36.1 C
Bhubaneswar
Monday, May 6, 2024
Homeଓଡିଶାବିକାଶରେ ବାଧା ସୃଷ୍ଟି କରୁଛନ୍ତି ବିରୋଧୀ : ମୁଖ୍ୟମନ୍ତ୍ରୀ

ବିକାଶରେ ବାଧା ସୃଷ୍ଟି କରୁଛନ୍ତି ବିରୋଧୀ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଠାରୁ ପ୍ରଚାର ଆରମ୍ଭ କରିଛନ୍ତି । ହିଞ୍ଜିଳରେ ସେ ପ୍ରଚାର ଆରମ୍ଭ କରିଛନ୍ତି । ହିଞ୍ଜିଳିରୁ ଆରମ୍ଭ ହେଲା ବିଜେଡିର ଜୟଯାତ୍ରା ।ବୁଧବାର ସାଢେ ୧୦ଟା ସମୟରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳିର ସମରଝୋଳରେ ପହଞ୍ଚି ପ୍ରଚାର ଆରମ୍ଭ କରିଛନ୍ତି। ଏହି ଅବସରରେ ସେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଯେ ଆପଣଙ୍କ ସ୍ନେହ ଓ ସମର୍ଥନ ପାଇଁ ଚିର ଋଣୀ । ଓଡ଼ିଶାର ସାଢେ ୪ କୋଟି ଲୋକ ମୋ ପରିବାର । ଏମାନଙ୍କ ପାଇଁ କାମ କରିଚାଲିଛି । ଶେଷ ଯାଏଁ କରିବି । ଯୋଡ଼ି ଶଙ୍ଖ ବିକାଶର ପରିଚୟ । ଯୋଡ଼ି ଶଙ୍ଖ ଓଡ଼ିଶାର ପରିଚୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ମିଶନ ଶକ୍ତି ମା’ମାନେ ଉଦ୍ୟୋଗୀ ହେଲେଣି । ୨୦୩୬ରେ ଓଡ଼ିଶା ଗଠନକୁ ଶହେ ବର୍ଷ ପୂରଣ ହେବ । ୨୦୨୪ରୁ ୨୦୩୪ ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ହେବ । ଓଡ଼ିଶାରେ ଯୁବ ବଜେଟ ଅଣାଯିବ । ରାଜ୍ୟ ତା’ କାମ ପାଇଁ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ମା’ଙ୍କୁ ଅଧିକାର ଦେବାରେ ବିଜେଡି ଏକ ନମ୍ବର । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଆଗୁଆ ରହିଛି । ସ୍ୱାସ୍ଥ୍ୟସେବାରେ ବିଏସକେୱାଇ ଦେଶରେ ମଡେଲ ସାଜିଛି । କୃଷି ବଜେଟ ଆଣିବାରେ ଓଡ଼ିଶାରେ ଦେଶରେ ୧ ନମ୍ବର । ସେହିପରି ମୁଖ୍ୟମନ୍ତ୍ରୀ ନିର୍ବାଚନୀ ସଭାରେ ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ବିରୋଧୀମାନେ ପ୍ରତିଟି କଥାରେ ରାଜନୀତି କରୁଛନ୍ତି । ବିକାଶକୁ ସେମାନେ ସହଜରେ ଗ୍ରହଣ କରୁପାରୁନାହାନ୍ତି ବୋଲି ନବୀନ କହିଛନ୍ତି । ହିଞ୍ଜିଳି ପରେ ଶେରଗଡରେ ଆଉ ଏକ ବିଶାଳ ଜନସମାବେଶକୁ କରିବେ ସମ୍ବୋଧନ ନବୀନ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଆସନ୍ତା ୩୦ ତାରିଖରେ ହିଞ୍ଜଳି ବିଧାନସଭା ଆସନ ନିମନ୍ତେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ। ଏହା ପୂର୍ବରୁ ସେ ସେହିଦିନ ତାରାତାରିଣୀଙ୍କ ଦର୍ଶନ କରିବେ ଓ ପ୍ରାର୍ଥୀପତ୍ର ଦାଖଲ କାର୍ୟ୍ୟକ୍ରମ ପରେ ଚିକିଟିରେ ଏକ ସମାବେଶକୁ ସମ୍ବୋଧନ କରିବେ। ସେହିପରି ୧ ତାରିଖରେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ଖଲ୍ଲିକୋଟ, ଦିଗପହଣ୍ଡି, ଛତ୍ରପୁର ଓ ଆସ୍କା ଲୋକସଭା ଆସନ ଅନ୍ତର୍ଗତ କବିସୂର୍ୟ୍ୟନଗରରେ ନିର୍ବାଚନ ପ୍ରଚାର କରିବେ। ସେହିପରି ୩ ତାରିଖରେ କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ ଭଞ୍ଜନଗର, ଆସ୍କା ଲୋକସଭା ଆସନ ଅନ୍ତର୍ଗତ ପୋଲସରା, ସାନଖେମୁର୍ଡି ଓ ସୋରଡ଼ା, ୬ ତାରିଖରେ ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ଗୋପାଳ ଓ ଆସ୍କା ଲୋକସଭା ଆସନ ଅନ୍ତର୍ଗତ ଆସ୍କାରେ ଦୁଇଟି କାର୍ୟ୍ୟକ୍ରମରେ ଯୋଗଦେବେ। ୭ ତାରିଖରେ ମୁଖ୍ୟମନ୍ତ୍ରୀ ଶେରଗଡ଼, ହିଞ୍ଜିଳି, ବ୍ରହ୍ମପୁରରେ ୩ଟି ରୋଡ଼୍‌‌ ଶୋ’ରେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି। ସେହିପରି ୯ ତାରିଖରେ ଗୋପାଳପୁରରେ ମଧ୍ୟ ଏକ ରୋଡ଼୍‌‌ ଶୋରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking