29.1 C
Bhubaneswar
Friday, May 17, 2024
Homeଓଡିଶାପ୍ରେମିକାକୁ ହତ୍ୟା, ଅଭିଯୁକ୍ତ ଗିରଫ

ପ୍ରେମିକାକୁ ହତ୍ୟା, ଅଭିଯୁକ୍ତ ଗିରଫ

ବାଲିଗୁଡା: ପ୍ରେମିକାଙ୍କୁ ହତ୍ୟା କରିବା ଅଭିଯୋଗରେ କେରଳ ପୁଲିସ ଅଭିଯୁକ୍ତ ପ୍ରେମିକ ସାମୁଏଲ ବଡମାଝୀଙ୍କୁ କନ୍ଧମାଳ ଜିଲା ଅନ୍ତର୍ଗତ କୋଟଗଡ ଥାନାର ସୁବର୍ଣ୍ଣଗିରି ପଞ୍ଚାୟତ ରାମିନିଗୁଡାରୁ ଗିରଫ କରଛି । ରୀତିକା ସାହୁଙ୍କ ଘର ରାଇକିଆ ଥାନା ଅନ୍ତର୍ଗତ ଛାଞ୍ଚେଡି ଗ୍ରାମରେ । ଦୁହେଁ କାମଧନ୍ଦା ପାଇଁ କେରଳ ଯାଇଥିଲେ । ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାରୁ ସେଠାରେ ଦୁହେଁ କେରଳ ରାଜ୍ୟର ଆରପୁଜା ଜିଲା ପୁଚାକାରୁ ଗ୍ରାମରେ ରହୁଥିଲେ । ରୀତିକା କାହା ସହିତ ସବୁବେଳେ ଫୋନରେ କଥାବାର୍ତ୍ତା କରୁଥିବା ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାକୁ ନେଇ ଏପ୍ରିଲ ୨ ତାରିଖରେ ସାମୁଏଲ ଏକ ଛୁରୀରେ ରୀତିକା ଉପରେ ମରାଣାତ୍ମକ ଆକ୍ରମଣ କରିଥିଲା । ରୀତିକାଙ୍କୁ ଆଖପାଖଲୋକ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟକୁ ନେଇଥିଲେ । ଏହି ଘଟଣା ପରେ ସାମୁଏଲ ଫେରାର ହୋଇଯାଇଥିଲା । ଘଟଣା ସମ୍ପର୍କରେ ସେଠାକାର ଲୋକେ ରୀତିକାଙ୍କ ପରିବାର ଲୋକଙ୍କୁ ଫୋନ ଯୋଗେ ଘଟଣା ବିଷୟରେ କହିଥିଲେ । ପରେ ରୀତିକାଙ୍କ ବାପା ଶରତ ସାହୁ ଗାଁରୁ କେରଳକୁ ଯାଇଥିଲେ । ସେ ପହଞ୍ଚିବା ସମୟର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଝିଅର ମୃତ୍ୟୁ ହୋଇ ଯାଇଥିଲା । ଏହାକୁ ନେଇ ବାପା ଶରତ କେରଳର ପୁଚାକାରୁ ଥାନାରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା କେରଳ ପୁଲିସ । ଅଭିଯୁକ୍ତକୁ ଖୋଜାଖୋଜି ପରେ କେରଳରେ ନପାଇବାରୁ ଅଧିକ ତନାଘନା ପାଇଁ କୋଟଗଡ ପୁଲିସର ସହାୟତା ନେଇଥିଲେ । କୋଟଗଡ ପୁଲିସ ସହାୟତାରେ ଅଭିଯୁକ୍ତ କୋଟଗଡ ଥାନା ଅନ୍ତର୍ଗତ ସୁବର୍ଣ୍ଣଗିରି ପଞ୍ଚାୟତ ରାମନିଗୁଡାରେ ରହୁଥିବା ସୂଚନା ପାଇ ସେଠାରୁ ଗିରଫ କରିଛି କେରଳ ପୁଲିସ । ଅଭିଯୁକ୍ତର ଘର କୋଟଗଡ ଥାନା ଅନ୍ତର୍ଗତ ରାଙ୍ଗାପାଙ୍ଗା ଗ୍ରାମରେ ବୋଲି କୋଟଗଡ ଥାନା ଅଧିକାରୀ ଦୀପ୍ତି ରଂଜନ ବେହେରା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking