29.1 C
Bhubaneswar
Monday, May 6, 2024
Homeଓଡିଶାତେଜ ହୋଣ୍ଡା ୪ର୍ଥ ପ୍ରିମିୟର ଲିଗ୍‍ : ରାମେଶ୍ୱର ଫାଇଟର୍ସ ଚମ୍ପିୟାନ୍‍

ତେଜ ହୋଣ୍ଡା ୪ର୍ଥ ପ୍ରିମିୟର ଲିଗ୍‍ : ରାମେଶ୍ୱର ଫାଇଟର୍ସ ଚମ୍ପିୟାନ୍‍

ଯାଜପୁର : କଳିଙ୍ଗନଗର ସ୍ପୋର୍ଟସ ଏକାଡେମୀ ଆନୁକୁଲ୍ୟରେ ତେଜ୍‍ ହୋଣ୍ଡା ସହଯୋଗରେ ସ୍ଥାନୀୟ ବ୍ୟାସନଗର ଷ୍ଟାଡିୟମ୍‍ ଠାରେ ଚାଲୁଥିବା ସର୍ବଭାରତୀୟ କଳିଙ୍ଗନଗର ପ୍ରିମିୟର ଲିଗ୍‍ ଦିବାରାତ୍ରୀ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‍ ମ୍ୟାଚରେ ଏମ୍‍.ଏମ୍‍.ସି.ସି. ସମ୍ବଲପୁରକୁ ହରାଇ ରାମେଶ୍ୱର ଫାଇଟର୍ସ ୨୦୨୪ ବର୍ଷ ପାଇଁ ଚମ୍ପିୟାନ୍‍ ଆଖ୍ୟା ଅର୍ଜନ କରିଛି । ଟସ୍‍ରେ ବିଜୟୀ ହୋଇ ଏମ୍‍.ଏମ୍‍.ସି.ସି. ପ୍ରଥମେ ବ୍ୟାଟିଙ୍ଗ୍‍ କରିବାର ନିଷ୍ପତି ନେଇଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ୍‍ ହରାଇ ମାତ୍ର ୧୧୦ ରନ୍‍ କରିଥିଲେ । ଦଳ ତରଫରୁ ରାମଚନ୍ଦ୍ର ବେହେରା ୧୯, ଭାଗମେନ୍ଦର ଲାଠର ୧୯ ରନ୍‍ କରିଥିଲେ । ରାମେଶ୍ୱର ଫାଇଟର୍ସର ଅରୁଣ ଚୌରସିୟା ୪ଟି ଓ ସ୍ଲେବନା ସରକାର ୨ ଉଇକେଟ୍‍ ନେଇଥିଲେ । ଏହାର ଜବାବରେ ରାମେଶ୍ୱର ଫାଇଟର୍ସ ମାତ୍ର ୧୬ ଓଭରରେ ୫ ଉଇକେଟ୍‍ ହରାଇ ୧୧୧ ରନ୍‍ କରି ବିଜୟୀ ହୋଇଥିଲେ । ଦଳ ତରଫରୁ କାର୍ତ୍ତିକ ବିଶ୍ୱାଳ ୩୬ ଓ ଶ୍ରେଷ୍ଠା ୧୯ ରନ୍‍ କରିଥିଲେ । ଏମ୍‍.ଏମ୍‍.ସି.ସି.ର ମନୋଜ ବାରିକ ୩ଟି ଓ ଦେବବ୍ରତ ପ୍ରଧାନ ଗୋଟିଏ ଉଇକେଟ୍‍ ନେଇଥିଲେ । ୫ ଉଇକେଟ୍‍ରେ ରାମେଶ୍ୱର ଫାଇଟର୍ସ ବିଜୟୀ ହୋଇଥିଲେ । ଫାଇନାଲ ମ୍ୟାଚର ପୁରସ୍କାର ବିତରଣ ଉତ୍ସବରେ କଳିଙ୍ଗନଗର ସ୍ପୋର୍ଟସ୍‍ ଏକାଡେମୀର କାର୍ଯ୍ୟକାରୀ ସଭାପତି ଆଲୋକ ମହାନ୍ତି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ମୁଖ୍ୟ ଅତିଥି ଭାବେ ନଟରାଜ ପ୍ରାଇଭେଟ୍‍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ରବିନାରାୟଣ ପୁହାଣ ଓ ସମ୍ମାନୀତ ଅତିଥି ଭାବେ ଇ.ଏସ୍‍.ଆର୍‍.ର ପ୍ରୋଜେକ୍ଟ ଡାଇରେକ୍ଟର ଏମ୍‍.ସି. ରଥ ଯୋଗଦେଇଥିବାବେଳେ କେ.ପି.ଏଲ୍‍. ସଂଯୋଜକ ନିରଞ୍ଜନ ପୃଷ୍ଟି ମଂଚ ପରିଚାଳନା କରିଥିଲେ । ତେଜ୍‍ ହୋଣ୍ଡାର ପରିଚାଳନା ନିର୍ଦ୍ଦେଶକ ରାକେଶ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ପୂର୍ବତନ କ୍ରିକେଟ୍‍ ଖେଳାଳୀ ଜନାର୍ଦ୍ଦନ ରାଉତ, ବ୍ରଜାନନ୍ଦ ମହାନ୍ତି, ଲକ୍ଷ୍ମୀଧର ରାଉତ, ଏସ୍‍.କେ. ଇବ୍ରାର ଓ ମନୋଜ ମହାନ୍ତିଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ମାନସ ଆଇଚ ଚାନ୍ଦମା, ସତ୍ୟଜିତ୍‍ ପରିଡା, ଦୁର୍ଗା ୱାରିୟର୍ସ, ଆଲୋକ ମହାନ୍ତି, ପ୍ରଶାନ୍ତି ଚ୍ୟାଲେଞ୍ଜର୍ସ, କଳିଙ୍ଗ ପହି, ବ୍ୟାସ ଟାଇଗର୍ସ, ପ୍ରଦୀପ ସାହୁ, ରାମେଶ୍ୱର ଫାଇଟର୍ସ, ଆଶିଷ ପାଣି, ଏ.ବି. ୟୁନିକ୍ରନଓ, ରିକନ ମହାନ୍ତି, ଏମ୍‍.ଏମ୍‍.ସି.ସି. ସମ୍ବଲପୁର, ଜୟନ୍ତ ରାଉତ, ଡୁବୁରୀ ଫାଇଟର୍ସ ଓ ନଶିମ ମହମ୍ମଦଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଚମ୍ପିୟାନ୍‍ ଦଳକୁ ଟ୍ରଫି ସହ ୨ ଲକ୍ଷ ଟଙ୍କା ଓ ରନର୍ସ ଅପ୍‍ ଦଳକୁ ଟ୍ରଫି ସହ ୧ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଆଜିର ଖେଳକୁ ଅସିତ୍‍ ପଟ୍ଟନାୟକ, ଆଶୁତୋଷ ପାଣି ପରିଚାଳନା କରିଥିଲେ । ଅସିମ୍‍ ଦାସ ଓ କ୍ଷୀତିଶ ମାଝୀ ସ୍କୋରର ଭାବେ, ବୁବୁ ସିହ୍ନା ଓ ଏସ୍‍.କେ. ରସିଦ୍‍ଉଲ ଭାଷ୍ୟକାର ଭାବେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking