33.1 C
Bhubaneswar
Tuesday, April 30, 2024
Homeଓଡିଶାସିମେଣ୍ଟ କାରଖାନାରେ ଶ୍ରମିକଙ୍କ ମୃତ୍ୟୁ

ସିମେଣ୍ଟ କାରଖାନାରେ ଶ୍ରମିକଙ୍କ ମୃତ୍ୟୁ

ଆଠଗଡ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଗାରିଆପାଟ ଠାରେ ଥିବା ଶ୍ରୀ ସିମେଣ୍ଟ କାରଖାନାର ଜନୈକ ଶ୍ରମିକ ଦିବାକର ପ୍ରଧାନଙ୍କ ଉପରେ ପାଉଁଶ ଟ୍ରକ୍ ଚଢିଯିବା ନେଇ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଯାହାଫଳରେ ଘଟଣାକୁ ନେଇ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଗ୍ରାମବାସୀମାନେ କମ୍ପାନୀ ଫାଟକ ଆଗରେ ଧାରଣା ଦେଇଥିଲେ । ଖବର ନେବାରେ ଜଣାଯାଏ ଯେ ଡାଳଭାଗ ଗ୍ରାମର ଦିବାକର ପ୍ରଧାନ ଜୟ ମା’ ଦୁର୍ଗା ଇଞ୍ଜିନିୟରିଂ ଠାକାଦାର ସଂସ୍ଥା ପକ୍ଷରୁ ଶ୍ରୀ ସିମେଣ୍ଟ କମ୍ପାନୀର ଠିକାରେ ୫ବର୍ଷ ହେଲା କାର୍ଯ୍ୟ କରିଆସୁଥିଲେ । ହେଲେ ଗତକାଲି ସେ ପାଉଁଶ ଟ୍ରକ୍‌ରୁ ମାଲ୍ ଖଲାସ କରି ଫେରୁଥିବା ସମୟରେ ଅତ୍ୟଧିକ ଧୂଆଁ କାରଣରୁ ଟ୍ରକ୍ ଡ୍ରାଇଭରଙ୍କୁ ପଛପାଖ ଦେଖାନଯିବା କାରଣରୁ ଟ୍ରକ୍‌ଟି ଦିବାକରଙ୍କୁ ଧକ୍କା ଦେଇଥିଲା । ଗୁରୁତର ଦିବାକରଙ୍କୁ ଚିକିତ୍ସା ପାଇଁ କଟକର ଏକ ଘରୋଇ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରେ ତାଙ୍କ ଶବକୁ କଟକ ବଡ଼ଡାକ୍ତରଖାନକୁ ଅଣାଯାଇ ସେଠାରେ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ଦିବାକରଙ୍କ ମୃତ୍ୟୁ ଖବର ଜାଣିବାପରେ ଡାଳଭାଗ ଗ୍ରାମବାସୀମାନେ କ୍ଷତିପୁରଣ ଦାବି ନେଇ କମ୍ପାନୀ ଫାଟକ ଆଗରେ ଧାରଣା ଦେଇଥିଲେ । ଖବରପାଇ ଖୁଣ୍ଟୁଣୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାକରୀ ଜିଲ୍ଲାପାଳ ମାନସ ବେହେରା, ଶ୍ରମିକ ସଂଗଠନର କର୍ମକର୍ତ୍ତା, ପୁଲିସି ପ୍ରଶାସନ ଏବଂ କମ୍ପାନୀର ସହକାରୀ ପରିଚାଳକ ପ୍ରଦିପ କୁମାର ଭୋଇ ଓ ଠିକା ସଂସ୍ଥାର କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରାଯାଇ ଶବଦାହ ପାଇଁ ୫୦ ହଜାର ଟଙ୍କା ଏବଂ ଏକ ସପ୍ତାହରେ ୧୦ଲକ୍ଷ ଟଙ୍କା, ଇପିଏଫ୍ ବାବଦକୁ ୩ଲକ୍ଷ ୫୦ହଜାର ଟଙ୍କା ଏଭଳି ମୋଟ ୨୦ଲକ୍ଷ ଟଙ୍କା ପ୍ରଦାନ କରିବା ସହିତ ମୃତକଙ୍କ ପୁଅକୁ କମ୍ପାନୀରେ ଏକ ଚାକିରି ଦେବାକୁ ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking