28.1 C
Bhubaneswar
Saturday, April 27, 2024
Homeଓଡିଶାନିର୍ଦ୍ଦେଶକ ପାହ୍ୟାକୁ ନିରଞ୍ଜନ ସେଠୀଙ୍କୁ ପଦୋନ୍ନତି

ନିର୍ଦ୍ଦେଶକ ପାହ୍ୟାକୁ ନିରଞ୍ଜନ ସେଠୀଙ୍କୁ ପଦୋନ୍ନତି

ଭୁବନେଶ୍ୱର : ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ତଥା ଯୁଗ୍ମ ଶାସନ ସଚିବ ନିରଞ୍ଜନ ସେଠୀଙ୍କୁ ପଦୋନ୍ନତି ଦିଆଯାଇଛି | ସରକାର ତାଙ୍କୁ ନିର୍ଦ୍ଦେଶକ (ବୈଷୟିକ) ଭାବେ ପଦୋନ୍ନତି ଦେଇଛନ୍ତି | ଶ୍ରୀସେଠୀଙ୍କର ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ରହିଛି | ଏହି ସମୟ ମଧ୍ୟରେ ସେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି | ଏଥିସହ ବିଭିନ୍ନ ଜିଲ୍ଲାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ଉତ୍ତରାଞ୍ଚଳ ଉପ-ନିର୍ଦ୍ଦେଶକ (ସମ୍ବଲପୁର),ବିଭାଗର ସବୁ ଶାଖାରେ ଶାଖା ଅଧିକାରୀ ଭାବେ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିପାଦିତ କରି ପ୍ରସଂଶିତ ହୋଇଛନ୍ତି | ୨୦୧୯ ସାଧାରଣ ନିର୍ବାଚନରେ ନିର୍ବାଚନ ଆୟୋଗଙ୍କ ସୁପାରିଶରେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଶ୍ରୀ ସେଠି ମିଡ଼ିଆ ମ୍ୟାନେଜମେଣ୍ଟ ଓ ସୋସାଲ ମିଡ଼ିଆର ନୋଡାଲ ଅଫିସର ଭାବେ କାର୍ଯ୍ୟ କରିଥିଲେ | ଏଣୁ ଶ୍ରୀ ସେଠୀଙ୍କର ଦୀର୍ଘଦିନର ଅଭିଜ୍ଞତା ଓ ବିଭାଗୀୟ କାର୍ଯ୍ୟରେ ବୈଷୟିକ ଦକ୍ଷତାକୁ ଭିତ୍ତିକରି ତାଙ୍କୁ ନିର୍ଦ୍ଦେଶକ (ବୈଷୟିକ) ଭାବେ ପଦୋନ୍ନତି ଦିଆଯାଇଛି | ଏନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking