40.1 C
Bhubaneswar
Tuesday, April 30, 2024
Homeଓଡିଶା୨ ଫେରାର ଅଭିଯୁକ୍ତ ଗିରଫ

୨ ଫେରାର ଅଭିଯୁକ୍ତ ଗିରଫ

ଦାରିଙ୍ଗବାଡି : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଅବାଧ ଓ ମୁକ୍ତ ନିର୍ବାଚନ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି । ଥାନା ଅଞ୍ଚଳରେ ପୋଲିସର ଉପସ୍ଥିତିକୁ ଲୋକଙ୍କୁ ଜଣାଇବା ଓ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ସବୁ ସମୟରେ ଉପସ୍ଥିତ ରହିଥିବା ଲୋକଙ୍କୁ ସଚେତନ କରି ଜଣାଉଛି । ଏଥିପାଇଁ ପୋଲିସ ପୂର୍ବରୁ ନିୟମିତ ବ୍ରାହ୍ମଣୀଗାଁରେ ପାଟ୍ରୋଲିଂକୁ କଡାକଡି କରିବା ସହ ଗାଡିମୋଟର ଯାଞ୍ଚ କରାଯାଉଛି । ସେହିପରି ଫ୍ଲାଗମାର୍ଚ୍ଚ କରି ଲୋକଙ୍କୁ ସଚେତନ କରାଇଛି । ସେହିକ୍ରମରେ ଉକ୍ତ ଥାନା ଅଞ୍ଚଳ ଗଦାପୁରଠାରେ ଫ୍ଲାଗମାର୍ଚ୍ଚ କରାଯାଇଥିବା ଜଣାପଡିଛି । ୨୦୧୯ରେ ଏକ ମାମଲାରେ ଫେରାର ହୋଇଥିବା ୨ ଜଣ ଫେରାର ଅଭିଯୁକ୍ତଙ୍କୁ ବ୍ରାହ୍ମଣୀଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଉକ୍ତ ଥାନା କିରାମାହା ଗ୍ରାମର କିଷାନ ବସ୍ତରାୟ ଏବଂ ଲକ୍ଷ୍ମୀକାନ୍ତ ବସ୍ତରାୟ ବୋଲି ଥାନା ଅଧିକାରୀ ଚିରଞ୍ଜୀବି ବେହେରା ସୂଚନା ଦେଇଛନ୍ତି ସେମାନଙ୍କ ନାମରେ ପୂର୍ବରୁ ମାମଲା ରହିଥିବା ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking