30.1 C
Bhubaneswar
Friday, May 17, 2024
Homeଦେଶ ବିଦେଶଚୀନ୍‌ ଗସ୍ତରେ ଏଲନ ମସ୍କ୍‌

ଚୀନ୍‌ ଗସ୍ତରେ ଏଲନ ମସ୍କ୍‌

ନୂଆଦିଲ୍ଲୀ: ଭାରତ ଆସିବା ପାଇଁ ସମୟ ନାହିଁ, କିନ୍ତୁ ଏବେ ଚୀନ୍‌ରେ ଯାଇ ପହଞ୍ôଚଯାଇଛନ୍ତି ଟେସ୍‌ଲା କମ୍ପାନୀ ମୁଖ୍ୟ ଏଲନ୍ ମସ୍କ । ଚଳିତ ମାସରେ ଏଲନ୍ ମସ୍କ, ଭାରତ ଆସିବାର ଥିଲା, ଏଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିବାର ଥିଲା । ଏହାକୁ ନେଇ ଭାରତରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ମସ୍କଙ୍କ ଆଗମନ ସହ ଭାରତରେ ଟେସ୍‌ଲା କମ୍ପାନୀ ନିଜର ଏକ ପ୍ଲାଣ୍ଟ ସ୍ଥାପନ କରିପାରେ ଅର୍ଥାତ୍ ଭାରତରେ ବ୍ୟାପକ ପୁଞ୍ଜିନିବେଶ ସହ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବା ନେଇ ଏକ ଆଶା ସଞ୍ଚାର ହୋଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ଏଲନ୍ ମସ୍କ, ନିଜ ଭାରତ ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ କରିଦେଇଥିଲେ । ଟେସ୍‌ଲା କମ୍ପାନୀର କେତେକ ଅନିବାର୍ଯ୍ୟ କାମ ଯୋଗୁ ବର୍ତ୍ତମାନ ସମୟରେ ସେ ଭାରତ ଗସ୍ତରେ ଆସିପାରୁନଥିବା ନିଜ ସୋସିଆଲ ମିଡିଆ କମ୍ପାନୀ ଏକ୍ସ’ରେ ପୋଷ୍ଟ ମଧ୍ୟ କରିଥିଲେ ।

କିନ୍ତୁ ଭାରତ ଗସ୍ତ ବାତିଲ ହେବାର ସପ୍ତାହକ ମଧ୍ୟରେ ଏଲନ୍ ମସ୍କ, ଚୀନ୍ ଗସ୍ତରେ ଯାଇ ପହଞ୍ôଚଥିବା ସୂଚନା ମିଳିଛି । ଏଠାରେ ସେ ଚୀନ୍ ସରକାରଙ୍କ ଶୀର୍ଷ ଅଧିକାରୀଙ୍କୁ ଭେଟିବା ସହ ଚୀନ୍‌ରେ ସମ୍ପୂର୍ଣ୍ଣ ସେଲ୍ଫ ଡ୍ରାଇଭିଂ ସଫ୍ଟଓୟାର ଲଞ୍ଚ୍ କରିବା ସମ୍ପର୍କରେ ଆଲୋଚନା କରିପାରନ୍ତି ବୋଲି ଅନୁମାନ କରାଯାଉଛି । ଏଲନ୍ ମସ୍କଙ୍କ ଏପ୍ରକାର ଅକସ୍ମାତ୍ ବେଜିଂ ଗସ୍ତକୁ ନେଇ ଭାରତରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ପ୍ରକାଶ, ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ ଚୀନ୍ ବିଶ୍ୱର ଦ୍ୱିତୀୟ ବୃହତ୍ତମ ବଜାର । ଭାରତକୁ ବାଦ୍ ଦେଇ ଚୀନ୍ ଗସ୍ତରେ ଯିବା ପଛରେ ଏଲନ୍ ମସ୍କଙ୍କ ଅସଲ ଉଦ୍ଦେଶ୍ୟ ଏପ୍ରକାର ସ୍ପଷ୍ଟ ହୋଇପାରିନଥିଲେ ମଧ୍ୟ ଟେସଲାର ସ୍ୱୟଂଚାଳିତ ଡ୍ରାଇଭିଂ ଟେକ୍ନୋଲୋଜିରେ ଉନ୍ନତି ଆଣିବା ପାଇଁ ସେ ଏହି ସଫ୍ଟୱେୟାରରୁ ମିଳିବାକୁ ଥିବା ଡାଟାର ବ୍ୟବହାର ଅନ୍ୟ ଦେଶଗୁଡ଼ିକରେ କରିବା ପାଇଁ ଚୀନ୍ ସରକାରଙ୍କ ଠାରୁ ଅନୁମୋଦନ ଲୋଡିପାରନ୍ତି ବୋଲି ଅନୁମାନ କରାଯାଉଛି । ନିକଟରେ ଏଲନ୍ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ ଲେଖିଛନ୍ତି ଯେ ଖୁବଶୀଘ୍ର ଚୀନ୍‌ରେ ସମ୍ପୂର୍ଣ୍ଣ ସେଲ୍ଫ ଡ୍ରାଇଭିଂ ସଫ୍ଟୱେୟାର ଲଞ୍ଚ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking