29.1 C
Bhubaneswar
Wednesday, May 22, 2024
Homeଦେଶ ବିଦେଶସମ୍ପର୍କରେ ଲାଗିଲା କଳଙ୍କ; ଶାଶୂ ମଥାରେ ସିନ୍ଦୁର ଦେଲା ଜ୍ୱାଇଁ

ସମ୍ପର୍କରେ ଲାଗିଲା କଳଙ୍କ; ଶାଶୂ ମଥାରେ ସିନ୍ଦୁର ଦେଲା ଜ୍ୱାଇଁ

ପାଟନା: ଶାଶୂକୁ ଭଲ ପାଉଥିଲା ଜ୍ୱାଇଁ । ସମାଜ, ସମ୍ପର୍କ, ବୟସକୁ ଭୁଲି ଶାଶୁ ପ୍ରେମରେ ଉବୁଟୁବୁ ହେଉଥିଲା । ଆଉ ଶାଶୁ ନିଜ ଜ୍ୱାଇଁକୁ ମନ ଦେଇ ବସିଥିଲେ । ବର୍ଷେ ହେଲା ଦୁହିଁଙ୍କ ଭିତରେ ଲୁଚାଛପା ପ୍ରେମ ଚାଲିଥିବା ବେଳେ ଏ କଥା ଜାଣି ପାରିଥିଲେ ଶ୍ୱଶୁର । ଏହାପରେ ସେ ନିଜ ସ୍ତ୍ରୀ ସହିତ ଜ୍ୱାଇଁର ବାହାଘର କରି ଦେଇଛନ୍ତି । ସମସ୍ତଙ୍କ ସାମ୍ନାରେ ପ୍ରେମିକା ଶାଶୁ ମଥାରେ ସିନ୍ଦୁର ଦେଇଛି ଜ୍ୱାଇଁ । ସହଜରେ ବିଶ୍ୱାସ ହେଉନଥିବା ଏହି ଘଟଣା ବିହାରର । ଶାଶୁ-ଜ୍ୱାଇଁଙ୍କ ପ୍ରେମ ସମ୍ପର୍କ ଓ ପରେ ବିବାହ, ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଆମ ସମାଜରେ ଶାଶୁ-ଜ୍ୱାଇଁର ସମ୍ପର୍କ ମାଆ ପୁଅ ସମ୍ପର୍କ ଭାବେ ଦେଖାଯାଏ । କିନ୍ତୁ ବିହାର ବାଙ୍କା ଜିଲ୍ଲାରେ ଶାଶୁକୁ ବାହା ହୋଇ ସାତଜନ୍ମର ସାଥୀ କରିଛି ଜ୍ୱାଇଁ ।

ଦୁହିଁଙ୍କ ଭିତରେ ପ୍ରାୟ ବର୍ଷେ ହେବ ସମ୍ପର୍କ ରହିଥିଲା । ଏ ବିଷୟରେ ଶ୍ୱଶୁର ଜାଣିବା ପରେ ଗାଁ ଲୋକଙ୍କ ସହଯୋଗରେ ନିଜ ସ୍ତ୍ରୀକୁ ଜ୍ୱାଇଁ ସହ ବାହାଘର କରି ବିଦା କରିଛନ୍ତି । ୪୫ ବର୍ଷୀୟ ସିକନ୍ଦର ଯାଦବ ୨୦ ବର୍ଷ ପୂର୍ବେ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ-ଝିଅ ମଧ୍ୟ ଅଛନ୍ତି । ବର୍ଷେ ତଳେ ତାଙ୍କର ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାପରେ ନିଜ ୫୫ ବର୍ଷୀୟ ଶାଶୁ ପ୍ରେମରେ ପଡିଯାଇଥିଲ ସିକନ୍ଦର । ପ୍ରେମ ଏମିତି ହେଲା ଯେ ଦୁହେଁ ଲୋକଲଜ୍ୟା ଭୁଲି ସବୁ ସୀମା ସରହଦ ଡେଇଁ ଯାଇଥିଲେ । ଦୁଇ ଦିନ ତଳେ ସେ ଶ୍ୱଶୁର ଘରକୁ ବୁଲିବାକୁ ଆସିଥିଲେ । ଏହି ସମୟରେ ନିଜ ସ୍ତ୍ରୀ ଓ ଜ୍ୱାଇଁର ପ୍ରେମ ସମ୍ପର୍କ ବିଷୟରେ ଜାଣିପାରିଥିଲେ ଶ୍ୱଶୁର । ଏନେଇ ସେ ଗାଁ ଲୋକଙ୍କୁ ଜଣାଇଥିଲେ । ଦୁହିଁଙ୍କୁ ପଚରାଉଚରା କରାଯିବାରୁ ସବୁ ଗାଁ ଲୋକଙ୍କ ସାମ୍ନାରେ ସିକନ୍ଦର ନିଜ ଶାଶୁକୁ ଭଲ ପାଆନ୍ତି ବୋଲି ସଫା ସଫା କହିଦେଇଥିଲେ । ଏହାପରେ ଶ୍ୱଶୁର ଗାଁ ଲୋକଙ୍କ ସହାୟତାରେ ଦୁହିଁଙ୍କ ବିବାହ କରାଇଥିଲେ । ଏହାପରେ ଦୁହେଁ କୋର୍ଟ ମ୍ୟାରେଜ କରିଥିଲେ । ବିବାହ ପରେ ଶ୍ୱଶୁର ମଧ୍ୟ ଖୁସି ଖୁସି ନିଜ ଜ୍ୱାଇଁ ସହ ସ୍ତ୍ରୀକୁ ବିଦା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking