37.1 C
Bhubaneswar
Friday, May 17, 2024
Homeଦେଶ ବିଦେଶଆରପାରିରେ ଅଭିନେତା ଚିଦାମ୍ବର ପ୍ରସାଦ ଲୋହାନି

ଆରପାରିରେ ଅଭିନେତା ଚିଦାମ୍ବର ପ୍ରସାଦ ଲୋହାନି

ମୁମ୍ବାଇ : ୬୦ ଏବଂ ୮୦ ଦଶକର ଅଭିନେତ୍ରୀ ମାଲା ସିହ୍ନାଙ୍କ ସ୍ୱାମୀ ସିପି ଲୋହାନି ଆଉ ନାହାନ୍ତି । ନେପାଳୀ ଚଳଚ୍ଚିତ୍ର ମୋତିଘର ସହିତ ଅଭିନେତା ସିପି ଲୋହାନୀ ସାରା ବିଶ୍ୱରେ ବେଶ ପ୍ରସିଦ୍ଧ । ଏହି ଖବର କେବଳ ତାଙ୍କ ପରିବାର ପାଇଁ ନୁହେଁ ସିନେମା ଜଗତ ପାଇଁ ମଧ୍ୟ ଏକ ବଡ଼ ଝଟକା । ସୂଚନା ଅନୁସାରେ ଅଭିନେତା ଚିଦାମ୍ବର ପ୍ରସାଦ ଲୋହାନୀ ୮୬ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତେବେ ଦୀର୍ଘଦିନ ଧରି ସେ ନିମୋନିଆ ରୋଗରେ ପୀଡିତ ଥିବା ବେଳେ ସେ ଡାକ୍ରରଖାନାରେ ଚିକିତ୍ସା ହେଉଥିଲେ । ଏହାସହ ତାଙ୍କର ଅଲଜାଇମର ସମସ୍ୟା ମଧ୍ୟ ରହିଥିଲା । ନେପାଳୀ ଚଳଚ୍ଚିତ୍ର ‘ମୋତିଘର’ସହିତ ଅଭିନେତା ସିପି ଲୋହାନି ସାରା ବିଶ୍ବରେ ପ୍ରସିଦ୍ଧ ହୋଇଥିଲେ I ତାଙ୍କର ଚଳଚ୍ଚିତ୍ର ଏକ ସୁପରହିଟ୍ ଥିଲା ଏବଂ ସେ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଅଭିନେତାଙ୍କ ମତ୍ୟୁ ପରେ ସମସ୍ତେ ଦୁଃଖୁତ ହୋଇଛନ୍ତି | ସମସ୍ତେ ବର୍ଭମାନ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ଏବଂ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking