29.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶହୃଦୟବିଦାରକ ଘଟଣା: ପ୍ରେମିକା ଘର ଭିତରେ ପଶି ନିଜକୁ ନିଆଁ ଲଗାଇଦେଲା ପ୍ରେମିକ

ହୃଦୟବିଦାରକ ଘଟଣା: ପ୍ରେମିକା ଘର ଭିତରେ ପଶି ନିଜକୁ ନିଆଁ ଲଗାଇଦେଲା ପ୍ରେମିକ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଶାହଜାହାନପୁରରୁ ଭାଲେଣ୍ଟାଇନ୍ସ ଡେ’ ଅବସରରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଜଣେ ପ୍ରେମିକ, ପ୍ରେମିକା ଘର ଭିତରେ ପଶି ନିଜକୁ ନିଆଁ ଲଗାଇ ଦେଇଛନ୍ତି । ଗୁରୁତର ଅବସ୍ଥାରେ ପ୍ରେମିକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରେମିକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଯୁବତୀଙ୍କ ଘର ଲୋକେ ତାଙ୍କ ପୁଅକୁ ଘର ଭିତରକୁ ଡାକି ଜିଅନ୍ତା ଜାଳି ଦେଇଛନ୍ତି । ତେବେ ପୋଲିସ ଏହି ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।

ପୋଲିସ ସୂଚନା ମୁତାବକ, ଏଠାରେ ରହୁଥିବା ସଦ୍ଦାମ ନାମକ ଯୁବକଙ୍କର ନିଜ ପଡ଼ିଶା ଘର ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଥିଲା । କିଛି ଦିନ ପୂର୍ବେ ସଦ୍ଦାମ ପ୍ରେମିକାଙ୍କ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ । ଯାହାକୁ ନେଇ ଯୁବତୀଙ୍କ ପରିବାର ଲୋକେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ମଙ୍ଗଳବାର ଭାଲେଣ୍ଟାଇନ୍ସ ଡେ’ ଅବସରରେ ହଠାତ୍ ସଦ୍ଦାମ ନିଜ ପ୍ରେମିକାଙ୍କ ଘରେ ପହଞ୍ଚିଥିଲେ ଏବଂ ସେଠାରେ ସେ ନିଜ ଦେହରେ ନିଆଁ ଲଗାଇ ଦେଇଥିବା ସୂଚନା ରହିଛି । କିନ୍ତୁ ସେପଟେ ପୀଡ଼ିତଙ୍କ ପରିବାର କହିଛନ୍ତି କି, ଯୁବତୀଙ୍କ ପରିବାରର ଅଭିଯୋଗ ପରେ ସେମାନେ ତାଙ୍କ ପୁଅକୁ ପଚରାଉଚରା ପାଇଁ ଘରକୁ ଡକାଇଥିଲେ । ହେଲେ ଘରକୁ ଆସିବା ପୂର୍ବରୁ ହିଁ ଯୁବତୀଙ୍କ ପରିବାର ତାଙ୍କ ପୁଅକୁ ଘର ଭିତରକୁ ଟାଣି ନେଇଥିଲେ ଏବଂ ତା’ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏଥିରେ ସଦ୍ଦାମ ଗମ୍ଭୀର ଭାବରେ ଜଳିଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking