27.1 C
Bhubaneswar
Tuesday, May 21, 2024
Homeଓଡିଶାନିଆଁ ଲିଭୁଛି ଯେତେ ଲାଗୁଛି ଅଧିକ ବିପଦରେ ଶିମିଳିପାଳ ଅଭୟାରଣ୍ୟ ; ଗାଁ ମୁହାଁ ବନ୍ୟଜନ୍ତୁ

ନିଆଁ ଲିଭୁଛି ଯେତେ ଲାଗୁଛି ଅଧିକ ବିପଦରେ ଶିମିଳିପାଳ ଅଭୟାରଣ୍ୟ ; ଗାଁ ମୁହାଁ ବନ୍ୟଜନ୍ତୁ

ଶିମିଳିପାଳ : ଜଳୁଛି ଶିମିଳିପାଳ।ନିଆଁ ଲିଭୂଛି ଯେତେ ଲାଗୁଛି ତାଠାରୁ ଅଧିକ। ଚିନ୍ତାରେ ବିଭାଗ ଏବଂ ସମଗ୍ର ଜିଲ୍ଲାବାସୀ। ଶିମିଳିପାଳ ଅଭୟାରଣ୍ୟ ସମେତ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ଏବେ ଉତ୍ତପ୍ତ ଜିଲ୍ଲା ହୋଇଥିବା ବେଳେ ପ୍ରତ୍ୟେକ ଦିନ ୪୦ରୁ ୪୪ ଡିଗ୍ରୀ ଉପରେ ପାରଦ ରହୁଥିବା ଜଣାପଡିଛି | ଦିନ ୧୧ହେଲେ ଘରୁ ବାହାରୁ ନାହାଁନ୍ତି ଲୋକେ | ଗୋଟିଏ ପଟେ ପ୍ରଚଣ୍ଡ ଖରାର ତାତି ଥିବା ବେଳେ ଅନ୍ୟପଟେ ଶିମିଳିପାଳ ଅଭୟାରଣ୍ୟରେ ଲାଗିଛି ନିଆଁ । ଫଳରେ ୨୭ ଶହ ୫୦ ବର୍ଗ କିଲୋମିଟର ଶିମିଳିପାଳ ଅଭୟାରଣ୍ୟ ଏବେ ବିପଦରେ। ଗୋଟିଏ ପାହାଡ଼ରୁ ଅନ୍ୟ ପାହାଡକୁ ନିଆଁ ମାଡ଼ି ଚାଲିଛି । ଆଜି ପୁଣି ଶିମିଳିପାଳର ୩୫ଟି ପଏଣ୍ଟରେ ଲାଗିଛି ନିଆଁ। ଏଥିରେ ଦକ୍ଷିଣ ଶିମିଳିପାଳର ୨୨ଟି ପଏଣ୍ଟରେ ନିଆଁ ଲାଗିଥିବା ବେଳେ ଉତ୍ତର ଶିମିଳିପାଳରେ ୧୩ଟି ପଏଣ୍ଟରେ ଲାଗିଛି ନିଆଁ । ଦିନବେଳେ ନିଆଁ ଲାଗିବା ପଏଣ୍ଟ ଅଧିକ ହେଉଥିବା ସୂଚନା ମିଳିଛି । ନିଆଁ ଲିଭେଇବା ପାଇଁ ବନବିଭାଗ କର୍ମଚାରୀଙ୍କ ସହିତ ଓଡ୍ରାଫ ଟିମ୍‌ ସାମିଲ ହୋଇଛନ୍ତି । ଶିମିଳିପାଳରେ ନିଆଁ ଲାଗିବା ଯୋଗୁଁ ବନ୍ୟଜନ୍ତୁ ଏବଂ ବହୁ ମୂଲ୍ୟବାନ ଗଛ ସହ ଔଷଧୀୟ ଗଛ ଏବେ ବିପଦରେ । ଶିମିଳିପାଳ ଅଭୟାରଣ୍ୟରେ ୨୮୪ଟି ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ସତ୍ତ୍ୱେ ନିଆଁକୁ ରୋକି ପାରୁନି ବନବିଭାଗ । ନିଆଁ ଲିଭାଇବା ପାଇଁ ପାଖାପାଖି ୩୦୦ ସ୍କ୍ୱାର୍ଡ ଗଠନ କରାଯାଇଛି । ଏଥିରେ ସ୍ଥାୟୀ ଏବଂ ଅସ୍ଥାୟୀ ୧ ହଜାରରୁ ଅଧିକ କର୍ମଚାରୀ ସାମିଲ ହୋଇଛନ୍ତି । ତଥାପି ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇପାରୁନି । ନିଆଁର ପ୍ରକୋପ ଏତେ ମାତ୍ରାଧିକ ରହିଛି ଯେ ଅନେକ ଦୂରକୁ ଏହା ସ୍ପଷ୍ଟ ଦେଖାଯାଉଛି । ଶିମିଳିପାଳ ଅଭୟାରଣ୍ୟରେ ବହୁ ମୂଲ୍ୟବାନ ଗଛ ସହିତ ଜୀବଜନ୍ତୁଙ୍କ ଜୀବନ ଏବେ ବିପଦରେ । କିଛିଦିନ ହେଲା ଜଙ୍ଗଲ ଜଳୁଥିଲେ ସୁଦ୍ଧା ବନବିଭାଗର ବହୁଚେଷ୍ଟା ସତ୍ତ୍ୱେ ଆୟତ୍ତକୁ ଆସୁନି ନିଆଁ । ତେବେ ବ୍ୟାପକ ପ୍ରସ୍ତୁତି ସତ୍ତ୍ବେ ରାଜ୍ୟରେ ଜଙ୍ଗଲ ନିଆଁ ଉଗ୍ରରୂପ ନେଉଥିବାରୁ ଚିନ୍ତାପ୍ରକଟ କରିଛନ୍ତି ବିଶେଷଜ୍ଞ। ଆଗକୁ ତାତି ବଢ଼ିବା ସହ ଜଙ୍ଗଲ ନିଆଁ ଆହୁରି ବ୍ୟାପକ ହେବ ବୋଲି ଆଶଙ୍କା କଲେଣି ବିଶେଷଜ୍ଞ । ତେବେ ନିଆଁ ଯୋଗୁଁ ଅଶାନ୍ତ ଶିମିଳିପାଳ ଅସୁରକ୍ଷିତ ଜୀବଜନ୍ତୁ ଏବେ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking