29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶ୧୧ବର୍ଷ ପରେ ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ; ଅଲଗା ହେଲେ ଜିଭି ପ୍ରକାଶ କୁମାର-ସାନ୍ଧଭି

୧୧ବର୍ଷ ପରେ ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ; ଅଲଗା ହେଲେ ଜିଭି ପ୍ରକାଶ କୁମାର-ସାନ୍ଧଭି

ମୁମ୍ବାଇ: ଓସ୍କାର ବିଜେତା ରଚନା ଏ ଆର ରେହମାନଙ୍କ ଭଣଜା ତଥା ସଙ୍ଗୀତ ନିର୍ଦ୍ଦେଶକ ତଥା ଅଭିନେତା ଜି.ଭି ପ୍ରକାଶ କୁମାର ତାଙ୍କ ପତ୍ନୀ ତଥା କଣ୍ଠଶିଳ୍ପୀ ସାନ୍ଧଭିଙ୍କ ଠାରୁ ଛାଡ଼ପତ୍ର ଘୋଷଣା କରିଛନ୍ତି । ବିବାହର ୧୧ ବର୍ଷ ପରେ ପ୍ରକାଶ ଏବଂ ସାନ୍ଧଭି ଭିଉଭୟ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଜି.ଭି ପ୍ରକାଶ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ଛାଡପତ୍ର ବିଷୟରେ ସୂଚନା ଦେଇଛନ୍ତି । ତେବେ ଏହି ଖବର ଶୁଣିବା ପରେ ସମସ୍ତ ଫ୍ୟାନ୍ସ ବହୁତ ନିରାଶ ହୋଇଛନ୍ତି ।

ଜିଭି ପ୍ରକାଶ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ”ବହୁ ଚିନ୍ତା ପରେ ସାନ୍ଧଭି ଏବଂ ମୁଁ ବିବାହର ୧୧ ବର୍ଷ ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ପରସ୍ପର ପ୍ରତି ସମ୍ମାନ ରକ୍ଷା କରୁଥିବାବେଳେ ଆମର ମାନସିକ ଶାନ୍ତି ଏବଂ ସୁସ୍ଥତା ପାଇଁ ଏହା ହେଉଛି ଭଲ ନିଷ୍ପତ୍ତି । ଆମ ଜୀବନରେ ଏହି ବ୍ୟକ୍ତିଗତ ପରିବର୍ତ୍ତନ ସମୟରେ ଆମେ ଗଣମାଧ୍ୟମ, ବନ୍ଧୁ ଏବଂ ପ୍ରଶଂସକମାନଙ୍କୁ ଆମର ଗୋପନୀୟତାକୁ ବୁଝନ୍ତୁ ଏବଂ ସମ୍ମାନ କରନ୍ତୁ । ଆମେ ବିଶ୍ୱାସ କରୁଛୁ ଏହା ପରସ୍ପର ପାଇଁ ସର୍ବୋତ୍ତମ ନିଷ୍ପତ୍ତି । ତୁମର ବୁଝିବା ଏବଂ ସମର୍ଥନ ଏହି କଷ୍ଟ ସମୟରେ ବହୁତ କିଛି । ଧନ୍ୟବାଦ’ ।

ଏହି ପୂର୍ବତନ ଦମ୍ପତି ୨୦୧୩ ରେ ବିବାହ କରିଥିଲେ । ବିବାହର ୭ ବର୍ଷ ପରେ ଏହି ଦମ୍ପତି ୨୦୨୦ରେ ଝିଅ ଅନଭିଙ୍କ ପିତାମାତା ହୋଇଥିଲେ । ସାନ୍ଧଭି ଜଣେ କର୍ଣ୍ଣାଟକ ଲୋକପ୍ରିୟ ଗାୟିକା ଏବଂ ସଂଗୀତଜ୍ଞ ହୋଇଥିବାବେଳେ ପ୍ରକାଶ ତାମିଲ ଏବଂ ତେଲୁଗୁ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଗାୟକ ଏବଂ ଅଭିନେତା ମଧ୍‌ଯ । ଏହି ଯୋଡି ଅନେକ ପ୍ରୋଜେକ୍ଟରେ ଏକାଠି କାମ କରିଛନ୍ତି ଏବଂ ହିଟ୍ ଗୀତ ଦେଇ ଲୋକପ୍ରିୟତା ହାସଲ କରିଛନ୍ତି । ଜିଭି ପ୍ରକାଶ ହେଉଛନ୍ତି ଓସ୍କାର ବିଜେତା ଏଆର ରେହମାନଙ୍କ ଭଣଜା । ପ୍ରକାଶ ବର୍ତ୍ତମାନ ବିକ୍ରମଙ୍କ ଥାଙ୍ଗଲାନ, କଙ୍ଗନା ରାଣାୱତଙ୍କ ଏମରଜେନ୍ସି, ଅକ୍ଷୟ କୁମାରଙ୍କ ସରଫିରା, ନିତିନଙ୍କ ରବିନ୍ ହୁଡ୍‌, ସୁରିଆଙ୍କ ଆଖ୍ୟାବିହୀନ ଚଳଚ୍ଚିତ୍ର ଏବଂ ତାମିଲ, ତେଲୁଗୁ ଏବଂ ହିନ୍ଦୀରେ ବହୁ ସଂଖ୍ୟକ ଚଳଚ୍ଚିତ୍ର ରଚନା କରିବାରେ ବ୍ୟସ୍ତ ଅଛନ୍ତି । ସେ ଇଡିମୁଜାକ୍କମ୍‌, ୧୩, କଲଭାନ୍‌, ଏବଂ ଡିଅରରେ ମଧ୍ୟ ନଜର ଆସିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking