ଭୁବନେଶ୍ବର : ମଧ୍ୟବିତ ହେଉଛନ୍ତି ସମାଜର ମେରୁଦଣ୍ଡ। ଏଣୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ମଧ୍ୟବିତଙ୍କ ପାଇଁ ବହୁତ କାମ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏଥର ନିର୍ବାଚନ ଇସ୍ତାହାରରେ ମଧ୍ୟବିତ୍ତଙ୍କ ପାଇଁ ୪ଟି ମୁଖ୍ୟ ଘୋଷଣା କରିଛନ୍ତି। ଯାହାକୁ ନେଇ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ସାମଜିକ ଗଣମାଧ୍ୟମ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଏନେଇ ସୂଚନା ଦେଇଛନ୍ତି। ସେ ଭିଡିଓରେ କହିଛନ୍ତି ପ୍ରଥମେ ମଧ୍ୟବିତଙ୍କୁ ବିଏସକେୱାଇ ରେ ସାମିଲ କରାଯିବ। ଯାହା ଫଳରେ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ସେମାନେ ଆଉ ହଇରାଣ ହେବେ ନାହିଁ। ଏଥି ସହିତ ମଧ୍ୟବିତ୍ତଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଉପରେ ସୁଧ ଉପରେ ରିହାତି ମିଳିବ। ମହିଳାଙ୍କୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ମିଳିବ। ଏଥି ସହିତ ମଧ୍ୟବିତ ପିଲାମାନଙ୍କ ପାଇଁ ଛାତ୍ରବୃତ୍ତି ଓ ଉଚ୍ଚଶିକ୍ଷା ପାଇଁ ବୃତ୍ତି ମିଳିବ। ଏଥି ସହିତ ଉଚ୍ଚ ଶିକ୍ଷା ଋଣ ନେଲେ ସେମାନଙ୍କୁ ମଧ୍ୟ ସୁଧ ଉପରେ ରିହାତି ମିଳିବ। ଏହା ସହ ସୁଲଭ ପରିବହନ କ୍ଷେତ୍ରରେ ମଧ୍ୟ ସରକାର ସହାୟତା ପ୍ରଦାନ କରାଯିବ। ଯାହା ବିଜୁ ଜନତା ଦଳର ନିର୍ବାଚନ ଇସ୍ତାହାରରେ ରହିଛି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍ ୯ ତାରିଖରେ ଷଷ୍ଠ ଥଣ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏସବୁ କାର୍ଯ୍ୟକାରୀ କରାଯିବ ବୋଲି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।