31.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶସାବଧାନ! ଏହି ଦେଶରେ ଯଦି ସ୍ତ୍ରୀଙ୍କର ଜନ୍ମଦିନ ସ୍ୱାମୀ ଭୁଲିଗଲେ ଯିବାକୁ ପଡ଼ିବ ଜେଲ୍‌

ସାବଧାନ! ଏହି ଦେଶରେ ଯଦି ସ୍ତ୍ରୀଙ୍କର ଜନ୍ମଦିନ ସ୍ୱାମୀ ଭୁଲିଗଲେ ଯିବାକୁ ପଡ଼ିବ ଜେଲ୍‌

ସାମୋଆ: ସାବଧାନ ସ୍ୱାମୀ । ଏଣିକି ସ୍ତ୍ରୀଙ୍କର ଜନ୍ମଦିନ ଭୁଲିଗଲେ ଯିବାକୁ ପଡିବ ଜେଲ୍ । ଏମିତି ନିୟମକୁ ନେଇ ସବୁଠି ଚର୍ଚ୍ଚା । ଅନେକ ଲୋକ ବହୁ ସମୟରେ ନିଜ ସ୍ତ୍ରୀଙ୍କର ଜନ୍ମଦିନକୁ ଭୁଲିଯାଇଥାନ୍ତି । ଯାହାକୁ ନେଇ ଘରେ ତୁମ୍ବିତୋଫାନ ହୁଏ । କାହିଁକି ଜନ୍ମଦିନ ଭୁଲିଗଲ ବୋଲି କଇଫତ୍ ଦେବାକୁ ପଡେ । କିନ୍ତୁ ଏମିତି ଏକ ଦେଶ ଅଛି ଯେଉଁଠି ସ୍ୱାମୀ ନିଜ ସ୍ତ୍ରୀଙ୍କର ଜନ୍ମଦିନ ଯଦି ଭୁଲିଯାଇଛନ୍ତି ତେବେ ସ୍ୱାମୀଙ୍କୁ ଭୋଗିବାକୁ ପଡିବ ଜେଲଦଣ୍ଡ । ମିଳିବ ବଡ ଶାସ୍ତି । ଏମିତି ଏକ ଦେଶ ହେଉଛି ସାମୋଆ ।

ସୌନ୍ଦର୍ଯ୍ୟପାଇଁ ସାରା ପୃଥିବୀରେ ଜଣାଶୁଣା ଦ୍ୱୀପର ଦେଶ ହେଉଛି ସାମୋଆ । ଯେଉଁଠି ଏମିତି ଆଇନର ପାଳନ କରାଯାଏ । ଯାହାକୁ ନେଇ ବିଶ୍ୱରେ ଜୋରଦାର ଚର୍ଚ୍ଚା ବି ହୁଏ । ଏଇ ଦେଶରେ ସ୍ତ୍ରୀଙ୍କ ଜନ୍ମ ଦିନ ଭୁଲିବା ଏକ ବଡ ଅପରାଧ ବୋଲି କୁହାଯାଏ । ଖାଲି ଅପରାଧ ବୋଲି ଧରାଯାଏ ତାହା ନୁହେଁ ବରଂ ଜେଲ୍ ଦଣ୍ଡାଦେଶ ସହିତ ଦେବାକୁ ପଡେ ଜୋରିମାନା । ପ୍ରଥମଥର ଜନ୍ମଦିନ ଭୁଲିଗଲେ ୱାର୍ଣ୍ଣିଂ ଦେଇ ଛଡାଯାଉଥିବା ବେଳେ ଦ୍ୱିତୀୟଥର ଭୁଲିଗଲେ ଜେଲ ଦଣ୍ଡାଦେଶ ସହିତ ଜୋରିମାନା ଦେବାକୁ ପଡେ । ତେବେ ଏହି ନିୟମ ଉତ୍ତରକୋରିଆରେ ରହିଥିବା ଚର୍ଚ୍ଚା ବି ହୁଏ । କିନ୍ତୁ ସ୍ତ୍ରୀର ଜନ୍ମଦିନ ଭୁଲିଗଲେ ଏମିତି କାର୍ଯ୍ୟାନୁଷ୍ଠାନ ହେଉଥିବାରୁ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking