40.1 C
Bhubaneswar
Wednesday, April 24, 2024
Homeରାଶିଫଳମିଥୁନ ରାଶିର ୨୦୨୦ ମସିହାର ବାର୍ଷିକ ରାଶିଫଳ

ମିଥୁନ ରାଶିର ୨୦୨୦ ମସିହାର ବାର୍ଷିକ ରାଶିଫଳ

ଦୈନିକ ରାଶିଫଳ ଚନ୍ଦ୍ରଙ୍କଠାରୁ, ମାସିକ ରାଶିଫଳ ରବିଙ୍କଠାରୁ ଏବଂ ବାର୍ଷିକ ରାଶିଫଳ ମୁଖ୍ୟତଃ ରାହୁ, କେତୁ, ବୃହସ୍ପତି ଓ ଶନିଙ୍କଠାରୁ ଗଣନା କରାଯାଏ । ଚଳିତବର୍ଷ ଜାନୁୟାରୀ ୨୪ ତାରିଖ ପର୍ଯ୍ୟନ୍ତ ଶନି ଧନୁରେ ଓ ତା’ପରେ ମକରରେ, ବର୍ଷ ଆରମ୍ଭରେ ଯଥାକ୍ରମେ ମିଥୁନ ଓ ଧନୁରେ ଥିବା ରାହୁ ଓ କେତୁ ସେପ୍ଟେମ୍ବର ୧୯ ତାରିଖରେ ବୃଷ ଓ ବିଛାକୁ ଚଳିବେ । ବୃହସ୍ପତି ବର୍ଷ ଆରମ୍ଭରୁ ଧନୁରେ ଏବଂ ୨୯ା୦୩ା୨୦୨୦ରେ ମକରକୁ ଚଳି ପୁଣି ୩୦ା୦୬ା୨୦୨୦ରେ ବକ୍ରଗତିରେ ଧନୁକୁ ପ୍ରତ୍ୟାବନ କରିବେ । ପୁଣି ବୃହସ୍ପତି ତା୨୦ା୧୧ା୨୦ ଦିବା ୦୧ା୨୨ରେ ଧନୁରୁ ମକରକୁ ଚଳିବେ । ସେହି ଅନୁସାରେ ମିଥୁନ ରାଶିର ଫଳ ନିମ୍ନରେ ପ୍ରଦାନ କରାଗଲା ।
ମିଥୁନ: ଚଳିତବର୍ଷ ବର୍ଷ ଆରମ୍ଭରେ ଜନ୍ମରାଶିରେ ରାହୁ, ସପ୍ତମରେ କେତୁ, ଶନି, ବୃହସ୍ପତି, ରବି ଓ ବୁଧ ଅଛନ୍ତି । ଏମାନେ ସମସ୍ତେ ଅଶୁଭକାରକ । ଅନେକ କ୍ଷେତ୍ରରେ ଗତାନୁଗତିକତା ତଥା ପଛଟାଣ ଅନୁଭବ କରିବେ । ସପ୍ତମ ବୃହସ୍ପତି ଶୁଭ ହେଲେହେଁ ଅଶୁଭ ଗ୍ରହମାନଙ୍କ ଦୃଷ୍ଟି ଓ ଯୁତି ହେତୁ ଅଶୁଭ ଫଳ ପ୍ରଦାନ କରିପାରନ୍ତି । ତା’ଛଡ଼ା ମିଥୁନ ରାଶିକୁ ଲଗ୍ନ ଧରିଲେ ସପ୍ତମ ଓ ଦଶମାଧିପତି ହିସାବରେ ବାଧକ, ମାରକ ଓ କେନ୍ଦ୍ରାଧିପତି ବୃହସ୍ପତି କେବେ ବି ଶୁଭକାରକ ନୁହନ୍ତି । ମାନସିକ ଦୁଶ୍ଚିନ୍ତା, ଦାମ୍ପତ୍ୟ କଳହ, ବ୍ୟବସାୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା, ମାନ୍ଦାବସ୍ଥା କାରଣରୁ ଶିଳ୍ପ-ଉଦ୍ୟୋଗରେ ଅଚଳାବସ୍ଥା, ସ୍ୱାସ୍ଥ୍ୟଚିନ୍ତା ଆଦି ଘାରିବ । ବୃହସ୍ପତିଙ୍କ ମକର ରାଶି ଚଳନ ବି ଆପଣଙ୍କ ପାଇଁ ଶୁଭକାରକ ନୁହେଁ । ଜାନୁୟାରୀ ୨୪ରେ ଶନିସପ୍ତାର ପ୍ରଥମ ଚରଣ ଭୋଗ ସରି ଦ୍ୱିତୀୟ ଚରଣ ଭୋଗ ଆରମ୍ଭ ହେବ ଏବଂ ତାହା ବର୍ଷ ଶେଷ ପର୍ଯ୍ୟନ୍ତ ରହିବ । ସେପ୍ଟେମ୍ବର ୧୯ରେ ରାହୁଙ୍କ ଦ୍ୱାଦଶ ଭାବକୁ ଚଳନ ବୃଥା ଗମନାଗମନ, ଅଧିକ ବ୍ୟୟ, ହାନି ଆଦିର କାରଣ ହେବ । ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍‌ନା କରିବାକୁ ପଡ଼ିପାରେ । ଦୂରଯାତ୍ରା ସ୍ପୃହଣୀୟ ନୁହେଁ । ପେଟ ଗୋଳମାଳ ସହ ପାଗ ପରିବର୍ତନଜନିତ ସମସ୍ୟା ଦେଖାଦେଇପାରେ । ଶନିସପ୍ତାର ପ୍ରତିକୂଳତାରୁ ରକ୍ଷା ପାଇବା ପାଇଁ ପ୍ରତିକାରସ୍ୱରୂପ ଓଁ ‘ଶଂ ଶନୈଶ୍ଚରାୟ ନମଃ’ ମନ୍ତ୍ର ଜପ କରନ୍ତୁ । ସକାଳେ ସଜ ରୁଟି ଛିଣ୍ଡାଇ କୁଆଙ୍କୁ ଖାଇବାକୁ ଦିଅନ୍ତୁ । ଶନିବାର ସନ୍ଧ୍ୟା ସମୟରେ ଅଶ୍ୱର୍ଥ ବୃକ୍ଷ ଚାରିପଟେ ଶନିଙ୍କ ମନ୍ତ୍ର ଜପ କରି ପ୍ରଦକ୍ଷିଣ କରିବା ସହ ଦୀପଦାନ କରନ୍ତୁ । ବୃହସ୍ପତିଙ୍କ ମନ୍ତ୍ର ‘ଓଁ ବୃଂ ବୃହସ୍ପତୟେ ନମଃ’ ଜପ କରନ୍ତୁ । ସମସ୍ୟା ଦୂର ହୋଇପାରିବ ।
ମୃଗଶିରା ନକ୍ଷତ୍ର ମଧ୍ୟମ ଫଳ ପାଇବେ । ଆର୍ଦ୍ରା ନକ୍ଷତ୍ରଜାତ ବ୍ୟକ୍ତି ଯାନବାହନ ଦୁର୍ଘଟଣା ଓ ବାଣିଜ୍ୟ-ବ୍ୟବସାୟରେ କ୍ଷତିର ସମ୍ମୁଖୀନ ହୋଇପାରନ୍ତି । ପୁନର୍ବସୁ ନକ୍ଷତ୍ର ପ୍ରେମ ବ୍ୟାପାରରେ ଅସଫଳ ହେବେ । ତେବେ ବର୍ଷର ପୂର୍ବାର୍ଦ୍ଧ ଏକ୍ଷେତ୍ରରେ ଶୁଭଫଳ ଦେଇପାରେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking