30.1 C
Bhubaneswar
Friday, May 17, 2024
Homeଓଡିଶାଆହୁରି ୨ ଦିନ ଜାଳିବ; ୨ରୁ କମିବ ତାତି

ଆହୁରି ୨ ଦିନ ଜାଳିବ; ୨ରୁ କମିବ ତାତି

ଭୁବନେଶ୍ୱର: ତାତିରେ ଛଟପଟ ହେଉଛି ସାରା ଓଡ଼ିଶା । ଆଜି ବାରିପଦା ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ସେଠାରେ ତାପମାତ୍ରା ୪୪.୮ ଡିଗ୍ରୀ ରେକର୍ଡ କରାଯାଇଛି । ଆଉ ୫ ସହରର ତାପମାତ୍ରା ୪୪ ଡିଗ୍ରୀ କିମ୍ୱା ତା’ଠାରୁ ଅଧିକ ରେକର୍ଡ କରାଯାଇଛି । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ବାରିପଦା ତଳକୁ ରହିଛି ଅନୁଗୁଳ । ସେଠାରେ  ତାପମାତ୍ରା ୪୪.୩ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ବୌଦ୍ଧରେ ୪୪.୧ ଡିଗ୍ରୀ, ତାଳଚେରରେ ୪୪, ଭବାନୀପାଟଣାରେ ୪୪, ଟିଟିଲାଗଡ଼ରେ ୪୩.୫, ଢେଙ୍କାନାଳରେ ୪୩.୨, ନୟାଗଡ଼ରେ ୪୩, ମାଲକାନଗିରିରେ ୪୩, ବଲାଙ୍ଗିରରେ ୪୩, କେନ୍ଦୁଝରରେ ୪୩, ନୂଆପଡ଼ାରେ ୪୩, ଝାରସୁଗୁଡ଼ାରେ ୪୨.୯, ସମ୍ୱଲପୁରରେ ୪୨.୯, କଟକରେ ୪୨.୫, ଯାଜପୁରରେ ୪୨.୫, ରାଉରକେଲାରେ ୪୨.୪, କେନ୍ଦ୍ରାପଡ଼ାରେ ୪୨, ଭଦ୍ରକରେ ୪୨ ଓ ସୋନପୁରରେ ତାପମାତ୍ରା ୪୧.୯ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ହୀରାକୁଦରେ ୪୧.୯, ସୁନ୍ଦରଗଡ଼ରେ ୪୧.୮, ପାରଳାଖେମୁଣ୍ଡିରେ ୪୧.୭, ବାଲେଶ୍ୱରରେ ୪୧.୪, ଫୁଲବାଣୀରେ ୪୧.୪, ବରଗଡ଼ରେ ୪୧.୪, ଭୁବନେଶ୍ୱରରେ ୪୧.୩, ଖୋର୍ଦ୍ଧାରେ ୪୧, ଛତ୍ରପୁରରେ ୪୦.୮, ଚାନ୍ଦବାଲିରେ ୪୦.୭, ଜଗତସିଂହପୁରରେ ୪୦.୬, ରାୟଗଡ଼ାରେ ୪୦, ନବରଙ୍ଗପୁରରେ ୩୯.୬, ଦେବଗଡ଼ରେ ୩୯.୪, କୋରାପୁଟରେ ୩୮.୪, ଦାରିଙ୍ଗବାଡ଼ିରେ ୩୭.୫, ପୁରୀରେ ୩୪.୬, ଗୋପାଳପୁରରେ ୩୩.୨ ଓ ପାରାଦୀପରେ ତାପମାତ୍ରା ୩୩.୧ ଡିଗ୍ରୀ ରେକର୍ଡ କରାଯାଇଛି ।
ତାତିରୁ ରକ୍ଷା ପାଇଁ ଲୋକେ ତ୍ରାହି ତ୍ରାହି ଡାକୁଥିବା ବେଳେ ଏଭଳି ସ୍ଥିତି ଆଗାମୀ ୨ ଦିନ ପର୍ଯ୍ୟନ୍ତ ଲାଗି ରହିବ । ଆଗାମୀ ୨ ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ମେ’ ୨ ପରଠାରୁ ତାପମାତ୍ରା ହ୍ରାସ ପାଇବା ସହ ରାଜ୍ୟରେ ସାମାନ୍ୟ ତାତି କମିବାର ସମ୍ଭାବନା ରହିଛି । ସେପଟେ ମେ\’ ୫ ତାରିଖ ପରଠାରୁ ରାଜ୍ୟରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଏହି ୨ ଦିନ ଭୀଷଣ ଗ୍ରୀଷ୍ମ ପ୍ରବାହକୁ ନେଇ ବିଭିନ୍ନ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଜିଲ୍ଲା ଗୁଡ଼ିକ ହେଉଛି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ, କଟକ ଓ ନୟାଗଡ । ସେହିପରି ମେ\’ ୨ ତାରିଖରୁ ରାଜ୍ୟବାସୀଙ୍କୁ ତାତିରୁ ହାଲୁକା ଆଶ୍ୱସ୍ତି ମିଳିବ । ଉପକୂଳ ଓଡ଼ିଶାରେ ସାମୁଦ୍ରିକ ଝଡ଼ର ପ୍ରଭାବରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ । ଯାହାକୁ ନେଇ ଅନେକ ଜିଲ୍ଲାକୁ ରେଡ ଆଲର୍ଟରୁ ଅରେଞ୍ଜ ଆଲର୍ଟକୁ ପରିବର୍ତ୍ତନ କରାଯାଇଛି । ସାମୁଦ୍ରିକ ଝଡ଼ର ପ୍ରଭାବରେ ତାତି କମିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ରାଜ୍ୟରେ ସାମୁଦ୍ରିକ ଝଡ଼ର ପ୍ରଭାବରେ ମେ\’ ୨ରୁ ୪ ତାରିଖ ପର୍ଯ୍ୟନ୍ତ ତାତି କମିବାକୁ ଥିବା ବେଳେ ୫ ତାରିଖ କିମ୍ବା ଏହାପରେ ରାଜ୍ୟରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଫଳରେ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୭ ସହରରେ ୪୦ ଡିଗ୍ରୀରୁ ଅଧିକ ଦିନ ତାପମାତ୍ରା ରେକର୍ଡ ହୋଇଛି । ଅନୁଗୋଳରେ ସର୍ବାଧିକ ୪୪.୩ ଡିଗ୍ରୀ ତାପମାତ୍ରା ସହ ସବୁଠୁ ଉତ୍ତପ୍ତ ସହର ରହିଥିଲା । ସେହିପରି ୧୨ ସହରରେ ଦିନ ତାପମାତ୍ରା ୪୩ ଡିଗ୍ରୀ ସେଲ୍‌ସିୟସ୍‌ରୁ ଅଧିକ ରେକର୍ଡ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking