33.1 C
Bhubaneswar
Saturday, April 27, 2024
Homeଅପରାଧବିବାହ ପାଇଁ ଯୁବତୀ ମନା କରିବାରୁ ଯୁବକ ଜଣକ ଯାହାକଲେ ଜାଣିଲେ ଚମକି ପଡ଼ିବେ

ବିବାହ ପାଇଁ ଯୁବତୀ ମନା କରିବାରୁ ଯୁବକ ଜଣକ ଯାହାକଲେ ଜାଣିଲେ ଚମକି ପଡ଼ିବେ

ଜୟପୁର : ରାଜସ୍ଥାନର ରାଜଧାନୀ ଜୟପୁରର ଅମ୍ବର ଅଞ୍ଚଳରେ ଜଣେ ୧୮ ବର୍ଷୀୟ ଯୁବକ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ଜାଣିଲେ ଆପଣ ଚିନ୍ତିତ ହୋଇପଡ଼ିବେ । ରିପୋର୍ଟ ଅନୁଯାୟୀ ନିଜର ଗର୍ଲଫ୍ରେଣ୍ଡ ସହ ଝଗଡ଼ା ହେବା ପରେ ଯୁବକଜଣକ ହୋଟଲ ରୁମ୍‌ରେ ଫାସୀ ଲଗାଇ ଆତ୍ମହତ୍ୟା କରିଥିଲେ । ଘଟଣରଟି ଗତ ବୁଧବାର ଦିନ ଘଟିଛି ।ପରେ ହୋଟେଲ କର୍ମଚାରୀମାନେ ଯୁବକଙ୍କୁ ସଙ୍ଗେ ସଙ୍ଗେ ଡ଼ାକ୍ତରଖାନା ନେଇଯାଇଥିଲେ । ମାତ୍ର ଡ଼ାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।
ସୂଚନା ଅନୁଯାୟୀ , ଯୁବକ ଜଣକ ବି. ଏ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ । ଗତ ବୁଧବାର ଦିନ ସେ ତାଙ୍କ ମହିଳାସାଥିଙ୍କ ସହ ହୋଟେଲ୍ କୁ ଯାଇଥିଲେ । ଆଉ କିଛି ସମୟ ପରେ ରୁମ୍ ଭିତରେ ଦୁଇ ଜଣଙ୍କ ମଧ୍ୟରେ ନିଜନିଜର ଭବିଷ୍ୟତକୁ ନେଇ ଭୀଷଣ ପାଟିତୁଣ୍ଠ ହୋଇଥିଲା ।
ଯୁବକ ଜଣକ ଯୁବତୀଙ୍କୁ ଜଲ୍‌ଦି ବିବାହ କରିବାକୁ ଇଚ୍ଛା କରିଥିଲେ । କିନ୍ତୁ ଯୁବତୀ ଜଣକ ତାଙ୍କୁ କହିଥିଲେ ଯେ ତାଙ୍କୁ ପ୍ରଥମେ ପାଠପଢା ସାରିବାକୁ ପଡ଼ିବ । ନିଜର କ୍ୟାରିୟର ଭଲଭାବେ ତିଆରି କରିବା ପରେ ଆମେ ବିବାହ କରିବା । ଏତିକି କଥାବାର୍ତ୍ତା ସରିବା ପରେ ଯୁବତୀ ଜଣକ ବାଥରୁମ୍ ଭିତରକୁ ଯାଇଥିଲେ । ବାଥରୁମ୍ ରୁ ଫେରି ଦେଖନ୍ତି ତ ଯୁବକ ଜଣକ ଉପରେ ଝୁଲିଥିବା ପଙ୍ଖାରେ ଫାଶୀ ଲଗାଇ ଝୁଲିଯାଇଥିଲେ । ସେ ତୁରନ୍ତ ହୋଟଲ କର୍ମଚାରୀଙ୍କୁ ଡ଼କାଇ ଯୁବକ ଜଣକୁ ଡ଼ାକ୍ତରଖାନା ନେଇଯାଇଥିଲେ । ମାତ୍ର ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ଥାନୀୟ ପୁଲିସ୍ ଯୁବତୀଙ୍କୁ ଏ ମାମଲାରେ ପଚରାଉଚୁରା କରିବା ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking