33.1 C
Bhubaneswar
Monday, May 6, 2024
Homeଓଡିଶା୧୪ତମ ଶ୍ରୀ ହନୁମାନ ଜନ୍ମୋତ୍ସବ ପାଳିତ, ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହେଲା ସହର 

୧୪ତମ ଶ୍ରୀ ହନୁମାନ ଜନ୍ମୋତ୍ସବ ପାଳିତ, ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହେଲା ସହର 

ଯାଜପୁର : ବ୍ୟାସନଗର ସହରର ଗୋପବନ୍ଧୁ ଛକ ନିକଟରେ ଥିବା ଲକ୍ଷ୍ମୀ ନାରୟଣ ମନ୍ଦିର ଏବଂ ନନ୍ଦରାମ ବାଟିକା ପରିସରରେ ୧୪ ତମ ହନୁମାନ ଜନ୍ମୋତ୍ସବ ପାଳିତ ହୋଇଯାଇଛି | ମାରୱାଡି ସମ୍ପ୍ରଦାୟ ପକ୍ଷରୁ ଯାଜପୁରରୋଡ଼ ସୁନ୍ଦରା କାଣ୍ଡ ମଣ୍ଡଳୀ ଏବଂ ମାରୱାଡି ୟୁଵା ପରିଷଦରର ମିଳିତ ସହଯୋଗରେ ଏହି କର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା | ପ୍ରାତଃ ୫. ୩0ଘଟିକା ସମୟରୁ ପୂଜା ଆରମ୍ଭ ହୋଇ ଅଖଣ୍ଡ ପ୍ରଦୀପ ପ୍ରଜ୍ବଳନ କରାଯଇଥିଲା | ଏହାପରେ ଧ୍ବଜା ଶୋଭାଯାତ୍ରା ଉଭୟ ମହିଳା ପୁରୁଷ ସାମିଲ ହୋଇ ପ୍ରଭୁ ଶ୍ରୀରାମ ଓ ହନୁମାନଙ୍କ ଚିତ୍ର ସମ୍ବଳିତ ଗେରୁଆ ଧ୍ବଜା ଧରି ସହର ପରିକ୍ରମା କରିଥିଲେ | ଏକ ସୁସଜ୍ଜିତ ରଥରେ ସଙ୍କଟ ମୋଚନ ବଜରଙ୍ଗ ବାଲିଙ୍କ ଫୋଟୋଚିତ୍ର ରଖଜାଇ ବାଜା ବାଣ ସହ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା | ଜୟ ଶ୍ରୀରାମ ଧ୍ୱନିରେ ସାରା ସହର ପ୍ରାକମ୍ପିତ ହୋଇ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା | ଶୋଭାଯାତ୍ରା ଗୋପବନ୍ଧୁ ଛାକରୁ ବାହାରି ଷ୍ଟେସନ ବଜାର, ରାଧାନାଥ ମାର୍ଗ ଓ ଚୋରଦା ବାଇପାସ ଛକ ହୋଇ ନନ୍ଦରାମ ବାଟିକାଠାରେ ପହଞ୍ଚିଥିଲା | ରାସ୍ତାରେ ବିଭିନ୍ନ ସ୍ଥାନରେ ବୋହୁ ଅନୁଷ୍ଠାନ ପକ୍ଷରୁ ଥଣ୍ଡା ପାନୀୟ ବଣ୍ଟନ କରାଯାଇଥିଲା | ଶୋଭାଯାତ୍ରା ପହଞ୍ଚିବା ପରେ ସେଠାରେ ଅଖଣ୍ଡ ହନୁମାନ ଚାଳିଶା ପାଠ ଏବଂ ସନ୍ଧ୍ୟାରେ ଶ୍ରୀ ସୁନ୍ଦରା କାଣ୍ଡ ପାଠ ଅନୁଷ୍ଠିତ ହୋଇଥିଲା | ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା | ଯାଜପୁରରୋଡ଼ ପୋଲିସ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ କରାଯାଇଥିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking