32.1 C
Bhubaneswar
Friday, April 26, 2024
Homeଓଡିଶାମାଙ୍କଡ଼ ଉପଦ୍ରବ: ଛାତରୁ ଖସିପଡ଼ି ମହିଳାଙ୍କ ମୃତ୍ୟୁ

ମାଙ୍କଡ଼ ଉପଦ୍ରବ: ଛାତରୁ ଖସିପଡ଼ି ମହିଳାଙ୍କ ମୃତ୍ୟୁ

ଯାଜପୁର: ମାଙ୍କଡ଼ ଭୟରେ ଛାତରୁ ଖସିପଡ଼ିଲେ ମହିଳାଙ୍କ ମୃତ୍ୟୁ ଘଟିଛି | ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ବରିଲୋ ଗାଁରେ | ଖବର ନେବାରୁ ଜଣାପଡିଛି ଯେ ଅରୁଣ ସ୍ୱାଇଁଙ୍କ ପତ୍ନୀ ଜୟନ୍ତୀ ସ୍ୱାଇଁ ଆଜି ସକାଳେ ଛାତ ଉପରକୁ ଲୁଗା ଶୁଖାଇବାକୁ ଯାଇଥିଲେ। ଠିକ ସେହିସମୟରେ ଛାତ ଉପରେ ଥିବା ମାଙ୍କଡ଼ ତାଙ୍କୁ ଆକ୍ରମଣ କରିଥିଲା । ଏଥିରେ ଭୟଭୀତ ହୋଇ ଜୟନ୍ତୀ ଦୌଡ଼ି ପଳାଇ ଆସୁଥିବା ବେଳେ ଛାତରୁ ତଳକୁ ଖସିପଡ଼ିଥିଲେ।
ଜୟନ୍ତୀ ତଳେ ପଡ଼ିଥିବାର ଦେଖି ଘର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଜୟନ୍ତୀଙ୍କର ମୃତ୍ୟୁକୁ ନେଇ ଗ୍ରାମରେ ଚାଞ୍ଚଲ୍ୟ ଖେଳିଯାଇଛି। ଏବେ ସେହି ଅଞ୍ଚଳରେ ମାଙ୍କଡ଼ ଉପଦ୍ରବକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି।
https://onakhabar.com/2020/01/03/rape-allegation-against-police-asi/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking