38.1 C
Bhubaneswar
Saturday, April 20, 2024
Homeରାଶିଫଳସିଂହ ରାଶିର ୨୦୨୦ ମସିହାର ବାର୍ଷିକ ରାଶିଫଳ

ସିଂହ ରାଶିର ୨୦୨୦ ମସିହାର ବାର୍ଷିକ ରାଶିଫଳ

ଦୈନିକ ରାଶିଫଳ ଚନ୍ଦ୍ରଙ୍କଠାରୁ, ମାସିକ ରାଶିଫଳ ରବିଙ୍କଠାରୁ ଏବଂ ବାର୍ଷିକ ରାଶିଫଳ ମୁଖ୍ୟତଃ ରାହୁ, କେତୁ, ବୃହସ୍ପତି ଓ ଶନିଙ୍କଠାରୁ ଗଣନା କରାଯାଏ । ଚଳିତବର୍ଷ ଜାନୁୟାରୀ ୨୪ ତାରିଖ ପର୍ଯ୍ୟନ୍ତ ଶନି ଧନୁରେ ଓ ତା’ପରେ ମକରରେ, ବର୍ଷ ଆରମ୍ଭରେ ଯଥାକ୍ରମେ ମିଥୁନ ଓ ଧନୁରେ ଥିବା ରାହୁ ଓ କେତୁ ସେପ୍ଟେମ୍ବର ୧୯ ତାରିଖରେ ବୃଷ ଓ ବିଛାକୁ ଚଳିବେ । ବୃହସ୍ପତି ବର୍ଷ ଆରମ୍ଭରୁ ଧନୁରେ ଏବଂ ୨୯ା୦୩ା୨୦୨୦ରେ ମକରକୁ ଚଳି ପୁଣି ୩୦ା୦୬ା୨୦୨୦ରେ ବକ୍ରଗତିରେ ଧନୁକୁ ପ୍ରତ୍ୟାବନ କରିବେ । ପୁଣି ବୃହସ୍ପତି ତା୨୦ା୧୧ା୨୦ ଦିବା ୦୧ା୨୨ରେ ଧନୁରୁ ମକରକୁ ଚଳିବେ । ସେହି ଅନୁସାରେ ସିଂହ ରାଶିର ଫଳ ନିମ୍ନରେ ପ୍ରଦାନ କରାଗଲା ।
ସିଂହ: ବର୍ଷ ଆରମ୍ଭରେ ବୃହସ୍ପତି ପଂଚମରେ ଶୁଭପ୍ରଦ ଓ ସ୍ୱଗୃହୀ ହେଲେ ମଧ୍ୟ ସେ କଂଟକ ଶନି, କେତୁ, ରବି ଓ ବୁଧଯୁକ୍ତ । ପାପଯୁକ୍ତ ହେତୁ ବୃହସ୍ପତିଙ୍କ ଶୁଭତ୍ୱରେ ହାନି ଘଟିବ ଏବଂ ସେ ଧନୁରାଶିରେ ମଧ୍ୟ ବେଶି ଦିନ ରହିବେ ନାହିଁ । ସେ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ଏବଂ ତା’ପରେ ଜୁନ୍ ୩୦ରୁ ନଭେମ୍ବର ୨୦ ପର୍ଯ୍ୟନ୍ତ ଧନୁରେ ରହିବେ ଏବଂ ବର୍ଷର ଅବଶିଷ୍ଟ ଦିନତକ ମକରରେ ରହିବେ । ତେଣୁ ଏହି ସମୟତକ ମିଶ୍ରଫଳଦାୟୀ ହେବ । କିନ୍ତ ଜାନୁୟାରୀ ୨୪ରେ ଶନିଙ୍କ ମକର ଚଳନ ପରେ ଏବଂ ବୃହସ୍ପତି ଧନୁରେ ଥିବା ସମୟରେ ଅନେକ ଶୁଭଫଳ ମିଳିବ । ଏହି ସମୟରେ ଗୃହରେ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ କରିପାରନ୍ତି । ବ୍ୟବସାୟ, ବାଣିଜ୍ୟ, ଶିଳ୍ପ ଆଦି କାର୍ଯ୍ୟରେ ଉନ୍ନତି ଘଟିବ । ଅପ୍ରତ୍ୟାଶିତ ଭାବେ ଘର, ଜମି, ଗାଡ଼ିମୋଟର ଲାଭର ସୁଯୋଗ ମିଳିପାରେ । ସଭାସମିତିରେ ସମ୍ମାନିତ ହେବେ । ସାମାଜିକ ସ୍ତରରେ ସମ୍ମାନ, ପ୍ରଶଂସା ଓ ପ୍ରତିଷ୍ଠା ପାଇବେ । ରାଜନୀତିରେ ସଫଳତା ମିଳିବ । ପ୍ରଶାସନିକ କ୍ଷେତ୍ରରେ ପ୍ରଭାବ ଓ ପ୍ରତିଷ୍ଠା ବୃଦ୍ଧ ପାଇବ । ରଚନାତ୍ମକ କାର୍ଯ୍ୟରେ ସୁଫଳ, ଶିକ୍ଷା କ୍ଷେତ୍ରରେ ସମ୍ମାନ, ମାଲିମକଦ୍ଦମାରେ ବିଜୟ, ଶତ୍ରୁନାଶ, ବକେୟା ଅର୍ଥପ୍ରାପ୍ତି ଆଦି ସୁଫଳ ପାଇପାରନ୍ତି । ଅବଶିଷ୍ଟ ସମୟ କେତେକ ପ୍ରକାର ଅଶୁଭଫଳ ଆଣିଦେଇପାରେ । ଆର୍ଥିକ, ସାମାଜିକ ଓ ଚାକିରି କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିପାରେ । ପୁରୁଣା ରୋଗ, ପରିଶୋଧ ହୋଇ ନ ଥିବା ଋଣ ଏବଂ ଶତ୍ରୁମାନଙ୍କ ପୀଡ଼ା କଷ୍ଟ ଦେବ । ମକରସ୍ଥ ବୃହସ୍ପତିଙ୍କ ଅଶୁଭତ୍ୱ ନିରାକରଣ ପାଇଁ ହଳଦିଆ ବସ୍ତ୍ର, ସୁବର୍ଣ୍ଣ ଓ ଘିଅ ଦକ୍ଷିଣା ସହ ଦାନ କରନ୍ତୁ ।
ମଘା ନକ୍ଷତ୍ରର ବ୍ୟକ୍ତି ସତର୍କ ରହି ଚଳିବା ଦରକାର । ପୂର୍ବାଫାଲ୍‌ଗୁନୀ ନକ୍ଷତ୍ରର ବ୍ୟକ୍ତି ବନ୍ଧୁ-ପରିଜନଙ୍କ ସାହାଯ୍ୟ ନେଇ କାର୍ଯ୍ୟରେ ଉନ୍ନତି କରିପାରିବେ । ଉତରାଫାଲ୍‌ଗୁନୀ ନକ୍ଷତ୍ରର ବ୍ୟକ୍ତି ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବା ଆବଶ୍ୟକ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking