30.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶପଶ୍ଚିମବଙ୍ଗ ସରକାରଙ୍କୁ ଝଟ୍‌କା; ସନ୍ଦେଶଖାଲି ଯୌନ ନିର୍ଯାତନା ମାମଲାର ତଦନ୍ତ କରିବ ସିବିଆଇ

ପଶ୍ଚିମବଙ୍ଗ ସରକାରଙ୍କୁ ଝଟ୍‌କା; ସନ୍ଦେଶଖାଲି ଯୌନ ନିର୍ଯାତନା ମାମଲାର ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ସନ୍ଦେଶଖାଲି ମାମଲାର ଏବେ ତଦନ୍ତ କରିବ ସିବିଆଇ । ସନ୍ଦେଶଖାଲିର ଦୁଷ୍କର୍ମ, ଯୌନ ନିର୍ଯାତନା ଓ ଜମି ହଡ଼ପ ମାମଲାର ତଦନ୍ତ ସିବିଆଇକୁ କରିବାକୁ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଏହି ନିର୍ଦ୍ଦେଶ ଆସିବା ପରେ ପଶ୍ଚିମବଙ୍ଗର ଟିଏମ୍‌ସି ସରକାରକୁ ଏକ ଝଟ୍‌କା ଲାଗିଛି । ବୁଧବାର ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଜୋର ଜବରଦସ୍ତି ବଟି ଆଦାୟ, ଜମି ହଡ଼ପ ଓ ଯୌନ ଉତ୍ପୀଡ଼ନ ମାମଲାର ତଦନ୍ତ ସିବିଆଇ କରିବ । ସନ୍ଦେଶଖାଲି ମାମଲାର ଜଟିଳତାକୁ ବିଚାରକୁ ନେଇ ନିରପେକ୍ଷ ତଦନ୍ତ କରାଯିବାରେ କୌଣସି ସନ୍ଦେହ ନାହିଁ । ଯେଉଁ ସଂସ୍ଥାକୁ ଦାୟିତ୍ୱ ଦିଆଯାଉଛି ତାଙ୍କୁ ରାଜ୍ୟ ତଦନ୍ତ ପାଇଁ ଉଚିତ ସମର୍ଥନ ଦେବ । ଅଭିଯୋଗ ଗ୍ରହଣ ପାଇଁ ଏକ ପୋର୍ଟାଲ୍‌/ ଇମେଲ୍ ଆଇଡି ଉନ୍ମୋଚନ କରାଯିବ । ମାମଲାର ତଦନ୍ତ କରି ସିବିଆଇ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବ । ଏହି ରିପୋର୍ଟରେ ଉଭୟ ଜମିର ଜବରଦଖଲ ଉଚ୍ଛେଦ ଏବଂ ଯୌନ ମାମଲା ସଂପର୍କରେ ଉଲ୍ଲେଖ ରହିବ । ସାଧାରଣ ଲୋକ, ସରକାରୀ ବିଭାଗ, ଅଣ-ସରକାରୀ ସଂଗଠନ (ଏନଜିଓ) ଙ୍କ ସମେତ ଯେକୌଣସି ବ୍ୟକ୍ତିଙ୍କୁ ପଚାରିବାର ଏଜେନ୍ସି ପାଖରେ କ୍ଷମତା ରହିବ ବୋଲି କୋର୍ଟ କହିଛନ୍ତି । ଏଥିସହ କୋର୍ଟ ଏହି ଘଟଣା ଉପରେ ତୀକ୍ଷ୍ଣ ନଜର ରଖିବେ ବୋଲି କହିଛନ୍ତି । ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ଏହାକୁ ନେଇ କୋର୍ଟ କହିଛନ୍ତି ଜାନୁଆରୀ ୫ ତାରିଖରେ ସନ୍ଦେଶଖଶଲିରେ ଇଡି ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣର ଯାଞ୍ଚ ଉପରେ କୋର୍ଟ ତଦାରଖ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking