29.1 C
Bhubaneswar
Sunday, May 19, 2024
Homeଓଡିଶାସଡ଼କ ଦୁର୍ଘଟଣାରେ ଆଇନଜୀବୀଙ୍କ ମୃତ୍ୟୁ

ସଡ଼କ ଦୁର୍ଘଟଣାରେ ଆଇନଜୀବୀଙ୍କ ମୃତ୍ୟୁ

ସାଲେପୁର: ଶିଶୁଆ ପଞ୍ଚାୟତର ବାହାରପଡ଼ା ଗ୍ରାମର ଆଇନଜୀବୀ ନିରଞ୍ଜନ ସାହୁଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । କଟକରୁ କାମସାରି ନିଜ ମୋଟର ସାଇକେଲରେ ଘରକୁ ଫେରିବା ବେଳେ ଗତକାଲି ସନ୍ଧ୍ୟାରେ ଜଗତପୁର ଥାନା ଅନ୍ତର୍ଗତ କଟକ ସାଲେପୁର ମୁଖ୍ୟ ରାସ୍ତାର ଖଇରା ପୋଲ ନିକଟରେ ପଛପଟରୁ ଆସୁଥିବା ଏକ ହାଇୱା ନିରଞ୍ଜନଙ୍କୁ ଧକ୍କାଦେବା ଫଳରେ ସେ ରାସ୍ତାରେ ପଡିଯାଇଥିଲେ । ଫଳରେ ସେହି ଗାଡି ତାଙ୍କ ଉପରେ ଚଢ଼ିଯାଇଥିଲା । ଜଗତପୁର ପୁଲିସ ଓ ସ୍ଥାନୀୟ ଲୋକମାନେ ତାଙ୍କୁ କଟକ ବଡ଼ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଶବ ବ୍ୟବଚ୍ଛେଦ ହେବା ପରେ ତାଙ୍କ ମୃତଦେହ ଗ୍ରାମକୁ ଅଣାଯାଇଥିଲା । ଏକ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ବଡ଼ପୁଅ ସ୍ମୃତିରଞ୍ଜନ ମୁଖାଗ୍ନି ଦେଇଥିଲେ । ଶ୍ରୀ ସାହୁ ଜଣେ ମେଳାପୀ, ପରୋପକାରୀ, ମିଷ୍ଟଭାଷୀ, ଧର୍ମପରାୟଣ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁ ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଦିଲ୍ଲୀପ ଦାଶ, ସଞ୍ଜୀବ ସାହୁ, ଶିଶିର କୁମାର ଦାଶ, ହେମନ୍ତ ନନ୍ଦ, ତପନ ନାୟକ, ଭୁବନାନନ୍ଦ ଖୁଣ୍ଟିଆ, ସୁଶାନ୍ତ ବେହେରା, କୈଳାଶ ଚନ୍ଦ୍ର ଖଟୋଇ, ଦିବ୍ୟରଞ୍ଜନ ଦାଶ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking