34.1 C
Bhubaneswar
Wednesday, May 1, 2024
Homeଖେଳସାଉଥ୍ ଆଫ୍ରିକାର ୮ ଭେନ୍ୟୁରେ ଖେଳାଯିବ ୨୦୨୭ ବିଶ୍ୱକପ୍

ସାଉଥ୍ ଆଫ୍ରିକାର ୮ ଭେନ୍ୟୁରେ ଖେଳାଯିବ ୨୦୨୭ ବିଶ୍ୱକପ୍

ଜୋହାନ୍ସବର୍ଗ: ଆଇସିସି ବିଶ୍ୱକପ୍ ୨୦୨୭ ପାଇଁ ସାଉଥ୍ ଆଫ୍ରିକା ନିଜର ଆଠଟି ଭେନ୍ୟୁ ଘୋଷଣା କରିଛି । ୨୦୨୭ ଦିନିକିଆ ବିଶ୍ୱକପ୍‌ର ଆୟୋଜନ ଜିତିଟି ଦେଶ ସାଉଥ୍ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିୟା ମିଳିତ ଭାବେ କରିବେ । ଟୁର୍ଣ୍ଣାମେଣ୍ଟ୍ ଅକ୍ଟୋବର ଓ ନଭେମ୍ବରରେ ଖେଳାଯିବ । ସାଉଥ୍ ଆଫ୍ରିକାରେ ସ୍ଥିର କରାଯାଇଥିବା ଆଠଟି ଭେନ୍ୟୁ ମଧ୍ୟରେ ଜୋହାନ୍ସବର୍ଗର ୱାଣ୍ଡରର୍ସ, ପ୍ରିଟୋରିୟାର ସେଞ୍ଜୁରିଅନ୍ ପାର୍କ, ଡର୍ବାନ୍‌ର କିଙ୍ଗ୍‌୍‌ସମିଡ୍‌, ଗକେବରହାର ସେଣ୍ଟ୍ ଜର୍ଜ ପାର୍କ, ପାର୍ଲର ବୋଲାଣ୍ଡ ପାର୍କ ଓ କେପ୍ ଟାଉନ୍‌ର ନ୍ୟୁଲାଣ୍ଡ୍‌ସ ସାମିଲ । ସେହିପରି ବ୍ଲୁମ୍‌ଫୋଣ୍ଟେନ୍‌ର ମେଗାଙ୍ଗ୍ ଓଭାଲ୍ ଓ ଇଷ୍ଟ ଲଣ୍ଡଢନର ବଫାଲୋ ପାର୍କରେ ମଧ୍ୟ ବିଶ୍ୱକପ୍ ଇଭେଣ୍ଟ୍ ଆୟୋଜିତ ହେବ । ସାଉଥ୍ ଆଫ୍ରିକା ଓ ଜିମ୍ବାୱେ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଆୟୋଜିତ କରିବେ । ଏହା ପୂର୍ବରୁ ଦୁଇ ଦେଶ ୨୦୦୩ରେ ମଧ୍ୟ ବିଶ୍ୱକପ୍ ଆୟୋଜନ କରିଥିଲେ । ତେବେ ପ୍ରଥମ ଥର ପାଇଁ ନାମ୍ବିୟାକୁ ଟୁର୍ଣ୍ଣାମେଣ୍ଟ ଆୟୋଜନର ସୁଯୋଗ ଦିଆଯାଇଛି ।
କ୍ରିକେଟ୍ ସାଉଥ୍ ଆଫ୍ରିକା (ସିଏସ୍‌ଏ) ସିଇଓ ଫୋଲେତ୍ସି ମୋସେକୀ ଭେନ୍ୟୁ ଚୟନ ସମ୍ପର୍କରେ କହିଛନ୍ତି, ଆୟୋଜନସ୍ଥଳ ସହିତ ସେମାନଙ୍କୁ ହୋଟେଲ୍ ରୁମ୍ ଏବଂ ବିମାନବନ୍ଦରର ଉପଲବ୍ଧତା ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକତା ରହିଛି । ସାଉଥ୍ ଆଫ୍ରିକା ମିଡିଆ ନ୍ୟୁଜ୍ ୨୪ ସହ ଆଲୋଚନା ବେଳେ ସେ କହିଛନ୍ତି ପଡ଼ିଆ ଚୟନ ପ୍ରକ୍ରିୟା ଧ୍ୟାନପୂର୍ବକ କରାଯାଇଛି । ଏଥିରେ ହୋଟେଲ୍ ରୁମ୍ ସଂଖ୍ୟା ଏବଂ ବିମାନ ବନ୍ଦର ଉପଲବ୍ଧତା ମଧ୍ୟ ସାମିଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking