ଯାଜପୁର : ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଅଧୀନରେ କାମ କରୁଥିବା ମେଘା କମ୍ପାନୀ ଠାରୁ ବକେୟା ରାଶି ମିଳିବା ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଠିକା ସଂସ୍ଥା ପକ୍ଷରୁ ଚାଲିଥିବା ଧାରଣା ପ୍ରତ୍ୟାହୃତ ହୋଇଛି। ଦୁଇଟି ଠିକା ସଂସ୍ଥାର ପରିବାର ପକ୍ଷରୁ ମେଘା କମ୍ପାନୀରୁ ଅର୍ଥ ପାଇବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସହିତ ଆଲୋଚନା କରିଥିଲେ । ଜିଲ୍ଲାପାଳ ସଂପୃକ୍ତ ଅଧିକାରୀଙ୍କୁ ଘଟଣା ସ୍ଥଳରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦେବା ପରେ ଆର୍ଡବ୍ଲ୍ୟୁଏସ୍ଏସ୍ର ନିର୍ବାହୀ ଯନ୍ତ୍ରୀ ରଶ୍ମିରଞ୍ଜନ ମାର୍ଥା, ମେଘା କମ୍ପାନୀ ଇଞ୍ଜିନିୟର କରୁଣାକର ସାହୁ, ସଞ୍ଜିବ ମଲ୍ଲିକ, ଆର୍ଡବ୍ଲ୍ୟୁଏସ୍ଏସ୍ ସହକାରୀ ଯନ୍ତ୍ରୀ ବିକ୍ରମାଦିତ୍ୟ ପ୍ରଧାନ ପ୍ରମୁଖ ପହଞ୍ଚି ସମ୍ପୃକ୍ତ ଠିକା ସଂସ୍ଥା ର ବକେୟା ରାଶି ଦୁଇଦିନ ଭିତରେ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।