37.1 C
Bhubaneswar
Thursday, March 28, 2024
Homeଅପରାଧ୬୦ହଜାର ଟଙ୍କା ପାଇଁ ଗୁରୁଙ୍କ ସହ ଏମିତି କଲା ଶିଷ୍ୟ

୬୦ହଜାର ଟଙ୍କା ପାଇଁ ଗୁରୁଙ୍କ ସହ ଏମିତି କଲା ଶିଷ୍ୟ

ନୂଆଦିଲ୍ଲୀ: ଦିନକୁ ଦିନ ହତ୍ୟା ଆତ୍ମହତ୍ୟା ଭଳି ଘଟଣା ବଢିବାରେ ଲାଗିଛି । କେବେ ଗୁରୁ ଶିଷ୍ୟ ସମ୍ପର୍କରେ ଦାଗ ଲାଗୁଛି ତ କେବେ ଗୁରୁଙ୍କ ହତ୍ୟାକାରୀ ସାଜୁଛି ଶିଷ୍ୟ । ଏଭଳି ଏକ ହୃଦୟ ବିଦାରକ ଘଟଣା ଉତ୍ତରପ୍ରଦେଶର ଶାମଲୀରେ ଘଟିଥିବା ଜଣାପଡିଛି । ଏହି ଘଟଣା ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଶାମଲୀରେ ରହୁଥିବା ବିଶ୍ବପ୍ରସିଦ୍ଧ ଭଜନ ଗାୟକ ଅଜୟ ପାଠକଙ୍କ ସହ ଏଭଳି ଘଟଣା ଘଟିଥିବା ବେଳେ ତାଙ୍କ ଶିଷ୍ୟ ହିଁ ତାଙ୍କୁ ହତ୍ୟା କରିବା ଖବର ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଛି ।

ସୂଚନା ଅନୁସାରେ, ସୋମବାର ରାତିରେ ହିମାଂଶୁ ଅଜୟ ପାଠକଙ୍କ ଘରକୁ ଯାଇ ପ୍ରଥମ ମହଲାରେ ଶୋଇଥିବା ଅଜୟ ପାଠକ ଓ ତାଙ୍କ ପତ୍ନୀଙ୍କୁ ଛୁରି ଭୁଷି ହତ୍ୟା କରିଥିଲେ । ପରେ ଉପର ମହଲାକୁ ଯାଇ ଝିଅକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିବା ସହ ତାଙ୍କ ୧୦ବର୍ଷର ପୁଅକୁ କାର୍ ଭିତରେ ଭର୍ତ୍ତି କରି ଜଳାଇ ଦେଇଥିଲେ ହିମାଂଶୁ । ସୋମବାର ଘଟଣାଟି ଘଟିଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ତାହା ସାମ୍ନାକୁ ଆସିଥିଲା ।
ଅଜୟ ପାଠକଙ୍କ ସହ ମିଶି ହିମାଂଶୁ ଭଜନ କାର‌୍ୟ୍ୟକ୍ରମ କରୁଥିଲେ । ଦେଶ ସହ ଦେଶ ବାହାରେ ମଧ୍ୟ କାର‌୍ୟ୍ୟକ୍ରମ କରାଯାଉଥିଲା । ହିମାଂଶୁ ଅଜୟଙ୍କ ପ୍ରିୟ ଶିଷ୍ୟ ଥିବା ବେଳେ ଅଜୟ ତାଙ୍କ ଠାରୁ ୬୦,୦୦୦ଟଙ୍କା ନେଇଥିଲେ । କିନ୍ତୁ ଅଜୟ ଦେଇଥିବା ସମୟ ମଧ୍ୟରେ ଏହାକୁ ଫେରାଇ ନଥିଲେ । ବାରମ୍ବାର ଟଙ୍କା ମାଗିବା ପରେ ହିମାଂଶୁଙ୍କୁ ଅଜୟ ଅସମ୍ମାନିତ କରିଥିବାରୁ ସେ ଏଭଳି କରିଥିବା ପୁଲିସକୁ କହିଛି । ତେବେ ଏହି ଘଟଣା ପରେ ପୁଲିସ ଅଭିଯୁକ୍ତ ଶିଷ୍ୟ ହିମାଂଶୁ ସୈନୀଙ୍କୁ ଗିରଫ କରିଥିବା ବେଳେ କରଜ ନେଇଥିବା ଟଙ୍କାକୁ ନେଇ ସେ ଏଭଳି ହତ୍ୟାକାଣ୍ଡ ଘଟାଇଥିବା ସ୍ପଷ୍ଟ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking