30.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶମତଦାନର କିଛି ମିନିଟ୍‌ ପରେ ୯୧ ବର୍ଷୀୟ ମହିଳାଙ୍କ ମୃତ୍ୟୁ

ମତଦାନର କିଛି ମିନିଟ୍‌ ପରେ ୯୧ ବର୍ଷୀୟ ମହିଳାଙ୍କ ମୃତ୍ୟୁ

ବେଙ୍ଗାଲୁରୁ: ‌ ୮୫ ବର୍ଷରୁ ଅଧିକ ବୟସର ନାଗିରକ ଓ ଭିନ୍ନକ୍ଷମ ଯେଭଳି ସହଜରେ ମତଦାନ ଦେଇପାରିବେ ସେନେଇ ନିର୍ବାଚନ କମିସନ ଚଳିତ ନିର୍ବାଚନରେ ‘ଘରୁ ମତଦାନ’ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ମତଦାନ ପ୍ରକ୍ରିୟାରେ ଉତ୍ସାହ ସହକାରେ ଭାଗ ନେଇଥିବା ୯୧ ବର୍ଷୀୟ ପୁତ୍ତାମ୍ମାଙ୍କ ନିଜ ଘରେ ଭୋଟ ଦେବାର କିଛି ମିନିଟ୍‌ ମଧ୍ୟରେ ମୃତ୍ୟୁ ଘଟିଛି। ଏହି ଘଟଣା ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। କର୍ଣ୍ଣାଟକର ମହୀଶୂର ସଂସଦୀୟ ଆସନର ଭୋଟର ତଥା ହୁନ୍‌ସୁର ନିବାସୀ ପୁତ୍ତାମ୍ମା ‘ଘରୁ ମତଦାନ’ ନିମନ୍ତେ ଆବେଦନ କରିଥିଲେ। ଆଜି ପୁତ୍ତାମ୍ମାଙ୍କ ଭୋଟ ଗ୍ରହଣ କରିବାକୁ ନିର୍ବାଚନ ଅଧିକାରୀଙ୍କ ଟିମ୍‌ ତାଙ୍କ ଘରେ ପହଞ୍ଚିଥିଲେ। ପୁତ୍ତାମ୍ମା ଖୁସିରେ ଭୋଟ ଦେଇଥିଲେ। ତେବେ ଏହାର କିଛି ମିନିଟ୍‌ ମଧ୍ୟରେ ପୁତ୍ତାମ୍ମାଙ୍କ ମୃତ୍ୟୁ ଘଟିଥିଲା। ସେହିଭଳି ଅନ୍ୟ ଏକ ଘଟଣାରେ କର୍ଣ୍ଣାଟକ କୋପାଲ୍‌ ଜିଲ୍ଲା ହଳଗେରୀ ଗାଁର ୯୫ ବର୍ଷୀୟ ପାର୍ବତାମ୍ମା ସଜ୍ଜନ ଘରୁ ମତଦାନ ପାଇଁ ଆବେଦନ କରିଥିଲେ। ମତଦାନ ଟିମ୍‌ ଘର ପହଞ୍ଚିବାର କିଛି ମିନିଟ୍‌ ପୂର୍ବରୁ ପାର୍ବତାମ୍ମାଙ୍କ ମୃତ୍ୟୁ ଘଟିଥିଲା। ‘ମତଦାନ ନିମନ୍ତେ ମା’ ଖୁସୀ ଥିଲେ, କିନ୍ତୁ ପୋଲିଂ ଟିମ୍‌ ଘରେ ପହଞ୍ଚିବାର ଅ‌ଳ୍ପ କ୍ଷଣ ପୂର୍ବରୁ ମା’ଙ୍କ ମୃତ୍ୟୁ ଘଟିଥିଲା ଓ ସେ ଭୋଟ ଦେଇପାରିନାହାନ୍ତି’ ବୋଲି ତାଙ୍କ ପୁଅ ମୁଡ଼ିବାସାପ୍ପା କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking