33.1 C
Bhubaneswar
Tuesday, May 21, 2024
Homeଅପରାଧଲୁହାରଡରେ ମାଲିକକୁ ପିଟିପିଟି ହତ୍ୟା କଲା କର୍ମଚାରୀ

ଲୁହାରଡରେ ମାଲିକକୁ ପିଟିପିଟି ହତ୍ୟା କଲା କର୍ମଚାରୀ

ସମ୍ବଲପୁର: ୨ମାସର ବାକି ଟଙ୍କା ଦେଲାନି ମାଲିକ । ଲୁହାରଡରେ ପିଟି ମାଲିକକୁ ହତ୍ୟା କଲା କର୍ମଚାରୀ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ଉପର ଛକ ଅଞ୍ଚଳରେ । ଘଟଣାରେ ଅଭିଯୁକ୍ତ କର୍ମଚାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସୂଚନା ଅନୁସାରେ, ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ କାଇଁଶୀର ରୋଡ଼ ଏଲଆଇସି କଲୋନୀର ରଞ୍ଜିତ ସାହା କୋରିଅର ସଂଗ୍ରହକ ଭାବେ କାର୍ଯ୍ୟ କରୁଥିଲେ । ବୌଦ୍ଧ ଜିଲ୍ଲାର ନାରାୟଣପୁର ଗ୍ରାମର ଗୋପବନ୍ଧୁ ବେହେରା ରଞ୍ଜିତଙ୍କୁ ଏହି କାର୍ଯ୍ୟରେ ସହଯୋଗ କରୁଥିଲେ ।

ତେବେ ଗୋପବନ୍ଧୁ ୨ ମାସର ବକେୟା ଦରମା ପାଇ ନଥିବା ବେଳେ ଗତ ୨୫ ତାରିଖ ରାତିରେ ଏହାକୁ ନେଇ ମାଲିକ ରଞ୍ଜିତଙ୍କ ସହ ଯୁକ୍ତିତର୍କ ହୋଇଥିଲା । ତେବ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଏତେ ଭୟଙ୍କର ରୂପନେଲା ଯେ, ଏଥିରେ ଗୋପବନ୍ଧୁ ରାଗିଯାଇ ମାଲିକ ରଞ୍ଜିତକୁ ଏକ ଲୁହା ରଡ଼ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ପରେ ତଥ୍ୟ ଓ ପ୍ରମାଣ ଲୁଚେଇବା ପାଇଁ ଘଟଣାସ୍ଥଳରୁ ଫେରାର ହେବା ସହ ମୃତକଙ୍କ ମୋବାଇଲ, ରକ୍ତଲଗା ଲୁହା ରଡ଼ ଓ ପ୍ୟାଣ୍ଟ ସାର୍ଟକୁ ଲୁଚେଇ ସିନ୍ଦୁରପଙ୍କ ସ୍ଥିତ ନିଜ ନାନୀ ଘରକୁ ଯାଇ ସେଠାରେ ଗାଧୋଇ ପୁଣିଥରେ ଫେରିଥିଲା । ପରବର୍ତ୍ତୀ ସମୟରେ ନିଜ ଉପରୁ ସନ୍ଦେହ ହଟେଇବା ପାଇଁ ବସରୁ କୋରିଅର ସଂଗ୍ରହ ମଧ୍ୟ କରିଥିଲେ ।

ଏହାସହ ନାଟକୀୟ ଢଙ୍ଗରେ କିଏ ତାଙ୍କ ମାଲିକଙ୍କୁ ଆକ୍ରମଣ କରିଥିବା କହି ସମସ୍ତଙ୍କୁ ଡାକିଥିଲେ । ଏପରିକି ମାଲିକର ରକ୍ତ ଜୁଡୁବୁଡୁ ଶରୀରକୁ ଉଦ୍ଧାର କରି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ନେଇଥିଲା । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଡାକ୍ତର ରଞ୍ଜିତଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ଜଣାପଡିବା ପରେ ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁଙ୍କ ନିର୍ଦ୍ଦେଶକ୍ରମେ ୩ଟି ଟିମ ଗଠନ କରାଯାଇ ତଦନ୍ତ କରାଯାଇଥିଲା । ପାରିପାର୍ଶ୍ୱକ ପରିସ୍ଥିତି, ସିସିଟିଭି ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲା ପୋଲିସ । ତଦନ୍ତ ବେଳେ ଦୁଇ ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରିଥିଲା । ତେବେ ତଦନ୍ତ ବେଳେ ମାଲିକ ରଞ୍ଜିତଙ୍କୁ ତାଙ୍କ କର୍ମଚାରୀ ଗୋପବନ୍ଧୁ ମାରିଥିବା ସ୍ପଷ୍ଟ ହୋଇଥିଲା । ସେପଟେ ରଞ୍ଜିତଙ୍କୁ ହତ୍ୟା କରିବା ଅଭିଯୋଗରେ ଗୋପବନ୍ଧୁକୁ ଗିରଫ କରାଯାଇଥିବା ନେଇ ସମ୍ବଲପୁର ସଦର ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking