36.1 C
Bhubaneswar
Monday, May 20, 2024
Homeଓଡିଶାଭୁବନେଶ୍ୱରରେ ହେବ ରିଂ ରୋଡ୍ : ନୀତିନ ଗଡକରୀ

ଭୁବନେଶ୍ୱରରେ ହେବ ରିଂ ରୋଡ୍ : ନୀତିନ ଗଡକରୀ

ଭୁବନେଶ୍ୱର : କୃଷ୍ଣପ୍ରସାଦରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ବକ୍ତବ୍ୟ । ଆଜି ଜଗନ୍ନାଥଙ୍କୁ ଦର୍ଶନ ବେଳେ ଦେଶକୁ ସୁଖୀ, ସମୃଦ୍ଧ କାମନା କଲି । ଓଡିଶାର ବିସ୍ତୃତ ସମୁଦ୍ର କୂଳ ରାଜ୍ୟ ପାଇଁ ବଡ ତାକତ । ଆମେ ମତ୍ସ୍ୟଜୀବୀଙ୍କୁ ଶହେ ନଟିକାଲ ମାଇଲ ଦକ୍ଷତା ବିଶିଷ୍ଟ ଟ୍ରଲର ଦେଇଛୁ । ଏ ଯୋଜନା ଓଡିଶାରେ ଲାଗୁ ହେଲେ ମସ୍ୟଜୀବୀଙ୍କୁ ଫାଇଦା ମିଳିବ । ଆମ ସରକାର ।ସିବା ପରେ ୨୫ କୋଟି ଲୋକଙ୍କୁ ଗରିବୀମୁକ୍ତ କରାଯାଇଛି । ଦେଶରେ କେବଳ ସ୍ମାର୍ଟ ସିଟି ନୁଦେଁ, ସ୍ମାର୍ଟ ଗ୍ରାମ ପାଇଁ ଉଦ୍ୟମ କରିଛୁ । ଆମେ ଚେଷ୍‌ଟିତ କୃଷକ କେବଳ ଅନ୍ନ ଦେବନି, ଶକ୍ତି ବି ଦେବ । ନଡାରୁ ବାୟୋ ସିଏନ୍‌ଜି ଉତ୍ପାଦନ ଆରମ୍ଭ ହୋଇଯାଇଛି । ଗାଁର କୃଷକ, ଶ୍ରମିକଙ୍କ ଉନ୍ନତି ପାଇଁ ନିରନ୍ତର ଉଦ୍ୟମ କରୁଛୁ । ଆଗାମୀ ଦିନରେ ସବୁ ପ୍ରକାର ଯାନ ହାଇଡ୍ରୋଜେନରେ ଚାଲିବ । ୧୦ ବର୍ଷର ମନ୍ତ୍ରୀ ମୁଁ, ୫୦ ଲକ୍ଷ କୋଟିର କାମ କରିଛି । ବିଜେପିର ସିଦ୍ଧାନ୍ତ-ଯାହା କହିବୁ,ତାକୁ କରି ଦେଖାଇବୁ । ଧାମରା ପୋର୍ଟ କନେକ୍ଟିଭିଟି, ପୁରୀ-ରାମେଶ୍ୱର ୪ ଲେନ୍ ରାସ୍ତା ହେବ । କଟକରୁ ପାରାଦୀପ ୪ ଲେନ୍ ୨୩୭୦ କୋଟିରେ ନିର୍ମାଣ ହେବ । ୨ଶହ କୋଟିରେ ପାରାଦୀପରେ ଏୟାରପୋର୍ଟ ପାଇଁ ନିଷ୍ପତ୍ତି ହୋଇଛି । ରାୟପୁରରୁ ବିଶାଖାପାଟଣା ୬ ଲେନ୍ ରାସ୍ତା ନିର୍ମାଣ ହେବ । ସେଥିରୁ ୨୪୦ କିଲୋମିଟର ଓଡିଶାରେ, ଡିସେମ୍ବର ସୁଦ୍ଧା କାମ ସରିବ । ରାଞ୍ଚôରୁ ସମ୍ବଲପୁର ୪ ଲେନ୍ ରାସ୍ତା ହେବ, ନିର୍ବାଚନ ପରେ କାମ ଆରମ୍ଭ । ଭୁବନେଶ୍ୱର ରିଂ ରୋଡ୍ ଅକ୍ଟୋବରରୁ କାମ ଆରମ୍ଭ ହେବ । ସମ୍ବଲପୁରରେ ୩୫ କିମି ୪ ଲେନ୍ ବିଶିଷ୍ଟ ରିଂ ରୋଡ୍ ହେବ । ଚିଲିକା ସେତୁ ନିର୍ମାଣ ପାଇଁ ବି ଘୋଷଣା କଲେ ଗଡକରୀ । ଡିପିଆର୍ ପ୍ରସ୍ତୁତ ହୋଇଯାଇଛି, ନିର୍ବାଚନ ପରେ କାମ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking