36.1 C
Bhubaneswar
Monday, May 20, 2024
Homeଓଡିଶାଓଡିଶା ପାଇଁ ଗାଡ଼କରୀଙ୍କ ବ୍ୟାପକ ଘୋଷଣା

ଓଡିଶା ପାଇଁ ଗାଡ଼କରୀଙ୍କ ବ୍ୟାପକ ଘୋଷଣା

ପୁରୀ : ଭୁବନେଶ୍ୱରରେ ହେବ ୧୧୧ କିଲୋମିଟର ରିଂ ରୋଡ୍ । ରିଂ ରୋଡ୍ ୬ ଲେନ୍‌ ବିଶିଷ୍ଟ ହେବ ଖର୍ଚ୍ଚ ହେବ ୬୫୦୦ କୋଟି । ଭୁବନେଶ୍ୱରରେ ରିଂ ରୋଡ୍ କାମ ଅକ୍ଟୋବରରୁ ଆରମ୍ଭ ହେବ । ରିଂ ରୋଡ୍ ଦ୍ୱାରା କଟକ-ଭୁବନେଶ୍ୱର-ଖୋର୍ଦ୍ଧା ଯାତାୟାତ ସହଜ ହେବ । ଅନ୍ୟପଟେ ଚିଲିକାରେ ସେତୁ ନିର୍ମାଣ ପାଇଁ ବି ଘୋଷଣା କରିଛନ୍ତି ଗଡ଼କରୀ । ଟାଙ୍ଗୀ -ଦୀଘା ରାସ୍ତାରେ ହେବ,ଦୁଇ ଏନଏଚ କୁ ସଂଯୋଗ କରିବ । ଦୁଇଟି ପୋଲ ହେବ, ଗୋଟିଏ ୧ କିମି ଓ ଅନ୍ୟଟି ଅଢ଼େଇ କିମି । ୨ ଲେନ ବିଶିଷ୍ଟ ହେବ ଉଭୟ ପୋଲ,ଡିପିଆର୍‌ ପ୍ରସ୍ତୁତ ଚାଲିଛି । ରାମେଶ୍ୱର-ପୁରୀ-କୋଣାର୍କ-ଦୀଘା ୪ ଲେନ୍‌ ରାସ୍ତା ହେବ । ୧୭୭ କିମି ରାସ୍ତା ହେବ ; ୮୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨ ହଜାର କୋଟିରେ ୬୫ କିମିର ୪ ଲେନ୍ ଜାମୁଝାଡି-ଧାମରା ରାସ୍ତା ହେବ । କଟକ-ପାରାଦୀପ ୭୮ କିମିର ରାସ୍ତା ୪ ଲେନ୍ ବିଶିଷ୍ଟ ହେବ । କଟକ-ପାରାଦୀପ ୪ ଲେନ୍ ରାସ୍ତା ପାଇଁ ଖର୍ଚ୍ଚ ହେବ ୨୩୭୦ କୋଟି । ୨ ଶହ କୋଟିରେ ପାରାଦୀପ ନିର୍ମାଣ ହେବ ଏୟାରପୋର୍ଟ । ରାୟପୁର-ବିଶାଖାପାଟଣା ୬ ଲେନ୍ ରାସ୍ତା ୨୫ ହଜାର କୋଟିରେ ଚାଲିଛି । ୪୬୫ କିମି ରାସ୍ତାରୁ ଓଡିଶାରେ ରହିଛି ୨୪୦ କିମି ; ଡିସେମ୍ବର ସୁଦ୍ଧା ସରିବ । ମୁମ୍ବାଇ-କୋଲକାତା ୪ ଲେନ୍ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ମୁମ୍ବାଇ-କୋଲକାତା ରାସ୍ତାର ୪୫୦ କିମି ଓଡିଶାରେ, ଶୀଘ୍ର କାମ ସରିବ । ରାଞ୍ଚô-ସମ୍ବଲପୁର ୪ ଲେନ୍ ୨୮୦ କିମି ରାସ୍ତା ୬୩୦୦ କୋଟିରେ ହେବ । ସମ୍ବଲପୁର ସହରରେ ୩୫ କିମିର ରିଂ ରୋଡ୍ ହେବ, ଅକ୍ଟୋବରରୁ କାମ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking