33.1 C
Bhubaneswar
Tuesday, April 30, 2024
Homeଅପରାଧକନ୍ଧମାଳରେ ପ୍ରେମ; କେରଳରେ ହତ୍ୟା

କନ୍ଧମାଳରେ ପ୍ରେମ; କେରଳରେ ହତ୍ୟା

କନ୍ଧମାଳ: କନ୍ଧମାଳରେ ପ୍ରେମ । କେରଳରେ ହତ୍ୟା ଆଉ କୋଟଗଡ଼ରୁ ଧରାପଡିଲା ଅଭିଯୁକ୍ତ ପ୍ରେମିକ । ଏଭଳି ଏକ ନୃଶଂସ ହତ୍ୟା ଘଟଣାର ଅଭିଯୁକ୍ତକୁ କୋଟଗଡ଼ ପୁଲିସ ସହାୟତାରେ କେରଳ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଅଭିଯୁକ୍ତ ପ୍ରେମିକ ଜଣକ ହେଉଛନ୍ତି ସାମୁଏଲ ବଡ଼ ମାଝୀ । ଘର ତାର କୋଟଗଡ଼ ଥାନା ରାଙ୍ଗାପାଙ୍ଗା ଗାଁରେ ବୋଲି ଜଣାପଡ଼ିଛି । ହତ୍ୟାର ଶିକାର ହୋଇଥିବା ପ୍ରେମିକା ଜଣକ ହେଉଛନ୍ତି ଚାଞ୍ଚେଡ଼ି ଗ୍ରାମର ରିତିକା ସାହୁ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିବା ପରେ ଦୁହେଁ କାମଧନ୍ଦା ଲାଗି ସୁଦୂର କେରଳକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ସେମାନେ କାମଧନ୍ଦା କରିବା ସହ ହସଖୁସିରେ ରହିଆସୁଥିଲେ । ହେଲେ ରିତିକା ସାହୁ ଅନ୍ୟ କାହା ସହିତ ଫୋନ୍‌ରେ ଅଧିକ କଥାବାର୍ତ୍ତା ହେଉଥିବାରୁ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲେ । ଏହି ଘଟଣାକୁ ନେଇ ସାମୁଏଲ ବଡ଼ ମାଝୀ ଗତ ୨ତାରିଖରେ ପ୍ରେମିକା ରିତିକାକୁ ଏକ ଛୁରୀ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରି କନ୍ଧମାଳକୁ ଫେରିଆସିଥିଲା । ସେଠାରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ରିତିକାକୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲାବେଳେ ସେଠାରେ ମୃତ୍ୟୁ ଘଟିଥିଲା । ଘଟଣା ସମ୍ପର୍କରେ ଜାଣି ପରିବାର ଲୋକେ ସାମୁଏଲ ବିରୋଧରେ କେରଳର ସ୍ଥାନୀୟ ଥାନାରେ ଅଭିଯୁକ୍ତ ଅଭିଯୋଗ କରିଥିଲେ । କେରଳ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ପ୍ରେମିକ ସାମୁଏଲ୍ ବଡ଼ ମାଝୀକୁ ଧରିବା ପାଇଁ କନ୍ଧମାଳ ଆସି କୋଟଗଡ଼ ପୁଲିସ ସହାୟତାରେ ଅଭିଯୁକ୍ତ ପ୍ରେମିକକୁ ଗିରଫ କରି କେରଳ ନେଇଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking