40.1 C
Bhubaneswar
Tuesday, April 30, 2024
Homeଖେଳଟି-୨୦ରେ ଅର୍ଶଦୀପ୍‌ଙ୍କ ୧୫୦ ୱିକେଟ୍ ପୂରା

ଟି-୨୦ରେ ଅର୍ଶଦୀପ୍‌ଙ୍କ ୧୫୦ ୱିକେଟ୍ ପୂରା

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ର ୨୩ତମ ମ୍ୟାଚ୍‌ରେ ମଙ୍ଗଳବାର ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍‌ସ ମୁହାଁମୁହିଁ ହୋଇଥିଲେ । ଏଥିରେ ରୋମାଞ୍ଚକର ମ୍ୟାଚ୍‌ରେ ହାଇଦ୍ରାବାଦ ୨ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପଞ୍ଜାବର ବାମହାତୀ ଫାଷ୍ଟ୍ ବୋଲର୍ ଅର୍ଶଦୀପ ସିଂହ ନିଜ ପ୍ରଦର୍ଶନରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ଅର୍ଶଦୀପ ନିଜ ୪ ଓଭର୍‌ର ସ୍ପେଲ୍‌ରେ ୨୯ ରନ୍ ଦେି ୪ଟି ୱିକେଟ୍ ହାସଲ କରିଥିଲେ । ଏହା ସହିତ ସେ ଟି-୨୦ କ୍ରିକେଟ୍‌ରେ ୧୫୦ ୱିକେଟ୍ ପୂରଣ କରିଥିଲେ । ଏହି କାରନାମା କରିବାରେ ସେ ଭାରତର ଚତୁର୍ଥ ବାମହାତୀ ବୋଲର୍ ହୋଇଛନ୍ତି । ଭାରତ ପକ୍ଷରୁ ଟି-୨୦ ଫର୍ମାଟ୍‌ରେ ସର୍ବାଧିକ ୱିକେଟ୍ ହାସଲ କରିବାରେ ଜୟଦେବ ଉନାଦକତ୍ ପ୍ରଥମ ସ୍ଥାନରେ ରହିଛନ୍ତି । ତାଙ୍କ ନାମରେ ୨୨୧ ୱିକେଟ୍ ରହିଥିବା ବେଳେ ଇର୍ଫାନ୍ ପଠାନ ୧୭୩ ୱିକେଟ୍ ସହ ଦ୍ୱିତୀୟ ଏବଂ ଆଶୀଷ ନେହରା ୧୬୨ ୱିକେଟ୍ ହାସଲ କରି ତୃତୀୟ ସ୍ଥାନରେ ରହିଛନ୍ତି । ୨୦୧୯ରେ ଟି-୨୦ କ୍ୟାରିୟର୍ ଆରମ୍ଭ କରିଥିବା ଅର୍ଶଦୀପ ଏହି ଫର୍ମାଟ୍‌ରେ ୨୪ ହାରାହାରିରେ ମୋଟ ୧୫୩ ୱିକେଟ୍ ହାସଲ କରିସାରିଛନ୍ତି । ଏହା ମଧ୍ୟରେ ତାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ୫/୩୨ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking