29.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶମହୁମାଛି ଆକ୍ରମଣ : ୪୦ ସ୍କୁଲ ଛାତ୍ର ଆହାତ

ମହୁମାଛି ଆକ୍ରମଣ : ୪୦ ସ୍କୁଲ ଛାତ୍ର ଆହାତ

ଆଗ୍ରା : ମହୁମାଛି ଆକ୍ରମଣରେ ୪୦ ସ୍କୁଲ ଛାତ୍ର ଆହାତ। ଉତ୍ତର ପ୍ରଦେଶ ଆଗ୍ରା ଜିଲା ଅନ୍ତର୍ଗତ ବାହ ଗାଁରେ ଘଟିଛି ଅଭାବନୀୟ ଘଟଣା । ମହୁମାଛି ଆକ୍ରମଣରେ ୪୦ ଜଣ ସ୍କୁଲ ଛାତ୍ର ଆହତ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ହୋଇପଡିଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ସ୍କୁଲ ପରିସରସ୍ଥ ଏକ ଗଛରେ ଥିବା ଏକ ବିରାଟ ମହୁଫେଣା ହଠାତ୍‌ ଭାଙ୍ଗିଯିବାରୁ ସେଥିରୁ ଶହ ଶହ ସଂଖ୍ୟାରେ ମହୁମାଛି ବାହାରି ଆସି ସ୍କୁଲ ପିଲାଙ୍କୁ ଆକ୍ରମଣ କରିଥିଲେ। ସ୍କୁଲ କର୍ମଚାରୀମାନେ ତୁରନ୍ତ ଉକ୍ତ ସ୍ଥାନରୁ ପିଲାଙ୍କୁ ଅନ୍ୟତ୍ର ହଟାଇ ଦେଇଥିଲେ। ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଲା ବୋଲି ଆହତ ଛାତ୍ରଙ୍କ ଅଭିଭାବକମାନେ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking