ ଯଥାକ୍ରମେ ମିଥୁନ ଓ ଧନୁରେ ଥିବା ରାହୁ ଓ କେତୁ ସେପ୍ଟେମ୍ବର ୧୯ ତାରିଖରେ ବୃଷ ଓ ବିଛାକୁ ଚଳିବେ । ବୃହସ୍ପତି ବର୍ଷ ଆରମ୍ଭରୁ ଧନୁରେ ଏବଂ ୨୯ା୦୩ା୨୦୨୦ରେ ମକରକୁ ଚଳି ପୁଣି ୩୦ା୦୬ା୨୦୨୦ରେ ବକ୍ରଗତିରେ ଧନୁକୁ ପ୍ରତ୍ୟାବନ କରିବେ । ପୁଣି ବୃହସ୍ପତି ତା୨୦ା୧୧ା୨୦ ଦିବା ୦୧ା୨୨ରେ ଧନୁରୁ ମକରକୁ ଚଳିବେ । ସେହି ଅନୁସାରେ କର୍କଟ ରାଶିର ଫଳ ନିମ୍ନରେ ପ୍ରଦାନ କରାଗଲା ।
କର୍କଟ: ବର୍ଷ ଆରମ୍ଭରୁ ୬ଷ୍ଠରେ ଶନି, ବୁଧ, କେତୁ, ରବି ଓ ବୃହସ୍ପତି ଅଛନ୍ତି । ୬ଷ୍ଠ ବୃହସ୍ପତି ଖରାପ ହେଲେ ମଧ୍ୟ କର୍ମକ୍ଷେତ୍ରରେ ଓ ଆର୍ଥିକ ଦୃଷ୍ଟିରୁ ଶୁଭଫଳ ଦେବେ । କାରଣ ବୃହସ୍ପତି ସ୍ୱଗୃହୀ ଏବଂ ତାଙ୍କ ଧନ ଓ କର୍ମ ସ୍ଥାନକୁ ପୂର୍ଣ୍ଣ ଦୃଷ୍ଟି ରହିଛି । ୬ଷ୍ଠ ଶନି, ରବି ଓ କେତୁ ମଧ୍ୟ ଶୁଭଫଳଦାୟକ । ଜାନୁୟାରୀ ୨୪ରୁ ଆପଣ ରାଶି ପାଇଁ ଶନିସପ୍ତାର ପ୍ରଥମ ଚରଣ ଭୋଗ ଆରମ୍ଭ ହେବ । ଏହା ସାଢ଼େ ୭ବର୍ଷ ପର୍ଯ୍ୟନ୍ତ ଚାଲିବ । ଶନିସପ୍ତାର ପ୍ରତିକୂଳତାରୁ ରକ୍ଷା ପାଇବା ପାଇଁ ପ୍ରତିକାରସ୍ୱରୂପ ଓଁ ‘ଶଂ ଶନୈଶ୍ଚରାୟ ନମଃ’ ମନ୍ତ୍ର ଜପ କରନ୍ତୁ । ସକାଳେ ସଜ ରୁଟି ଛିଣ୍ଡାଇ କୁଆଙ୍କୁ ଖାଇବାକୁ ଦିଅନ୍ତୁ । ଶନିବାର ସନ୍ଧ୍ୟା ସମୟରେ ଅଶ୍ୱର୍ଥ ବୃକ୍ଷ ଚାରିପଟେ ଶନିଙ୍କ ମନ୍ତ୍ର ଜପ କରି ପ୍ରଦକ୍ଷିଣ କରିବା ସହ ଦୀପଦାନ କରନ୍ତୁ । କଳା ବ୍ରାହ୍ମଣଙ୍କୁ ଲୌହ, ବିରି, ଗୁଡ଼, ସୋରିଷ ତେଲ ଦକ୍ଷିଣା ସହ ଦାନ କରନ୍ତୁ । ବର୍ଷକ ଭିତରେ ବୃହସ୍ପତିଙ୍କର ତିନିଥର ଚଳନ ଘଟି ସେ ଷଷ୍ଠରୁ ସପ୍ତମକୁ ଓ ପୁଣି ଷଷ୍ଠକୁ ତଥା ସପ୍ତମକୁ ଯିବେ । ସପ୍ତମ ବୃହସ୍‌ପତି ଶୁଭଫଳଦାୟୀ ହେଲେ ମଧ୍ୟ ପାପଯୁକ୍ତ ଓ ଗ୍ରହବେଧ ଯୋଗୁ ଶୁଭଫଳ ଦେବାକୁ ଅକ୍ଷମ ହେବେ । ଲଗ୍ନକୁ ବୃହସ୍ପତି ଶୁଭ ହୋଇଥିଲେ ହଳଦିଆ ବସ୍ତ୍ର ଓ ପୋଖରାଜ ପରିଧାନ କରନ୍ତୁ । ତା’ହେଲେ ଆର୍ଥିକ ସମସ୍ୟା ଦୂର ହୋଇପାରିବ । ଗୃହରେ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ କରିପାରନ୍ତି । ବ୍ୟବସାୟ, ବାଣିଜ୍ୟ, ଶିଳ୍ପ ଆଦି କାର୍ଯ୍ୟରେ ଉନ୍ନତି ଘଟିବ । ସାମାଜିକ ସ୍ତରରେ ସମ୍ମାନ, ପ୍ରଶଂସା ଓ ପ୍ରତିଷ୍ଠା ପାଇବେ । ଦ୍ୱାଦଶ ରାହୁ କିଛି ସ୍ୱାସ୍ଥ୍ୟଗତ ଓ ବ୍ୟବସାୟଗତ ସମସ୍ୟା ସୃଷ୍ଟି ପାରନ୍ତି । ପ୍ରତିକାର ପାଇଁ ‘ଓଁ ରାଂ ରାହବେ ନମଃ’ ମନ୍ତ୍ର ଜପ କରନ୍ତୁ ଓ କଳା ବ୍ରାହ୍ମଣଙ୍କୁ ଛାଗଦାନ କରନ୍ତୁ । କିନ୍ତୁ ସେପ୍ଟେମ୍ବର ୧୯ ପରେ ବୃହସ୍ପତିଙ୍କର ୧୧ଶ ଭାବକୁ ଚଳନ ଆପଣଙ୍କୁ ବିଜୟଶ୍ରୀମଣ୍ଡିତ କରାଇବ ଏବଂ ଆର୍ଥିକ ସଫଳତା ପ୍ରଦାନ କରିବ ।
ପୁନର୍ବସୁ ନକ୍ଷତ୍ରର ବ୍ୟକ୍ତି ନୀଚ ସଙ୍ଗରୁ ଦୂରରେ ରହିବା ଉଚିତ । ପୁଷ୍ୟା ନକ୍ଷତ୍ର ଉତମ ଫଳ ପାଇବେ । ଅଶ୍ଳେଷା ନକ୍ଷତ୍ରର ବ୍ୟକ୍ତି ବିଳମ୍ବରେ ହେଲେ ବି ନିଜର ସ୍ୱପ୍ନ ସାକାର କରିପାରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking