30.1 C
Bhubaneswar
Wednesday, May 1, 2024
Homeଖେଳଆଇପିଏଲ୍ ଫ୍ରାଞ୍ଚାଇଜି ମାଲିକଙ୍କ ବୈଠକ ବାତିଲ

ଆଇପିଏଲ୍ ଫ୍ରାଞ୍ଚାଇଜି ମାଲିକଙ୍କ ବୈଠକ ବାତିଲ

ମୁମ୍ବାଇ: ଆଇପିଏଲ୍ ୨୦୨୪ ମଧ୍ୟରେ ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଫ୍ରାଞ୍ଚାଇଜି ମାଲିକମାନଙ୍କ ବୈଠକ ବାତିଲ ହୋଇଛି । ଆଇପିଏଲ୍ କାର୍ଯ୍ୟସୂଚୀରେ ପରିବର୍ତ୍ତନ କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି । ବିସିସିଆଇ ଫ୍ରାଞ୍ଚାଇଜି ମାଲିକମାନଙ୍କୁ ଏହାର ସୂଚନା ଦେଇଛି । ତେବେ ନୂଆ ତାରିଖକୁ ନେଇ କୌଣସି ଘୋଷଣା କରାଯାଇ ନାହିଁ । ଏହି ବୈଠକରେ ଆସନ୍ତାବର୍ଷ ହେବାକୁ ଥିବା ମେଗା ଅକ୍ସନ୍ ସମ୍ପର୍କରେ କେତେକ ବଡ଼ ନିଷ୍ପତ୍ତି ନିଆଯିବାର ଥିଲା । ବିସିସିଆଇ/ଆଇପିଏଲ୍ ଅଧିକାରୀ ଏବଂ ଫ୍ରାଞ୍ଚାଇଜି ପ୍ରମୋଟରଙ୍କ ମଧ୍ୟରେ ଏହି ବୈଠକ ଗୁଜରାଟ ଜାଏଣ୍ଟ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ଅବସରରେ ଅହମ୍ମଦାବାଦରେ ହେବାକୁ ଥିଲା । ମାତ୍ର ଏହି ମ୍ୟାଚ୍‌କୁ ଏବେ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଥିବା ବେଳେ ଇଡେନ୍‌ରେ କୋଲ୍‌କାତା ନାଇଟ୍ ରାଇଡର୍ସ ବନାମ ରାଜସ୍ଥାନ ରୟାଲ୍ସ ମ୍ୟାଚ୍ ଏପ୍ରିଲ୍ ୧୬ରେ କରାଯିବା ସ୍ଥିର ହୋଇଛି । କୋଲ୍‌କାତାରେ ରାମ ନବମ ଉତ୍ସବ ଏବଂ ସହରରେ ସୁରକ୍ଷାକୁ ନେଇ ବୋର୍ଡ ଏହି ନିଷ୍ପତ୍ତି ନେଇଛି ।
କ୍ରିକ୍‌ବଜ୍ ରିପୋର୍ଟ ଅନୁସାରେ ବୈଠକରେ ଆଇପିଏଲ୍‌ର ଆଗାମୀ ରଣନୀତି ପାଇଁ ଆସନ୍ତାବର୍ଷ ହେବାକୁ ଥିବା ମେଗା ଅକ୍ସନ୍ ଉପରେ ଆଲୋଚନା ହେବାର ଥିଲା । ଏ ନିମନ୍ତେ ବିସିସିଆଇ ସମସ୍ତ ଦଶ ଫ୍ରାଞ୍ଚାଇଜି ମାଲିକଙ୍କୁ ନିମନ୍ତ୍ରଣ ମଧ୍ୟ ପଠାଇଥିଲା । ଆଶା କରାଯାଉଥିଲା ଯେ ଏହି ବୈଠକରେ ଖେଳାଳି ରିଟେନ୍‌ସନ୍ ଏବଂ ପର୍ସ ବୃଦ୍ଧିକୁ ନେଇ ଆଲୋଚନା ହେବ । ମେଗା ଅକ୍ସନ୍ ପୂର୍ବରୁ ପ୍ରତ୍ୟେକ ଟିମ୍ ସର୍ବାଧିକ ୪ ଜଣ ଖେଳାଳିଙ୍କୁ ରିଟେନ୍ କରିବା ସହିତ ପ୍ରତ୍ୟେକ ଟିମ୍ ପର୍ସରେ ୧୦୦ କୋଟି ଟଙ୍କା ରହିଥାଏ । ପୂର୍ବରୁ କେତେକ ଫ୍ରାଞ୍ଚାଇଜି ୮ ଜଣ ଖେଳାଳି ରିଟେନ୍ କରିବା ପକ୍ଷରେ ଥିବା କୁହାଯାଉଥିଲା । କିନ୍ତୁ ଏବେ ଟିମ୍ ମାଲିକମାନେ ରାଇଟ୍ ଟୁ ମ୍ୟାଚ୍ (ଆର୍‌ଟିଏମ୍‌) ବିକଳ୍ପ ପୁଣିଥରେ ଲାଗୁ ପାଇଁ ଦାବି କରୁଛନ୍ତି । ବିସିସିଆଇ ଶୀର୍ଷ ଅଧିକାରୀମାନେ ଏହି ପ୍ରସଙ୍ଗ ଉପରେ ନିଷ୍ପତ୍ତି ନେବା ପାଇଁ ଟିମ୍ ମାଲିକଙ୍କ ସହ ଆଲୋଚନା କରିବାକୁ ଚାହୁଁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking