30.1 C
Bhubaneswar
Friday, May 17, 2024
Homeଓଡିଶାଜଙ୍ଗଲରେ ନିଆଁ, ଗାଁ ମୁହାଁ ବନ୍ୟଜନ୍ତୁ ; ଶିକାରୀ ଠାରୁ ହରିଣଛୁଆ ଉଦ୍ଧାରକଲେ ଶିକ୍ଷକ

ଜଙ୍ଗଲରେ ନିଆଁ, ଗାଁ ମୁହାଁ ବନ୍ୟଜନ୍ତୁ ; ଶିକାରୀ ଠାରୁ ହରିଣଛୁଆ ଉଦ୍ଧାରକଲେ ଶିକ୍ଷକ

ଯାଜପୁର : ଯାଜପୁର ଜିଲ୍ଲାର ରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି l ତାପ ମାତ୍ରା୪୫ଡିଗ୍ରୀ ରେ ପହଞ୍ଚିଲାଣି l ଝାଞ୍ଜି ପବନ ସlଙ୍ଗ କୁ ଗରମ ରେ ଲୋକ ତ୍ରାଇ ତ୍ରାଇ ଡାକୁଛନ୍ତି ପାନୀୟ ଜଳ ସମସ୍ୟା ଦେଖା ଦେଲାଣି : ଜଙ୍ଗଲରେ ଅସହ୍ୟ ନିଆଁ ତାତି। ଶୀତଳ ଛାଇ ବଦଳରେ ବହୁଛି ଟାଇଁଟାଇଁ ଗରମ ଝାଞ୍ଜି ପବନ। ଜଙ୍ଗଲ ରେ ନିଆଁ ଲାଗି ଗଛ ପତ୍ର ପୋଡି ଯାଇଚି l ଜଙ୍ଗଲ ର ତତଲା ପବନ ସୁକିନ୍ଦା ଅଳରେ ଜନ ଜୀବନ ପଶୁ ପକ୍ଷୀ ଅତିଷ୍ଟ ହୋଇ ପଡିଲେଣି l ତାହା ସାଙ୍ଗ କୁ କାରଖାନା ର ଧୁଆଁ ଜନ ଜୀବନ କୁ ପ୍ରଭାବିତ କରୁଚି ଏଭଳି ସ୍ଥିତିରେ କଲବଲ ହେଉଛନ୍ତି ବନ୍ୟଜନ୍ତୁ। ହାତୀ ଓ ହରିଣ ଭଳି ଜୀବ ପାଣି ପାଇଁ ପ୍ରାଣବିକଳରେ ବାଟବଣା ହୋଇ ଜନବସତି ଆଡ଼କୁ ପଳାଇ ଆସୁଛନ୍ତି। କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ୍ ରାଁସୋଳ ସେକ୍ସନ ପୁରୁଣାପାଣି ଜଙ୍ଗଲ ପାଖରୁ ପାଖାପାଖି ୨ ସପ୍ତାହର ଏକ ହରିଣ ଶାବକ ଏକାଧିକ ଶିକାରୀଙ୍କ ହାତରେ ପଡ଼ିଥିଲା। ମାଙ୍କିଡ଼ିଆ ଜନଜାତିର ଶିକାରୀ ଦ୍ବୟ ଉଦୁଉଦିଆ ନିଛାଟିଆ ଖରାବେଳେ ହରିଣ ଛୁଆକୁ ଧରି ବସ୍ତିକୁ ଆସୁଥିବା ଦେଖି ଦୟା ବାନ ଶିକ୍ଷକ ଲଛମନ କୋରା ସେମାନଙ୍କ ବାଟ ଓଗାଳିଥିଲେ। ଉପସ୍ଥିତ ବୁଦ୍ଧି ଖଟାଇ ହଜାର ଟଙ୍କା ବିନିମୟରେ ଶିକାରୀ ଠାରୁ ହରିଣ ଛୁଆକୁ କିଣିନେଇ ବନ ବିଭାଗକୁ ସୂଚନା ଦେଇଥିଲେ। ବନପାଳ ନରେଶ କୁମାର ଟୁଡ଼ୁ ତୁରନ୍ତ ପହଞ୍ଚି ଶିକ୍ଷକ ଶ୍ରୀ କୋରାଙ୍କ ଠାରୁ ହରିଣ ଶାବକ ଗ୍ରହଣ କରିଥିଲେ। ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶରେ ଆଜି ଏହି ଶାବକକୁ ଶୀତଳ ପରିବେଶରେ ରଖାଯାଇ କ୍ଷୀର ଓ କିଛି ତରଳ ଖାଦ୍ୟ ଦିଆଯାଇଛି। ସ୍ବାଭାବିକ ଅବସ୍ଥା ପରେ ସୁକିନ୍ଦା ପ୍ରାଣୀ ଚିକିତ୍ସାଳୟରେ ତା’ର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଜଙ୍ଗଲରେ ଛଡ଼ାଯିବ ବୋଲି ବନପାଳ ଶ୍ରୀ ଟୁଡ଼ୁ କହନ୍ତି।
ସେହିପରି ଢେଙ୍କାନାଳ ଜିଲ୍ଲା ଭୁବନ ରେଞ୍ଜ୍ ପଟୁ ସୁକିନ୍ଦା ରେଞ୍ଜ୍ ଦୁଧୁଯୋରୀ ପଞ୍ଚାୟତ ବୋତଲଣ୍ଡା ବାରବାଟୀ ସୁରକ୍ଷିତ ଜଙ୍ଗଲରେ ଖରାବେଳେ ୩ ଟିକିଆ ହାତୀପଲ କଲବଲ ହେଉଥିବା ଗ୍ରାମବାସୀ ସୂଚନା ଦେଇଥିଲେ। ରେଞ୍ଜର ବିପିନ ବିହାରୀ ରାଉତରାୟ ଓ ବନପାଳ ମନୋରମା ହୋତା ଓ ନରେଶ କୁମାର ଟୁଡ଼ୁ ସଦଳବଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୋଟିଏ ଦନ୍ତା ଗଛମୂଳେ ଅସୁସ୍ଥ ଅବସ୍ଥାରେ ପଡ଼ି ରହିଥିବା ଦେଖାଯାଇଥିଲା। ଦନ୍ତା ଅଂଶୁଘାତରେ ଆକ୍ରାନ୍ତ ଥାଇପାରେ ବୋଲି ସନ୍ଦେହକରି ତା’ ଉପରେ ଶୀତଳଜଳ ସିଞ୍ଚନ ପାଇଁ ସୁକିନ୍ଦା ଅଗ୍ନିଶମ ବାହିନୀକୁ ଡକା ଯାଇଥିଲା। ଭାରପ୍ରାପ୍ତ ଅଧିକାରୀ ରଜନୀକାନ୍ତ ସାମଲ ସଦଳବଳ ପହଞ୍ଚି ପାଣି ସିଞ୍ଚନ କରିବା ପୂର୍ବରୁ ଦନ୍ତା ଘଞ୍ଚ ଜଙ୍ଗଲ ଭିତରକୁ ପଳାଇଥିଲା।
ଅନ୍ୟପକ୍ଷରେ ୩ ଦିନ ଧରି ମହାଗିରି ପାହାଡ଼ ନିଆଁ ଲାଗିଥିବାରୁ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ପ୍ରାଣ ହାନି ଘଟୁଛି l ନିଆଁଜ୍ବାଳାରେ ପଶୁ ପକ୍ଷୀ ଗ୍ରାମ ଆଡ଼କୁ ପଳାଇ ଆସୁଛନ୍ତି ସୁକିନ୍ଦା ଖଣି ଅଞ୍ଚଳ ଅସମ୍ଭାଳ ହୋଇପଢିଚି l ଖରା ବେଳେ ଅଗ୍ନି ବୃଷ୍ଟି ପରି ଲାଗୁଚି l ୬ ଜଣ ରାଁସୋଳର ମନ ମାଝି, ସୁକିନ୍ଦାର ଲକ୍ଷ୍ମଣ ମହାରଣା, ଘାସିରାମ ମହାନ୍ତ ଓ ପଣ୍ଡିତ ନାୟକ, ଟମକାର ବିଶୁ ବେହେରା ଓ ପିଙ୍କୁଲ ସାହୁ ଅଂଶୁଘାତ ଭଳି ପରିସ୍ଥିତିର ସମ୍ମୁଖୀନ ହୋଇ ଅସୁସ୍ଥ ହୋଇପଡ଼ିଥିବା ପରେ ଚିକିତ୍ସାଧୀନ ଥିବା ବିଭାଗୀୟ ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ କର୍ମକ୍ଷେତ୍ରରେ ସେମାନଙ୍କୁ ତୁରନ୍ତ ଓଆର୍ଏସ୍ ଦ୍ରବଣ ଦିଆଯିବା ପରେ ଥଣ୍ଡା ଚିକିତ୍ସା କରାଯାଇଥିଲା। ମନ ମାଝିଙ୍କୁ ପ୍ରଥମେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ନିର୍ବାଚନ ପାଇଁ ପ୍ରଚାର ନେତା କର୍ମୀ ମାନଙ୍କ ଖରା ର ଊର୍ଗ ରୂପ କୁ ଖାତିରି ନାହିଁ ସନ୍ଧ୍ୟା ହେଲେ ପ୍ରଚାର କାର୍ଯ୍ୟ କରିବା ସଂଗେ ଢାଵ ରେ ଆସର ଦେଖି ବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking