32.1 C
Bhubaneswar
Thursday, May 2, 2024
Homeଅପରାଧବାଗେଶ୍ୱର ବାବାଙ୍କୁ ହତ୍ୟା ଧମକ

ବାଗେଶ୍ୱର ବାବାଙ୍କୁ ହତ୍ୟା ଧମକ

ବରେଲ: ଉତ୍ତରପ୍ରଦେଶର ବରେଲିରେ ଥିବା ବାଗେଶ୍ୱର ଧାମର ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ହତ୍ୟା ଧମକ ମିଳିଛି । ଫେସବୁକ୍ ମାଧ୍ୟମରେ ଜଣେ ଦୁର୍ବୃତ୍ତ ତାଙ୍କୁ ଏହି ଧମକ ଦେଇଛି । ଏନେଇ ହିନ୍ଦୁ ସଂଗଠନର କର୍ମୀମାନେ ବରେଲିର ଥାନାରେ ଅଭିଯୋଗ କରିଛନ୍ତି ।ଅଭିଯୋଗରେ କୁହାଯାଇଛି ଯେ ସନାତନ ଧର୍ମ ଗୁରୁ ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଫଟୋକୁ ଅଶ୍ଳୀଳ କରାଯାଇ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି । ତାଙ୍କ ମୁଣ୍ଡକୁ ଶରୀରରୁ ଅଲଗା କରାଯିବ ବୋଲି ଏକ ଅଡିଓ ମଧ୍ୟ ସେଥିରେ ରହିଛି । ଏହି ଭିଡିଓ ହିନ୍ଦୁମାନଙ୍କୁ ଆଘାତ ଦେଇଛି । ଏହାକୁ ନେଇ ଲୋକଙ୍କ ମନରେ ଆକ୍ରୋଶ ସୃଷ୍ଟି ହୋଇଛି । ତେଣୁ ତୁରନ୍ତ ଏଭଳି ପାପ କରିଥିବା ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ସେପଟେ ଏହି ଅଭିଯୋଗକୁ ଆଧାର କରି ପୁଲିସ ଫୈଜ ରାଜା ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଧାରା ୫୦୫(୨) ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking