29.1 C
Bhubaneswar
Saturday, April 27, 2024
Homeଓଡିଶାରଜ ପର୍ବ ପାଳନ କାହିଁକି କରାଯାଏ ?

ରଜ ପର୍ବ ପାଳନ କାହିଁକି କରାଯାଏ ?

ଭୁବନେଶ୍ୱର: ରଜ ପର୍ବ ବା ମିଥନୁ ସଂକ୍ରାନ୍ତି । ଏହା ହେଉଛି ତିନି ଦିନର ଏକ ପର୍ବ ଏବଂ ଓଡିଶାର ଏହା ହେଉଛି ମୁଖ୍ୟପର୍ବ । ରଜର ଦ୍ୱିତୀୟ ଦିନ ମିଥୁନର ସୌର ମାସ ଆରମ୍ଭ ହେବାକୁ ସୂଚିତ କରିଥାଏ । ଏହିଦିନଠାରୁ ବର୍ଷା ଆରମ୍ଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ରଜର ପୌରାଣିକ ଆଧାର କଣ ? ବସୁଧା ମା ଯିଏ ଭଗବାନ ବିଷ୍ଣୁଙ୍କର ପତ୍ନୀ ଅଟନ୍ତି, ଏହି ତିନି ଦିନ ସେ ମାସିକ ଧର୍ମ ପାଳନ କରଥାନ୍ତି ବୋଲି କୁହାଯାଏ । ରଜର ଚତୁର୍ଥ ଦୀନକୁ ବସୁମତୀ ଗାଧୁଆ ବୋଲି କୁହାଯାଏ । ଯେଉଁଥିରେ ଭୂଦେବୀଙ୍କୁ ସ୍ନାନ କରାଯାଏ । ‘ରଜ’ ଏହି ଶବ୍ଦଟି ରଜସ୍ୱାଳ ଶବ୍ଦରୁ ଆସିଛି । ଯାହାର ଅର୍ଛ ମାସିକ ଧର୍ମ ଦେଇ ଗତି କରୁଥିବା ମହିଳା । ମଧ୍ୟଯୁଗରେ ଏହି ପର୍ବଟି କୃଷିଭିତ୍ତିକ ଛୁଟି ରୂପେ ବିଖ୍ୟାତ ଥିଲା । ଯେଉଁଥିରେ ମାତା ଭୂଦେବୀଙ୍କୁ ପୂଜା କରାଯାଉଥିଲା । ଏହାଛଡା ତାଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପତ୍ନୀ ବୋଲି ବି କୁହାଯାଉଥିଲା । ମାତା ଭୂଦେବୀଙ୍କର ରୂପାର ଏକ ମୂର୍ତ୍ତି ଶ୍ରୀଜଗନ୍ନାଥଙ୍କ ନିକଟରେ ଏବେ ବି ଦଖିବାକୁ ମିଳେ ।
ରଜ ପର୍ବର ପାଳନ ପ୍ରକ୍ରିୟା
ରଜର ତିନି ଦିନ ଯାକ ଘରର ମହିଳାମାନଙ୍କୁ ସମସ୍ତ କାମରୁ ନିବୃତ୍ତ ରଖାଯାଇଥାଏ । ଆଉ ଘର ଭିତରେ ସମସ୍ତ ପ୍ରକାର ଖେଳ ହୋଇଥାଏ । ଯେମିତି କି ଲୁଡୁ, ତାସ ଇତ୍ୟାଦି । ଝିଅମାନେ ନୂଆ ପୋଷାକ ପିନ୍ଧି ପାଦରେ ଅଳତା ଲଗେଇଥାନ୍ତି । ଏହାଛଡା ସବୁ ଝିଅଙ୍କୁ ମାଟିରେ ଖାଲି ପାଦରେ ଚାଲିବାକୁ ବାରଣ କରାଯାଏ । ପୋଡପିଠା ଓ ଚକୁଳି ପିଠା ଖାଇ ଏହାକୁ ପାଳନ କରାଯାଏ । ଝିଅମାନେ ଗାଁ ଗାଁରେ ଦୋଳି ଖେଳିଥାନ୍ତି । ଖାଲି ଝିଅ ନୁହଁନ୍ତି ବରଂ ପୁଅମାନେ ମଧ୍ୟ କବାଡି ଖେଳ କରି ରଜର ଭରପୂର ମଜା ନେଇଥାନ୍ତି । ଏହାଛଡା ଝିଅମାନେ ରଜଗୀତ ଗାଇ ଏହାକୁ ପାଳନ କରନ୍ତି ।
ରଜ ପର୍ବ ଜୁନ ମାସର ମଧ୍ୟ ଭାଗରେ ପଡିଥାଏ । ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ମିଥୁନ ସଂକ୍ରାନ୍ତି ଏବଂ ତୃତୀୟ ଦିନକୁ ଭୂଦାହ ବା ବାସି ରଜ ବୋଲି କୁହାଯାଏ । ଅନ୍ତିମ ବା ଚତୁର୍ଥ ରଜକୁ ବସୁମତୀ ସ୍ନାନ ବୋଲି କୁହାଯାଏ । ଯେଉଁଥିରେ ମହିଳାମାନେ ଶିଳକୁ ମାଙ୍କ ରୂପବ ସ୍ୱରୂପ ହଳଦି ଲଗାଇ ଗଧୋଇ ଦେଇଥାନ୍ତି । ଫୁଲ ଓ ସିନ୍ଦୂରରେ ବି ସଜାଇଥାନ୍ତି । ବିଭିନ୍ନ ପ୍ରକାରର ଫଳ ମାଙ୍କୁ ପ୍ରସାଦ ରୂପେ ଚଢାଯାଇଥାଏ । ରଜର ପ୍ରଥମ ଦିନର ପୂର୍ବ ଦିନକୁ ସଜବାଜ ବୋଲି କୁହାଯାଏ । ସେ ଦିନ ଘର ସମେତ ରୋଷେଇ ଘର ଓ ଶିଳକୁ ବି ସଫାସୁତୁରା କରାଯାଏ । ପୂର୍ବରୁ ତିନି ଦିନ ପାଇଁ ମସଲା ବାଟି ରଖାଯାଏ । ଏହି ତିନି ମହିଳା ବା ଝିଅମାନେ ଘର କାମରୁ ବିଶ୍ରାମ ନେଇଥାନ୍ତି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking