36.1 C
Bhubaneswar
Monday, May 20, 2024
Homeଦେଶ ବିଦେଶନାଇଲ ଫିଭର୍‌କୁ ନେଇ କେରେଳବାସୀଙ୍କୁ ସତର୍କତା ଜାରି କଲା କେରଳ ସ୍ୱାସ୍ଥ୍ୟ ବିଭାଗ

ନାଇଲ ଫିଭର୍‌କୁ ନେଇ କେରେଳବାସୀଙ୍କୁ ସତର୍କତା ଜାରି କଲା କେରଳ ସ୍ୱାସ୍ଥ୍ୟ ବିଭାଗ

କେରଳ : କେରଳରେ ଭୟ ବଢ଼ାଉଛି ନାଇଲ ଫିଭର୍‌ । କେରଳରେ ୱେଷ୍ଟ ନାଇଲ ଫିଭର ଲଗାତାର ଭାବେ ବଢିଚାଲିଛି । ଏହାଦ୍ୱାରା ଲୋକମାନେ ଭୟଭୀତ ହୋଇପଡିଛନ୍ତି । ଏସବୁକୁ ଦୃଷ୍ଟିରେ ରଖି କେରେଳବାସୀଙ୍କୁ ସତର୍କ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ,କେରଳର କୋଝିକୋଡ଼, ତ୍ରିଶୁର ଏବଂ ମଲ୍ଲପୁରମରୁ ୱେଷ୍ଟ ନାଇଲ ଫିଭରର ୬ ଟି ମାମଲା ସାମ୍ନାକୁ ଆସିଛି । ପରିକି ତ୍ରିଶୁରରେ ଜଣେ ୭୯ ବର୍ଷୀୟ ବୃଦ୍ଧ ଏହି ଫିଭର ଆକ୍ରମଣ ଫଳରେ ଜୀବନ ଚାଲିଯାଇଛି । ଏହି ଘଟଣାକୁ ନେଇ ଏବେ ଭୟଭୀତ ହେବା ସହ ଚର୍ଚ୍ଚା ଧରିଛି । ୱେଷ୍ଟ ନାଇଲ ଫିଭର ମଶା କାମୁଡ଼ିବାରୁ ହୋଇଥାଏ ବୋଲି ଆମେରିକାର ସେଣ୍ଟର ଫର୍‌ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ପକ୍ଷରୁ କୁହାଯାଇଛି । ଏହି ମଶା କାମୁଡିବା ଦ୍ୱାରା ଜ୍ବର ସହିତ ବାନ୍ତି, ଝାଡ଼ା ଏବଂ ମୁଣ୍ଡବିନ୍ଧି ଥାଏ। ତେବେ ସ୍ବଚ୍ଛତା ଅଭିଯାନ ଆରମ୍ଭ କରି ମଶା ବଂଶବୃଦ୍ଧି ହେବାକୁ ନ ଦେବା ପାଇଁ ସବୁ ଜିଲ୍ଲା ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking