28.1 C
Bhubaneswar
Saturday, April 27, 2024
Homeଓଡିଶାଫେବୃଆରି ୫ ପଶ୍ଚିମ ଓଡିଶା ବନ୍ଦକୁ ସକ୍ରିୟ ସମର୍ଥନ କରିବ କୋସଲ ରାଜ୍ୟ ସମନ୍ୱୟ ସମିତି

ଫେବୃଆରି ୫ ପଶ୍ଚିମ ଓଡିଶା ବନ୍ଦକୁ ସକ୍ରିୟ ସମର୍ଥନ କରିବ କୋସଲ ରାଜ୍ୟ ସମନ୍ୱୟ ସମିତି

ବଲାଙ୍ଗିର, – ପଶ୍ଚିମ ଓଡିଶାର ଆଇନଜୀବୀ ସମୁହଙ୍କ ତରଫରୁ ଆହୁତ ପଶ୍ଚିମ ଓଡିଶା ବନ୍ଦ ଯାହାକି ଆଗାମୀ ଫେବୃଆରି ୫ ତାରିଖରେ ପାଳିତ ହେବ ତାକୁ ସକ୍ରିୟ ସମର୍ଥନ ଦେବାକୁ କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ କମିଟୀ ନିଷ୍ପତ୍ତି କରିଛି । ତେଣୁ ବଲାଙ୍ଗିର ଜିଲ୍ଲାରେ ଏହି ବନ୍ଦ ପାଳନକୁ ସଂପୂର୍ଣ୍ଣ ସଫଳ କରିବା ପାଇଁ ଆଜି ବଲାଙ୍ଗିର ପୁରୁଣା ରାଜବାଟୀ ସ୍ଥିତ କୋସଲ ରାଜ୍ୟ ସମନ୍ୱୟ ସମିତି କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମନ୍ୱୟ ସମିତି ର ବଲାଙ୍ଗିର ଜିଲ୍ଲା ସଭାପତି ମଣ୍ଡଳୀ ସଦସ୍ୟ ବିକ୍ରମାନନ୍ଦ ବହିଦାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବଲାଙ୍ଗିର ସହରର ଶତାଧିକ ସଂଗଠକ ଯୋଗ ଦେଇଥିଲେ । ପ୍ରାରଂଭରେ ସମନ୍ୱୟ ସମିତି ବଲାଙ୍ଗିର ଜୋନ ସଂଯୋଜକ ଶରତ ହୋତା ଆଗାମୀ ଫେବୃଆରି ୫ ତାରିଖ କାର୍ଯ୍ୟସୂଚୀ ଉପସ୍ଥାପିତ କଲାପରେ ଆଲୋଚକମାନେ ଆଲୋଚନା କରିଥିଲେ । ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର ବୈଠକରେ ଯୋଗଦେଇ ଆଇନଜିବୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସେମାନେ ଉଠାଇଥିବା ହାଇକୋର୍ଟ ବେଂଚ ଦାବି ପ୍ରତି ମାନ୍ୟବର ସୁପ୍ରିମକୋର୍ଟ ଓ ବାର କାଉନସିଲ ଅଧିକ ସମ୍ବେଦଶୀଳ ହେବାକୁ ଅନୁରୋଧ କରିଥିଲେ । ଏହା ଛଡା ଆଇନଜିବି ମାନଙ୍କୁ ସିଧା ସଳଖ ଭାବରେ ସ୍ୱତନ୍ତ୍ର କୋସଲ ରାଜ୍ୟ ଆନ୍ଦୋଳନରେ ଯୋଗଦେଇ ନେତୃତ୍ୱ ନେବାକୁ ଆହ୍ୱାନ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସମନ୍ୱୟ ସମିତିର କେନ୍ଦ୍ରୀୟ ସାଧାରଣ ସଂପାଦକ ବିଭୁଦତ୍ତ ମିଶ୍ର, ବରିଷ୍ଠ ସଂଗଠକ ରଣରାଜ ସିଂଦେଓ, ରବି ଶଙ୍କର ମିଶ୍ର, କପିଳେଶ୍ୱର ଖମାରୀ, ବସନ୍ତ ଆଚାର୍ଯ୍ୟ, ମୁନା ପଟ୍ଟନାୟକ, ସ୍ୱଦେଶ ବେହେରା, ପ୍ରତାପ ରଥ, ଗୋପାଳ ଆଚାର୍ଯ୍ୟ, ମନୋରଂଜନ ମିଶ୍ର, ଯୁବ ସଂଗଠକ ବିନୋଦ କାଲସାଏ, ଜ୍ୟୋତି ରଂଜନ ମହାନ୍ତି, କର୍ମଚାରୀ ନେତା ରମେଶ ନାଏକ, ସତ୍ୟବ୍ରତ ସିଂ, ବ୍ରଜବନ୍ଧୁ ବାଗ, ଯୁବନେତା ଦେବାଶିଷ ବହିଦାର, ନାରୀନେତ୍ରୀ ନିରୁପମା ଶତପଥୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking