28.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶହେମାମାଳିନୀଙ୍କ ବିରୋଧରେ ମନ୍ତବ୍ୟ ପ୍ରସଙ୍ଗ; କଂଗ୍ରେସ ସାଂସଦଙ୍କୁ ହରିୟାଣା ମହିଳା କମିଶନଙ୍କ ନୋଟିସ୍‌

ହେମାମାଳିନୀଙ୍କ ବିରୋଧରେ ମନ୍ତବ୍ୟ ପ୍ରସଙ୍ଗ; କଂଗ୍ରେସ ସାଂସଦଙ୍କୁ ହରିୟାଣା ମହିଳା କମିଶନଙ୍କ ନୋଟିସ୍‌

ନୂଆଦିଲ୍ଲୀ: ହରିୟାଣା ରାଜ୍ୟ ମହିଳା କମିଶନ କଂଗ୍ରେସ ନେତା ତଥା ସାଂସଦ ରଣଦୀପ ସିଂହ ସୁରଜେୱାଲାଙ୍କୁ ଏପ୍ରିଲ ୧୮ ତାରିଖରେ ହାଜର ହୋଇ ବିଜେପି ନେତ୍ରୀ ହେମାମାଳିନୀଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟର ସ୍ପଷ୍ଟୀକରଣ ଦେବାକୁ ନୋଟିସ କରିଛନ୍ତି । କମିଶନ କହିଛନ୍ତି ଯେ କଂଗ୍ରେସ ନେତାଙ୍କ ମନ୍ତବ୍ୟ ଜଣେ ମହିଳାଙ୍କ ମର୍ଯ୍ୟାଦାକୁ ଆଘାତ ଦେଇଛି ଏବଂ ଏହା ଅନୁଚିତ । ବିଜେପି ଆଇଟି ବିଭାଗ ମୁଖ୍ୟ ଅମିତ ମାଲବ୍ୟଙ୍କ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓରେ ରଣଦୀପ ସୁରଜେୱାଲା ବିଜେପିକୁ ସମାଲୋଚନା କରିବା ସହ ହେମାମାଳିନୀଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ରଣଦୀପ ସୁରଜେୱାଲାଙ୍କ ମନ୍ତବ୍ୟକୁ ଅଶ୍ଳୀଳ, ଲିଙ୍ଗଗତ ଏବଂ ଅପମାନଜନକ ବୋଲି ନିନ୍ଦା କରି ବିଜେପି ତୁରନ୍ତ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲା । ତେବେ ରଣଦୀପ ସୁରଜେୱାଲା ନିଜ ପକ୍ଷ ରଖି କହିଛନ୍ତି ଯେ ଏହି ଭିଡିଓକୁ ଭୁଲ ଭାବେ ବ୍ୟବହାର କରାଯାଇଛି । ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ସେ ବିଜେପି ସାଂସଦଙ୍କୁ ଅପମାନିତ କିମ୍ବା ଅପନିନ୍ଦିତ କରିବାକୁ ସେ କେବେ ବି ଚାହୁଁ ନଥିଲେ ବୋଲି ରଣଦୀପ ସୁରଜେୱାଲା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking