28.1 C
Bhubaneswar
Wednesday, May 22, 2024
Homeଦେଶ ବିଦେଶଉତ୍ତରାଖଣ୍ଡରେ ବ୍ୟାନ ହେଲା ୧୪ ପତଞ୍ଜଳି ପ୍ରଡକ୍ଟ;  ଜାଣନ୍ତୁ ସେଗୁଡିକ କ'ଣ

ଉତ୍ତରାଖଣ୍ଡରେ ବ୍ୟାନ ହେଲା ୧୪ ପତଞ୍ଜଳି ପ୍ରଡକ୍ଟ;  ଜାଣନ୍ତୁ ସେଗୁଡିକ କ’ଣ

ଡେରାଡୁନ: ସୁପ୍ରିମକୋର୍ଟଙ୍କ ଭତ୍ସନା ପରେ ପତଞ୍ଜଳିକୁ ଆଉ ଏକ ବଡ ଝଟକା । ଉତ୍ତରଖଣ୍ଡରେ ବ୍ୟାନ ହେଲା ପତଞ୍ଜଳି ପ୍ରଡକ୍ଟ । ଉତ୍ତରାଖଣ୍ଡ ସରକାର ବାବା ରାମଦେବଙ୍କ ପତଞ୍ଜଳି କମ୍ପାନିର ଦିବ୍ୟ ଫାର୍ମାସି ଦ୍ୱାରା ଉତ୍ପାଦିତ ହେଉଥିବା ୧୪ଟି ପ୍ରଡକ୍ଟର ଲାଇସେନ୍ସ ରଦ୍ଦ କରିଛନ୍ତି । ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ରାଜ୍ୟ ଔଷଧ ନିୟନ୍ତ୍ରଣ ଓ ଅନୁମୋଦନ ପ୍ରାଧିକରଣ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବ୍ୟାନ ହୋଇଥିବା ପ୍ରଡକ୍ଟ ଗୁଡିକ ହେଲା, ଦିବ୍ୟ ଫାର୍ମାସିର ଆଇ ଡ୍ରପ, ଶ୍ୱସାରି ଗୋଲ୍ଡ, ସ୍ୱଶାରି ବଟୀ, ବ୍ରୋନକୋମ, ଶ୍ୱସାରି ପ୍ରବାହୀ, ଶ୍ୱସାରି ଅବାଲେହ, ମୁକତା ବଟୀ ଏକ୍ସଟ୍ରା ପାୱାର, ପିସିଡମ, ବିପି ଗ୍ରିଟ, ମଧୁଗ୍ରିଟ, ମଧୁନାସିନି ବଟୀ ଏକ୍ସଟ୍ରା ପାୱାର, ଲିଭାମ୍ରିତ ଆଡଭାନ୍ସ, ସିଭୋଗ୍ରିଟ ଓ ଆଇ ଗ୍ରିଟ ଗୋଲ୍ଡ । ଏହିସବୁ ପ୍ରଡକ୍ଟ ଉପରେ ୧୯୪୫ର ନିୟମ ୧୫୯ (୧) ଅନୁଯାୟୀ ବ୍ୟାନ ଲାଗିଛି ।

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟ ବାବା ରାମଦେବଙ୍କୁ ଭତ୍ସନା କରିଥିଲେ । ରାମଦେବ ଏବଂ ତାଙ୍କର ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଦ୍ୱାରା ପ୍ରକାଶିତ କ୍ଷମା ପ୍ରର୍ଥନା ସମ୍ପର୍କିତ ମାମଲାର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଏହାପୂର୍ବରୁ ଉତ୍ତରାଖଣ୍ଡର ରାଜ୍ୟ ଔଷଧ ନିୟନ୍ତ୍ରଣ ଓ ଅନୁମୋଦନ ପ୍ରାଧିକରଣ ୧୪ଟି ପତଞ୍ଜଳି ପ୍ରଡକ୍ଟର ଲାଇସେନ୍ସ ରବ୍ଦ କରିଥିବା ଅଦାଲତକୁ ସୂଚୀତ କରିଛନ୍ତି । ଗତ ଏପ୍ରିଲ ୨୩ରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଖବରକାଗଜରେ ନିଜର କ୍ଷମାପ୍ରର୍ଥନା ପ୍ରମୁଖ ଭାବେ ନ ଦର୍ଶାଇବାକୁ ନେଇ ପତଞ୍ଜଳି ଉପରେ ବର୍ଷିଥିଲେ । ଖବରକାଗଜରେ ଯେମିତି ଫୁଲ ପେଜ ବିଜ୍ଞାପନ ଦିଆଯାଇଥିଲା, ସେହି ଆକାରରେ କ୍ଷମାପତ୍ର ଦିଆଯାଇଛି କି? ପ୍ରଶ୍ନ କରିଥିଲେ କୋର୍ଟ । ଉତ୍ତରରେ ପତଞ୍ଜଳି ପକ୍ଷରୁ କୁହାଯାଇଥିଲା ଯେ, ୬୭ ଖବରକାଗଜରେ କ୍ଷମାପ୍ରର୍ଥନା ପ୍ରକାଶିତ ହୋଇଥିଲା ଏବଂ କମ୍ପାନି ଅଦାଲତର ସମ୍ମାନ କରେ ଓ ଭବିଷ୍ୟତରେ ଏଭଳି ଭୁଲ ଆଉ ହେବ ନାହିଁ । ଏଥିସହ କୋର୍ଟଙ୍କ ରାୟ ପରେ ପତଞ୍ଜଳି ପୂର୍ବାପେକ୍ଷା ଅଧିକ ବଡ ଆକାରର କ୍ଷମାପ୍ରାର୍ଥନା ଖବରକାଗଜରେ ପ୍ରକାଶିତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking