29.1 C
Bhubaneswar
Saturday, April 27, 2024
Homeଆଇସିସି ଟି -20 ମହିଳା ବିଶ୍ୱକପ 2023ମହିଳା ଟି-୨୦ ବିଶ୍ୱକପ୍ : ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇଲା ଭାରତ

ମହିଳା ଟି-୨୦ ବିଶ୍ୱକପ୍ : ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇଲା ଭାରତ

କେପ୍ ଟାଉନ : ମହିଳା ଟି-୨୦ ବିଶ୍ୱକପରେ ଭାରତୀୟ ଦଳର ବିଜୟ ଅଭିଯାନ ଜାରି ରହିଛି । ବୁଧବାରଦିନ କେପଟାଉନଠାରେ ଖେଳାଯାଇଥିବା ଏକ ମ୍ୟାଚରେ ୱେଷ୍ଟ ଇଣ୍ଡିଜକୁ ୬ ୱିକେଟରେ ପରାସ୍ତ କରିଛି ଭାରତ । ୱେଷ୍ଟ ଇଣ୍ଡିଜ ଦ୍ୱାରା ରଖାଯାଇଥିବା ୧୧୯ ରନର ବିଜୟ ଲକ୍ଷ୍ୟକୁ ଭାରତୀୟ ଦଳ ୧୮.୧ ତମ ଓଭରରେ ୪ ୱିକେଟ ହରାଇ ହାସଲ କରିନେଇଥିଲା । ଭାରତ ପକ୍ଷରୁ ରିଚା ଘୋଷ ୪୪ ରନ କରିଥିବାବେଳେ ହରମନପ୍ରିତ କୌର ୩୩ ରନ କରିଥିଲେ । ଶେଫାଲି ବର୍ମା ୨୮ ରନ କରିଥିଲେ ।

ଏହି ମ୍ୟାଚରେ ୱେଷ୍ଟ ଇଣ୍ଡିଜ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୧୮ ରନ କରିଥିଲା । ଦଳ ପକ୍ଷରୁ ଏସ.ଟେଲର ୪୨ରନ ଓ କ୍ୟାମ୍ପବେଲ ୩୦ ରନ କରିଥିଲେ । ଚେଡିଅନ ନେସନ ୨୧ରନ ଓ ସବିକା ଗଞ୍ଜାବି ୧୫ ରନ କରିଥିଲେ । ଭାରତ ପକ୍ଷରୁ ଦିପ୍ତୀ ଶର୍ମା ୩ଟି ୱିକେଟ ନେଇଥିବାବେଳେ ରେଣୁକା ସିଂ ଓ ପୂଜା ବସ୍ତ୍ରାକର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଗତ ରବିବାର ଖେଳାଯାଇଥିବା ଭାରତ ନିଜର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking